Business

ସୁଦର୍ଶନ କେମିକାଲ୍ ପକ୍ଷରୁ ହୁବାଚ୍ ଗ୍ରୁପ୍‌କୁ ଅଧିଗ୍ରହଣ କରିବା ଲାଗି ଚୁକ୍ତି


ଭୁବନେଶ୍ୱର: ସୁଦର୍ଶନ କେମିକାଲ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ସଂପତି ଓ ସେୟାର ଡିଲ୍ ଜରିଆରେ ଜର୍ମାନୀର ହୁବାଚ୍ ଗ୍ରୁପ୍‌କୁ ଅଧିଗ୍ରହଣ କରିବା ଲାଗି ନିର୍ଦ୍ଦିଷ୍ଟ ଚୁକ୍ତି ସ୍ୱାକ୍ଷର କରାଯାଇଛି। ଏହି ଅଧିଗ୍ରହଣ ଦ୍ୱାରା ଏକ ବିଶ୍ୱସ୍ତରୀୟ ପିଗମେଂଟ୍ କମ୍ପାନି ଗଠନ ହେବ ଯେଉଁଥିରେ ସୁଦର୍ଶନ କେମିକାଲ୍‌ସର ପରିଚାଳନା ଏବଂ ହୁବାଚ୍‌ର ପ୍ରଯୁକ୍ତି ଦକ୍ଷତାର ମିଶ୍ରଣ ରହିବ।
ଅଧିଗ୍ରହଣ ପରେ ମିଳିତ କମ୍ପାନିର ଏକ ବ୍ୟାପକ ପିଗ୍‌ମେଂଟ୍ ପୋର୍ଟଫୋଲିଓ ହେବ ଯେଉଁଥିରେ ଉଚ୍ଚ ଗୁଣାତ୍ମକ ମାନର ଉତ୍ପାଦ ସହିତ ୟୁରୋପ ଓ ଆମେରିକା ଭଳି ପ୍ରମୁଖ ବଜାରରେ ତାହାର ଉପସ୍ଥିତି ରହିବ। ଏହା ସୁଦର୍ଶନ କେମିକାଲ୍‌ର ଊତ୍ପାଦ ପୋର୍ଟଫୋଲିଓକୁ ବଢ଼ାଇବ ଏବଂ ଗ୍ରାହକମାନଙ୍କୁ ବିଶ୍ୱର ୧୯ଟି କାର୍ଯ୍ୟକ୍ଷେତ୍ରରେ ଗ୍ରାହକ ଓ ବିବିଧ ସଂପତି ପ୍ରଦାନ କରିବ। ରାଜେଶ ରାଠୀ କମ୍ପାନିର ନେତୃତ୍ୱ ନେବେ ଏବଂ ଏକ ପରିଚାଳନା ଟିମ୍ ଦ୍ୱାରା ତାହା ପରିଚାଳିତ ହେବ।
ହୁବାଚ୍ ଗ୍ରୁପ୍‌ର ୨୦୦ ବର୍ଷର ପରମ୍ପରା ରହିଥିବା ବେଳେ ଏହା ହେଉଛି ବିଶ୍ୱର ଦ୍ୱିତୀୟ ବୃହତମ ପିଗ୍‌ମେଂଟ୍ କମ୍ପାନି। ୨୦୨୦-୨୧ ଓ ୨୦୨୧-୨୨ରେ ହୁବାଚ୍‌ର ରାଜସ୍ୱ ଏକ ବିଲିୟନ ଡଲାରରୁ ଅଧିକ ରହିଛି। ଏହାର ଉପସ୍ଥିତି ୟୁରୋପ, ଆମେରିକା ଓ ଏପିଏସି ଅଂଚଳରେ ରହିଛି। ବର୍ଦ୍ଧିତ ଖର୍ଚ୍ଚ, ଇନଭେଂଟୋରି ସମସ୍ୟା ଓ ଉଚ୍ଚ ସୁଧ ହାର ପାଇଁ ଗତ ଦୁଇ ବର୍ଷ ଧରି ଏହା ଆର୍ଥିକ ଆହ୍ୱାନ ଦେଇ ଗତି କରୁଛି। ସୁଦର୍ଶନ କେମିକାଲ୍ ଦ୍ୱାରା ହୁବାଚ୍‌ର ଅଧିଗ୍ରହଣ ଦ୍ୱାରା ସେହି ଆହ୍ୱାନର ମୁକାବିଲା ହେବ।
