Business

ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଉତ୍ସବ ଅଫରରେ ସ୍ପ୍ଲିଟ୍ ଏସି ଉପରେ ୫ ବର୍ଷର ବ୍ୟାପକ ୱାରେଂଟି ଘୋଷଣା


ଭୁବନେଶ୍ୱର: ଗୋଦରେଜ୍ ଏଂଟରପ୍ରାଇଜ୍ ଗ୍ରୁପ୍‌ର ଅଂଶ ଗୋଦରେଜ୍ ଆଣ୍ଡ୍ ବଏସ୍‌ର ଆପ୍ଲାଏନ୍‌ସେସ୍ ବ୍ୟବସାୟ ପକ୍ଷରୁ ଉତ୍ସବ ଅଫର ଘୋଷଣା କରାଯାଇଛି ଓ ଘୋଷଣାର କେନ୍ଦ୍ର ସ୍ଥଳରେ ରହିଛି ବ୍ୟବହାରକାରୀଙ୍କ ଅନୁଭୂତି। ଗୋଟିଏ ପଟେ ଉନ୍ନତ ଫାଇନାନ୍ସ ବିକଳ୍ପ ପାଇଁ ଗ୍ରାହକମାନେ ପ୍ରିମିୟମ୍ ଆପ୍ଲାଏନ୍‌ସେସ୍‌କୁ ଅପ୍‌ଗ୍ରେଡ୍ କରିବାକୁ ଚାହୁଥିବା ବେଳେ ଆପ୍ଲାଏନ୍‌ସେସ୍‌ର ଜୀବନ କାଳ ମଧ୍ୟ ହ୍ରାସ ପାଉଛି। ଅନ୍ୟ ପକ୍ଷରେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଆପ୍ଲାଏନ୍‌ସେସ୍ କିଣିବା ବେଳେ ଗ୍ରାହକମାନେ ୱାରେଂଟି, ଦୀର୍ଘସ୍ଥାୟିତ୍ୱ ଓ ବିକ୍ରି ପରବର୍ତୀ ସେବାକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ବିଶେଷ କରି ଏୟାର କଣ୍ଡିସନର ବର୍ଗରେ ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି (ଏଏମ୍‌ସି) ବିକ୍ରି ବଢ଼ିବାରେ ଲାଗିଛି। କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ଅଜଣା ଶୁଳ୍କ ଓ ଜଟିଳ ପ୍ରକ୍ର୍ରିୟା ପାଇଁ ବଜାରରେ ଉପଲବ୍ଧ ଥିବା ୱାରେଂଟି ଗ୍ରାହକମାନଙ୍କ ଦୀର୍ଘକାଳୀନ ଅନୁଭୂତିକୁ ପ୍ରଭାବିତ କରୁଛି।
ତାହାକୁ ନଜରରେ ରଖି ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ବିନା କୌଣସି ଖର୍ଚ୍ଚରେ ସ୍ପ୍ଲିଟ୍ ଏୟାର କଣ୍ଡିସନର ପାଇଁ ୫ ବର୍ଷର ବ୍ୟାପକ ୱାରେଂଟି ଆରମ୍ଭ କରାଯାଇଛି। କମ୍ପାନି ପକ୍ଷରୁ ୭୯୯୦ ଟଙ୍କାର ୱାରେଂଟି ମାଗଣାରେ ପ୍ରଦାନ କରାଯାଉଛି ଯେଉଁଥିରେ କୌଣସି ଲୁକ୍କାୟିତ ଶୁଳ୍କ, ପଞ୍ଜୀକରଣର ଆବଶ୍ୟକତା ନାହିଁ ଯାହା ଗ୍ୟାସ ଚାର୍ଜିଂ, ଟେକ୍ନିସିଆନ ପରିଦର୍ଶନ ଭଳି ଖର୍ଚ୍ଚରୁ ଗ୍ରାହକମାନଙ୍କୁ ସୁରକ୍ଷା ପ୍ରଦାନ କରୁଛି। ଏହାର ଲକ୍ଷ୍ୟ ହେଉଛି ଉତ୍ପାଦ ଜୀବନଚକ୍ରରେ ଚିନ୍ତାମୁକ୍ତ ଓ ଉଲ୍ଲାସପୂର୍ଣ୍ଣ ଅନୁଭୂତି ପ୍ରଦାନ ।
କମ୍ପାନି ପକ୍ଷରୁ ରେଫ୍ରିଜରେଟର ଓ ୱାସିଂ ମେସିନ୍ ଉପରେ ବର୍ଦ୍ଧିତ ୱାରେଂଟି ଘୋଷଣା କରାଯାଇଛି। କମ୍ପାନି ପକ୍ଷରୁ ୧୨୦୦୦ ଟଙ୍କା ପର୍ଯ୍ୟନ୍ତର କ୍ୟାସ୍‌ବ୍ୟାକ୍ ଓ ସୁବିଧାଜନକ ଫାଇନାନ୍ସ ବିକଳ୍ପ, ନୋ କଷ୍ଟ ଇଏମ୍‌ଆଇ ଶୂନ ଡାଉନ୍ ପେମେଂଟ୍ ଘୋଷଣା କରାଯାଇଛି।
ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର ବ୍ୟବସାୟ ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ଉପସଭାପତି କମଳ ନନ୍ଦୀ କହିଛନ୍ତି ଯେ, “ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ରେ ଆମେ କେବଳ ଉତ୍କୃଷ୍ଟ ଉତ୍ପାଦ ପ୍ରଦାନ କରିବାରେ ନୁହେଁ, ବରଂ ଅତୁଳନୀୟ ସେବା ଓ ଗ୍ରାହକ ମୂଲ୍ୟ ପ୍ରଦାନ କରିବା ଉପରେ ବିଶ୍ୱାସ କରୁଛୁ। ସ୍ପ୍ଲିଟ୍ ଏୟାର କଣ୍ଡିସନର ଉପରେ ଆମର ୫ ବର୍ଷୀୟ ବ୍ୟାପକ ୱାରେଂଟି ସେ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଗ୍ରାହକମାନଙ୍କୁ ବିନା କୌଣସି ଅତିରିକ୍ତ ଶୁଳ୍କରେ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରି ଦୀର୍ଘସ୍ଥାୟୀ ଆରାମକୁ ସୁନିଶ୍ଚିତ କରିବ।’’
ଏହି ଅଭିଯାନ ବ୍ୟତୀତ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଏଆଇର ଶକ୍ତି ଥିବା ବ୍ୟାପକ ଆପ୍ଲାଏନ୍‌ସେସ୍ ପ୍ରଦାନ କରାଯାଉଛି ଯାହାକୁ ଉନ୍ନତ ପ୍ରଦର୍ଶନ ଓ ସୁବିଧାସୁଯୋଗ ଲାଗି ଡିଜାଇନ୍ କରାଯାଇଛି।

Share

Leave a Reply

Your email address will not be published. Required fields are marked *

eighteen − 9 =