Business

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ୟୁପିଆଇରେ ତତ୍କାଳ ଋଣ ପାଇଁ ଫୋନପେ ସହ ସହଯୋଗିତା


ଭୁବନେଶ୍ୱର:ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ପ୍ରାକ-ମଂଜୁର ଗ୍ରାହକମାନଙ୍କୁ ତତ୍କାଳ ଋଣ ପ୍ରଦାନ କରିବା ଲାଗି ଏହା ଫୋନପେ ସହ ସହଯୋଗିତା ସ୍ଥାପନ କରିଛି। ଏହି ସହଯୋଗିତା ଆଇସିଆଇସିଆଇ ବ୍ୟାଙ୍କର ହଜାର ହଜାର ପ୍ରାକ-ମଂଜୁର ଗ୍ରାହକଙ୍କୁ ଫୋନପେ ଆପରେ ସ୍ୱଳ୍ପମିଆଦୀ ଋଣ ହାସଲ କରିବା ଏବଂ ଏହାର ୟୁପିଆଇ କାରବାରକୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ଭାବେ ବ୍ୟବହାର କରିବାରେ ସହାୟକ ହେବ।
ଇଲେକ୍ଟ୍ରୋନିକ୍ସ, ଟ୍ରାଭେଲ, ହୋଟେଲ ବୁକିଂ, ବିଲ ପ୍ରଦାନ ଆଦିରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଲାଗି ଉତ୍ସବ ଋତୁରେ ଏହି ସହଯୋଗିତା ଘୋଷଣା କରାଯାଇଛି।
ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ଉତ୍ପାଦ ମୁଖ୍ୟ (ପେମେଂଟ ସମାଧାନ) ନୀରଜ ତ୍ରଲସୱାଲା କହିଛନ୍ତି ଯେ, ‘ନିୟୁତାଧିକ ଗ୍ରାହକଙ୍କୁ ନିରବଚ୍ଛିନ୍ନ ଓ ସହଜରେ ଋଣ ପ୍ରଦାନ କରିବା ଲାଗି ଫୋନପେ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆଇସିଆଇସିଆଇ ବ୍ୟାଙ୍କରେ ଆମେ ବହୁତ ଖୁସି। ଉତ୍ସବ ଋତୁର ଆଗମନ ହୋଇଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କର ପ୍ରାକ-ମଂଜୁର ଗ୍ରାହକମାନେ ନିଜର ଉତ୍ସବ ସପିଙ୍ଗ ଆବଶ୍ୟକତାକୁ ଫୋନପେ ଜରିଆରେ ପୂରଣ କରିବା ଲାଗି କ୍ରେଡିଟ ଲାଇନକୁ ବ୍ୟବହାର କରି ପେମେଂଟ କରିପାରିବେ। ନିରବଚ୍ଛିନ୍ନ ଡିଜିଟାଲ ଋଣ ପ୍ରଦାନ କରିବା ଲକ୍ଷ୍ୟ ନେଇ କରାଯାଇଥିବା ଏହି ସହଯୋଗିତା ଆମ ଗ୍ରାହକମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କିଂ ଅନୁଭୂତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।’’
ଫୋନପେର ପେମେଂଟସ ମୁଖ୍ୟ ଦୀପ ଅଗ୍ରୱାଲ କହିଛନ୍ତି ଯେ, ‘ଆମ ପ୍ଲାଟଫର୍ମରେ ଆଇସିଆଇସିଆଇ ବ୍ୟାଙ୍କର ପ୍ରାକ-ମଂଜୁର ଗ୍ରାହକମାନଙ୍କୁ ୟୁପିଆଇରେ ଋଣ ସୁବିଧା ପ୍ରଦାନ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ୍ ଉଲ୍ଲସିତ। ଏହି ସହଯୋଗିତା ଜରିଆରେ ଗ୍ରାହକମାନେ ଫୋନପେ ଆପରେ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବହାର ଅନୁଭୂତି ସହ ନମନୀୟ ସ୍ୱଳ୍ପମିଆଦୀ ଋଣ ପାଇପାରିବେ। ୟୁପିଆଇରେ କ୍ରେଡିଟ ଲାଇନ ହେଉଛି ଆଉ ଏକ ଅଭିନବ ଉତ୍ପାଦ ଯାହା ଦେଶରେ ଋଣ ପାଇବା ଓ ବ୍ୟବହାରରେ ବିପ୍ଳବ ଆଣିବ। ଫୋନପେରେ ଆମେ ଏହି ସହଯୋଗିତାକୁ ସର୍ବାଧିକ ଲୋକଙ୍କ ପାଖରେ ପହଂଚାଇବା ଉପରେ ଗୁରୁତ୍ୱାରୋପ କରୁଛୁ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସହ ଏହି ସହଯୋଗିତା ଏହି ସହଯୋଗିତା ସେଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ।’’
ଫୋନପେରେ କ୍ରେଡିଟ ଲାଇନକୁ ସକ୍ରିୟ କରିବା ଲାଗି ଫୋନପେ ଆପରେ ଲଗ ଇନ କରନ୍ତୁ। ଆପରେ ଥିବା କ୍ରେଡିଟ ଆକ୍ଟିଭେସନ ବ୍ୟାନରରେ କ୍ଲିକ କରନ୍ତୁ। ଉତ୍ପାଦର ଶୁଳ୍କକୁ ଯାଂଚ କରି ତାହାକୁ ସକ୍ରିୟ କରନ୍ତୁ। ଅଥେଂଟିକେସନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। କ୍ରେଡିଟ ଲାଇନ ମଂଜୁର ହେବା ପରେ ଗ୍ରାହକମାନେ ତାହାକୁ ୟୁପିଆଇ ସହ ଯୋଡ଼ି ୟୁପିଆଇ ପିନ ସୃଷ୍ଟି କରିପାରିବେ ଏବଂ ୟୁପିଆଇ କାରବାରରେ ତାହାକୁ ବ୍ୟବହାର କରିପାରିବେ।

Share

Leave a Reply

Your email address will not be published. Required fields are marked *

3 × one =