Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ କଳା, ହସ୍ତକଳା ଓ ସାହିତ୍ୟକୁ ନେଇ ସର୍ବଭାରତୀୟ ପ୍ରତିଯୋଗିତା “ସ୍ପ୍ଲାସ୍‌” ଶୁଭାରମ୍ଭ ଘୋଷଣା

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୭-୧୪ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଭଲ ଗୁଣକୁ ଦୃଢ଼ କରିବା ଲାଗି ବାର୍ଷିକ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍‌’ର ଘୋଷଣା କରାଯାଇଛି। ଚଳିତ ବର୍ଷ ଏହି ପ୍ରତିଯୋଗିତାର ବିଷୟବସ୍ତୁ ରହିଛି “କୃତଜ୍ଞତା’, ଯେଉଁଥିରେ ଅଂଶଗ୍ରହଣକାରୀମାନଙ୍କୁ ନିଜ ସୃଜନଶୀଳତା ଜରିଆରେ ପ୍ରଶଂସା ଓ ଧନ୍ୟବାଦର ଗୁରୁତ୍ୱ ଜଣାଇବା ଲାଗି ଅନୁପ୍ରାଣିତ କରାଯାଉଛି। ଅଂଶଗ୍ରହଣକାରୀମାନେ www.axisbanksplash.in ୱେବସାଇଟ୍‌ରେ ୨୦୨୪ ନଭେମ୍ବର ୩୦ ପର୍ଯ୍ୟନ୍ତ ସେମାନଙ୍କ ଆବେଦନ ଦାଖଲ କରିପାରିବେ। ବିଭିନ୍ନ ବ୍ୟାଙ୍କ ଖାତା, ସ୍କୁଲ, ମଲ, ଆବାସିକ କଲ୍ୟାଣ ସଂଘରେ ବ୍ୟାଙ୍କ ପକ୍ଷରୁ ପ୍ରତ୍ୟକ୍ଷ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ଅଭିଯାନ ଜରିଆରେ ଉଭୟ ପ୍ରତ୍ୟକ୍ଷ ଓ ଡିଜିଟାଲ୍ ମାଧ୍ୟମରେ ବ୍ୟାଙ୍କ ୭ ଲକ୍ଷରୁ ଅଧିକ ଅଂଶଗ୍ରହଣକାରୀଙ୍କ ସହ ଯୋଡ଼ିହେବାକୁ ଯୋଜନା ରଖିଛି।
ଏହି ପ୍ରତିଯୋଗିତାକୁ ୭-୧୦ ବର୍ଷ ଏବଂ ୧୧-୧୪ ବର୍ଷ ଭଳି ଦୁଇଟି ବର୍ଗରେ ଭାଗ କରାଯାଇଛି। ୭-୧୦ ବର୍ଷ ବୟସର ପିଲାମାନଙ୍କ ପାଇଁ ବିଷୟବସ୍ତୁ ହେଉଛି “ସହାନୁଭୂତ ହୃଦୟ” ଏବଂ ୧୧-୧୪ ବର୍ଷର ପିଲାମାନଙ୍କ ବିଷୟବସ୍ତୁ ହେଉଛି “ଅଜଣା ନାୟକ’। ଚିତ୍ରକଳା, ହସ୍ତକଳା ଓ ସାହିତ୍ୟ ଜରିଆରେ ନିଜ ଭାବନା ଓ ସୃଜନଶୀଳତାକୁ ପରିପ୍ରକାଶ କରିବା ଲାଗି ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରାଯାଉଛି। ଆର୍ଟ ସୋସାଇଟି ଅଫ୍ ଇଣ୍ଡିଆର ଯୁଗ୍ମ ସିବ ଶରତ ତାଉଡେ, ରେଡିଓ ମିର୍ଚିର ଜାତୀୟ କଂଟେଂଟ୍ ଡାଇରେକ୍ଟର (ଭାରତ) ବିଶାଲ ସେଠିଆ, ଆର୍ଟ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଓ ସଚିବ ବିକ୍ରାନ୍ତ ସିଟୋଲେ ଓ ଅମର ଚିତ୍ର କଥାର ଗ୍ରୁପ୍ ଆର୍ଟ ଡାଇରେକଟର ସାଭିଓ ମାସକାର୍ନେହାସ୍‌ଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳି ଆବେଦନଗୁଡ଼ିକର ଅନୁଶୀଳନ କରିବେ।
ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ମାର୍କେଟିଂ ଅଫିସର ଅନୁପ ମନୋହର କହିଛନ୍ତି ଯେ, “ଏହି ଯୁବକଯୁବତୀମାନେ ଅନନ୍ୟ ଚିନ୍ତାଧାରା, ସୃଜନଶୀଳତା ଏବଂ ଉଜ୍ଜ୍ୱଳ ଚିନ୍ତାଧାରାରେ ଭରପୂର ଅଛନ୍ତି ଯାହା ଆମ ସମସ୍ତଙ୍କୁ ସେମାନଙ୍କଠାରୁ ଶିଖିବାକୁ ଏବଂ ଆଗାମୀ ପିଢ଼ି ପାଇଁ ଏକ ଉତମ ବିଶ୍ୱ ସୃଷ୍ଟି କରିବାକୁ ପ୍ରେରଣା ଦେଉଛି। ସ୍ପ୍ଲାସ୍ ମାଧ୍ୟମରେ, ଆମେ ସେମାନଙ୍କୁ ସେମାନଙ୍କର ଆଭ୍ୟନ୍ତରୀଣ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଏବଂ କଳା, ଚିତ୍ରାଙ୍କନ ଏବଂ ସାହିତ୍ୟ ମାଧ୍ୟମରେ ନିଜକୁ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛୁ । ଚଳିତ ବର୍ଷର ବିଷୟବସ୍ତୁ “କୃତଜ୍ଞତା” ମାଧ୍ୟମରେ ଆମେ କୃତଜ୍ଞ ହେବାର ମୂଲ୍ୟ ସୃଷ୍ଟି କରିବା ଏବଂ ଅଧିକ କୃତଜ୍ଞ ସମାଜକୁ ପ୍ରେରଣା ଦେବା ଉପରେ ଗୁରୁତ୍ୱ ଦେଉଛୁ। ଆମେ ବିଶ୍ୱାସ କରୁ ଯେ ଏହି ଯୁବକଯୁବତୀମାନଙ୍କୁ ନିଜକୁ ପ୍ରକାଶ କରିବାର ସୁଯୋଗ ଦେଇ ଆମେ ଆମ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରୁଛୁ। ଆମେ ସ୍ପ୍ଲାସ୍‌ର ଆଶ୍ଚର୍ଯ୍ୟଜନକ ସୃଷ୍ଟିଗୁଡ଼ିକୁ ଦେଖିବାକୁ ଏବଂ ଯୁବବର୍ଗଙ୍କ ସୃଜନଶୀଳତା ଏବଂ ସାମର୍ଥ୍ୟକୁ ସମର୍ଥନ ଜାରି ରଖିବାକୁ ଅପେକ୍ଷା କରିଛୁ।”
ପ୍ରତିଯୋଗିତାର ବିଜେତାଙ୍କୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ପରାମର୍ଶ ଦେବେ। ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ୩ ଜଣ ପ୍ରତିଯୋଗୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଉପବିଜେତାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଏହାବ୍ୟତୀତ ସମସ୍ତ ବିଜେତାମାନେ ବେଙ୍ଗାଲୁରୁସ୍ଥିତ ମ୍ୟୁଜିୟମ୍ ଅଫ୍ ଆର୍ଟ ଆଣ୍ଡ ୍ ଫଟୋଗ୍ରାଫି (ଏମ୍‌ଏପି)ରେ ସେମାନଙ୍କ କଳାକୃତି ପ୍ରଦର୍ଶିତ କରିବା ସହ ଅଗ୍ରଣୀ ଅନୁଷ୍ଠାନଗୁଡ଼ିକ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କର୍ମଶାଳାରେ ଯୋଗଦେବାର ସୁଯୋଗ ପାଇବେ। ଏହାବ୍ୟତୀତ ଶ୍ରେଷ୍ଠ ୪୦୦ ଜଣ ପ୍ରତିଯୋଗିଙ୍କୁ ଭିଭୋ, ଆମେରିକାନ ଟୁରିଷ୍ଟର, ବିଏସଏ, ଟ୍ରେଣ୍ଡ୍ସ, ବୋଟ୍‌, ଇକ୍ସିଗୋ, ଟିଙ୍କଲ, “ଆର” ୟୁଏସର ଖେଳନା, ମ୍ୟୁଜିୟମ ଅଫ୍ ଆର୍ଟ ଆଣ୍ଡ ଫଟୋଗ୍ରାଫି, ସେଂଟର ଫର ସାଇଟ, ଇମାଜିନ, ଓଡି ଇଣ୍ଡିଆ ଏବଂ ବ୍ରଦର ଭଳି ଅଂଶୀଦାରଙ୍କ ଠାରୁ ଆକର୍ଷଣୀୟ ଗିଫ୍ଟ ହ୍ୟାମ୍ପର ଏବଂ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମିଳିବ।

Share

Leave a Reply

Your email address will not be published. Required fields are marked *

7 + two =