Business

ସିଏସ୍‌ଡିଏଲ୍ ପକ୍ଷରୁ “ସ୍ଲାମ୍ ଦି ସ୍କାମ୍‌” ଅଭିଯାନ ସହ ବିଶ୍ୱ ନିବେଶକ ସପ୍ତାହ ପାଳିତ


ଭୁବନେଶ୍ୱର: ସିଡିଏସ୍‌ଏଲ୍ ଇନଭେଷ୍ଟର ପ୍ରୋଟେକ୍ସନ ଫଣ୍ଡ (ସିଡିଏସ୍‌ଏଲ ଆଇପିଏଫ୍‌) ପକ୍ଷରୁ ଇଂଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଅଫ୍ ସିକ୍ୟୁରିଟିଜ୍ କମିସନ (ଆଇଓଏସ୍‌ସିଓ) ଓ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସହଯୋଗିତାରେ ବିଶିଷ୍ଟ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ମିଶି ବିଶ୍ୱ ନିବେଶକ ସପ୍ତାହ ୨୦୨୪ ପାଳନ କରାଯାଇଛି।
ଶ୍ରୀ ପଟ୍ଟନାୟକ ସିଡିଏସ୍‌ଏଲ୍‌ର “ସ୍ଲାମ୍ ଦି ସ୍କାମ୍‌’ ଅଭିଯାନକୁ ନେଇ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ଯାହା ଚଳିତ ବର୍ଷର ବିଷୟବସ୍ତୁ “ଠକେଇ ଓ ଠକେଇ ପ୍ରତିରୋଧ” ଅନୁସାରେ ପ୍ରସ୍ତୁତ କରାଯାଇଛି। ସ୍ଲାମ୍ ଦି ସ୍କାମ୍ ଅଭିଯାନରେ ନିବେଶକମାନଙ୍କୁ ସତର୍କ ରହିବା ଏବଂ ଆର୍ଥିକ ଠକେଇ ଓ ଦୁର୍ନୀତିଠାରୁ ନିଜକୁ ସୁରକ୍ଷିତ ରଖିବା ଲାଗି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ସିଡିଏସ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ନେହଲ ଭୋରା କହିଛନ୍ତି ଯେ, “ଆମର ସ୍ଲାମ୍ ଦି ସ୍କାମ୍‌” ଅଭିଯାନ ଠକେଇ ଓ ଦୁର୍ନୀତି ପ୍ରତିରୋଧ ଉପରେ ଗୁରୁତ୍ୱାରୋପ କରୁଥିବା ବିଶ୍ୱ ନିବେଶକ ସମ୍ମିଳନୀରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ଉତ୍ତମ ଭାବେ ସୁହାଉଛି। ପୂର୍ବାପେକ୍ଷା ନିବେଶକ ସଚେତନତା ଓ ଆର୍ଥିକ ସାକ୍ଷରତା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ବେଳେ ନିବେଶକମାନଙ୍କୁ ସୂଚିତ ଓ ସୁରକ୍ଷିତ ରଖିବା ଲାଗି ଠକେଇ ଓ ଦୁର୍ନୀତି ବିରୋଧରେ ସଚେତନତା ବଢ଼ାଇବା ଲାଗି ଆମେ ଉତ୍ସର୍ଗୀକୃତ ରହିଛୁ। ସିଡିଏସ୍‌ଏଲ୍‌ରେ ଆମେ ଆମ ଆର୍ଥିକ ବ୍ୟବସ୍ଥା ଉପରେ ବିଶ୍ୱାସକୁ ସୁଦୃଢ଼ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ ଯାହା ଲୋକମାନଙ୍କୁ ଆତ୍ମନିର୍ଭର ନିବେଶରେ ସୁନିଶ୍ଚିତ କରିବ ଏବଂ ଭାରତର ଅର୍ଥନୈତିକ ଅଭିବୃ୍‌ଦ୍ଧିରେ ଯୋଗଦାନ କରିବାରେ ସେମାନଙ୍କୁ ସକ୍ଷମ କରିବ।”
ଚଳିତ ବର୍ଷ ଅକ୍ଟୋବର ୧୪ ସୋମବାରଠାରୁୁ ଅକ୍ଟୋବର ୨୦ ରବିବାର ପର୍ଯ୍ୟନ୍ତ ବିଶ୍ୱ ନିବେଶକ ସପ୍ତାହ ପାଳନ କରାଯିବ। ଏଥିପାଇଁ ଜାତୀୟ ସଂଯୋଜକ ହେଉଛନ୍ତି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)।

Share

Leave a Reply

Your email address will not be published. Required fields are marked *

8 − 1 =