ସୁଦର୍ଶନ କେମିକାଲ୍‌ର ପରିଚାଳନା ନିର୍ଦ୍ଦେଶକ ରାଜେଶ ରାଠୀ କହିଛନ୍ତି ଯେ, “ଆମେ ଏହି କାରବାରକୁ ନେଇ ଉଲ୍ଲସିତ ଯାହା ଦୁଇଟି ବ୍ୟବସାୟକୁ ଏକତ୍ରୀତ କରୁଥିବା ବେଳେ ବିଶ୍ୱ ବଜାରର ଆବଶ୍ୟକତା ପୂରଣ କରିବ। ଏକ ବିଶ୍ୱସ୍ତରୀୟ ପିଗମେଂଟ୍ କମ୍ପାନି ଗଠନ କରିବା ଲାଗି ଅମେ ଯତ୍ନର ସହ ଦୁଇ କମ୍ପାନିର ସମନ୍ୱୟ କରିବୁ ଏବଂ ଫ୍ରାଙ୍କଫର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହୋଇରହିବ। ସୁଦର୍ଶନ କେମିକାଲ୍ ଏହାର କ୍ଷୀପ୍ରତା ଓ ଦକ୍ଷତା ପାଇଁ ପରିଚିତ ଏବଂ ଏହାକୁ ଏକ ଗ୍ରାହକ କୈନ୍ଦ୍ରୀକ ଓ ଲାଭଜନକ ପିଗ୍‌ମେଂଟ୍ କମ୍ପାନିରେ ପରିଣତ କରିବା ଲାଗି ସେହି ସଂସ୍କୃତିକୁ ସମନ୍ୱିତ କରିବୁ।”
ହୁବାଚ୍‌ର ବ୍ରାମ୍ ଡି’ହଂଟ କହିଛନ୍ତି ଯେ, “ଉଚ୍ଚ ମାନର ଉତ୍ପାଦ ଜରିଆରେ ଗ୍ରାହକଙ୍କୁ ସେବା ପ୍ରଦାନ କରିବାର ଆମର ୨୦୦ରୁ ଅଧିକ ବର୍ଷର ପରମ୍ପରାକୁ ପୁନରୁଦ୍ଧାର କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଗ୍ରାହକ କୈନ୍ଦ୍ରୀକତା ଓ ଉତ୍ପାଦ ଉତ୍କର୍ଷ ମୂଲ୍ୟବୋଧ ଜରିଆରେ ପିଗ୍‌ମେଂଟ୍ ଶିଳ୍ପର ଭବିଷ୍ୟତକୁ ଆମେ ଆକାର ପ୍ରଦାନ କରିବୁ। ଆମର ମିଳିତ ଦକ୍ଷତା ଗ୍ରାହକଙ୍କୁ ଉତମ ସେବା ପ୍ରଦାନ କରିବାରେ ଆମ ପାଇଁ ସହାୟକ ହେବ। ଆମେ ପରବର୍ତୀ ପର୍ଯ୍ୟାୟରେ ପ୍ରବେଶ କରୁଥିବା ବେଳେ ସୁଦର୍ଶନ କେମିକାଲ୍ ସହ କାମ କରିବାକୁ ଆମେ ଚାହିରହିଛୁ।”

Share

Leave a Reply

Your email address will not be published. Required fields are marked *

sixteen − eleven =