Business

ପିରାମଲ୍ ଫାଇନାନ୍ସ ପକ୍ଷରୁ ଗୃହ ଋଣ ଓ ବ୍ୟବସାୟ ଋଣ ଉପରେ ଗୁରୁତ୍ୱ


ଭୁବନେଶ୍ୱର: ପିରାମଲ୍ ଫାଇନାନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ ଖୁଚୁରା ଋଣ ବ୍ୟବସାୟକୁ ବଢ଼ାଇବାର ରହିଥିବା ବୃହତର ଲକ୍ଷ୍ୟ ଅନୁସାରେ ଏହା ଗୃହ ଋଣ ଓ ବ୍ୟବସାୟ ଋଣ ଉପସ୍ଥିତିରେ ସମ୍ପ୍ରସାରଣ ଜାରି ରଖିବ। ଗୃହ ଋଣ ଓ ଅନ୍ୟାନ୍ୟ ଆର୍ଥିକ ଉତ୍ପାଦ ଚାହିଦା ପୂରଣ କରିବା ଲାଗି କମ୍ପାନି ମେଟ୍ରୋ ଆଖପାଖ ଅଂଚଳ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ବଜାରରେ ଏହାର ଶାଖା ନେଟ୍‌ୱର୍କକୁ ଦ୍ରୁତ ଗତିରେ ବଢ଼ାଉଛି।
ପିରାମଳ ଫାଇନାନ୍ସର ପରିଚାଳନା ଅଧୀନ ସଂପତି (ଏୟୁଏମ) ପରିମାଣ ୫୦ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିବା ବେଳେ ସେଥିରେ ଗୃହ ଋଣର ପରିମାଣ ୨୫ ପ୍ରତିଶତ ଓ ସଂପତି ବଦଳରେ ଋଣ ପରିମାଣ ୨୫% ରହିଛି। ଗୃହ ଋଣ ଉପରେ ଗୁରୁତ୍ୱକୁ ବଜାୟ ରଖିବାକୁ କମ୍ପାନି ଆଶା ରଖିଥିବା ବେଳେ ଏହାର ଖୁଚୁରା ଋଣ ଉତ୍ପାଦର ସମ୍ପ୍ରସାରଣ କରୁଛି। ୧୩୦୦୦ ପିନକୋଡରେ ୫୦୦ରୁ ଅଧିକ ଶାଖା ଥିବା ପିରାମଲ ଫାଇନାନ୍ସ ଏହାର ୧୩,୭୦୦ରୁ ଅଧିକ କର୍ମଚାରୀଙ୍କ ଜରିଆରେ ୧.୩ ନିୟୁତ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି।
ଗୃହ ଋଣ ଓ ବ୍ୟବସାୟ ଋଣ ଉପରେ ଗୁରୁତ୍ୱ ବ୍ୟତୀତ ପିରାମଳ ଫାଇନାନ୍ସ ପକ୍ଷରୁ ନିକଟରେ “ହମ କାଗଜ ସେ ଜ୍ୟାଦା ନିୟତ ଦେଖତେ ହେଁ” ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛି ଯାହାର ଲକ୍ଷ୍ୟ ହେଉଛି ଗ୍ରାମୀଣ ଭାରତରେ ଥିବା ଅନଗ୍ରସର ଗ୍ରାହକମାନଙ୍କୁ ସଂଗଠିତ ଋଣ ପ୍ରଦାନ କରି ସେମାନଙ୍କୁ ସଶକ୍ତ କରିବା। ପାରମ୍ପରିକ କାଗଜପତ୍ର କରିପାରୁନଥିବା, କିନ୍ତୁ ଦୃଢ଼ ଇଛାଶକ୍ତି ଓ ସମ୍ଭାବନା ଥିବା ଉଦ୍ୟୋଗୀ ଓ ବ୍ୟକ୍ତିବିଶେଷଙ୍କୁ ସମର୍ଥନ କରିବା କରିବା ପାଇଁ ପିରାମଳ ଫାଇନାନ୍ସର ଥିବା ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି। “ଆଇୟେ ବାତ୍ କର୍‌ତେ ହେ” ଟ୍ୟାଗ୍‌ଲାଇନ୍ ସହ ଆର୍ଥିକ ବିକଳ୍ପ ସନ୍ଧାନ କରିବାକୁ କମ୍ପାନି ଗ୍ରାହକମାନଙ୍କୁ ଆମନ୍ତ୍ରଣ କରୁଛି।
ପିରାମଳ ଫାଇନାନ୍ସର ମାର୍କେଟିଂ ମୁଖ୍ୟ ଅରବିନ୍ଦ ଆୟାଙ୍ଗର କହିଛନ୍ତି ଯେ, “ଆମ ଉପସ୍ଥିତିକୁ ବଢ଼ାଇବା ଏବଂ ଗ୍ରାମୀଣ ଭାରତର ଅନଗ୍ରସର ବଜାରରେ ଆର୍ଥିକ ସମାଧାନ ପହଂଚାଇବାକୁ ଆମେ ପ୍ରତିବଦ୍ଧ ରହିଛୁ। ଭାରତର ଅନଗ୍ରସର ଗ୍ରାହକମାନଙ୍କ ଲାଗି ଏକ ଅଧିକ ଅନ୍ତର୍ଭୁକ୍ତୀକରଣ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ଏକ ଋଣ ପ୍ରଦାନକାରୀ ଭାବେ ଆମେ ପ୍ରତିବଦ୍ଧ ରହିଛୁ। ଆମେ ସମ୍ଭାବ୍ୟ ଗ୍ରାହକମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଛୁ ଯେ ଆମେ ସେମାନଙ୍କ ଆବଶ୍ୟକତାକୁ ଉଚିତ ଓ ସ୍ୱଚ୍ଛତାର ସହ ଆକଳନ କରି ବିଶ୍ୱାସ ଓ ସମର୍ଥନର ମୂଳଦୁଆ ଉପରେ ଗଠିତ ଏକ ସମ୍ପର୍କକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ।”
ବର୍ଦ୍ଧିତ ଶାଖା ନେଟୱର୍କ ଓ ସମ୍ପ୍ରସାରିତ ଉତ୍ପାଦ ପୋର୍ଟଫୋଲିଓ ତଥା ଗ୍ରାହକ ଅଭିଯାନ ଉପରେ ଗୁରୁତ୍ୱ ଦେଇ ପିରାମଲ ଫାଇନାନ୍ସ ଭାରତର ଖୁଚୁରା ଋଣ କ୍ଷେତ୍ରରେ ଏକ ଅଗ୍ରଣୀ ଭାବେ ନିକୁ ଉପସ୍ଥାପିତ କରି ଉଭୟ ମେଟ୍ରୋ ଓ ଅଣ ମେଟ୍ରୋ ବଜାରର ଆବଶ୍ୟକତା ପୂରଣ କରୁଛି।

Share

Leave a Reply

Your email address will not be published. Required fields are marked *

5 × four =