Business

ଦୁର୍ଗାପୂଜା ଲୁକ୍ ପାଇଁ ମୋଦିକେୟାରର ଆକର୍ଷଣୀୟ ଉତ୍ପାଦ


ଭୁବନେଶ୍ୱର: ଦୁର୍ଗାପୂଜା ମହୋତ୍ସବ ପାଖେଇ ଆସିଥିବା ବେଳେ ନିଜର ଭାବକୁ ପରିପ୍ରକାଶ କରିବା ଏବଂ ସୃଜନଶୀଳତାକୁ ସାମ୍ନାକୁ ଆଣି ସ୍ୱତନ୍ତ୍ର ଷ୍ଟାଇଲ୍‌ରେ ଚମକିବାକୁ ପ୍ରସ୍ତୁତ ହୋଇଯାଇଛି। ଉପଯୁକ୍ତ ମେକ୍ ଅପ୍ ସହିତ ସଠିକ୍ ଆସେସୋରିଜ୍ ଲୁକ୍‌କୁ ବଢ଼ାଇବ। ଏଥିପାଇଁ ମୋଦିକେୟାରର ବିଉଟି୍ ଉତ୍ପାଦ ବିଷୟରେ ସୁପାରିସ କରାଯାଉଛି।
ଦୁର୍ଗାପୂଜା ଲୁକ୍‌କୁ ବଢ଼ାଇବା ପାଇଁ ମୋଦିକେୟାରର ମେକ୍ ଅପ୍ ଓ ଆସେସୋରିଜ ସମ୍ପର୍କରେ ଏଠାରେ ଆଲୋଚନା କରାଯାଇଛି। ଉଜ୍ୱଳ ହାଇଲାଇଟର୍‌ଠାରୁ ଆରମ୍ଭ କରି ଗାଢ଼ ଲିପ୍‌ଷ୍ଟିକ ପର୍ଯ୍ୟନ୍ତ ମୋଦିକେୟାରର ବିଭିନ୍ନ ପ୍ରକାର ମେକ୍ ଅପ୍ ସାମଗ୍ରୀ ରହିଛି। ପୂଜାକୁ ଷ୍ଟାଇଲ୍‌ରେ ପାଳନ କରି ଚମକିବା ଲାଗି ଏହି ଉତ୍ପାଦଗୁଡ଼ିକୁ ବ୍ୟବହାର କରାଯାଇପାରିବ।

ମେକ୍ ଅପ୍‌ରେ ରହିଛି ଅର୍ବାନ କଲର୍ ଲଣ୍ଡନ ଲଭ୍ ମି ମ୍ୟାଟ୍ ଲିପ୍‌କଲର୍‌। ଏହା ହେଉଛି ଏକ ଅତି ପତଳା ଓଠ କଲର୍ ଯାହା ଦୀର୍ଘସ୍ଥାୟୀ ରହିବ। ଓଠକୁ ଶୁଖିଲା ନକରି ଏହା ମ୍ୟାଟ୍ ଫିନିସ୍ ପ୍ରଦାନ କରିବ। ଏହା ଆପଣଙ୍କ ଓଠକୁ ଦିନ ସାରା କୋମଳ ଓ କ୍ରିମି ରଖିବ। ଏହା ହେଉଛି ୧୦୦% ଭେଗାନ୍ ଓ ଡର୍ମାଟୋଲୋଜି ପରୀକ୍ଷଣ କରାଯାଇଛି। ଏଥିରେ ୧୨ଟି ସେଡ୍ ରହିିଛି। ୭୯୫ ଟଙ୍କା ଭଳି ଆକର୍ଷଣୀୟ ମୂଲ୍ୟରେ ଏହା ଉପଲବ୍ଧ ରହିଛି।

ସେହିପରି, ମୋଦିକେୟାରର ଅର୍ବାନ୍ କଲର୍ ଲଣ୍ଡନ ଗୋଲ୍ଡ କଲେକ୍ସନରେ ବ୍ଲାକ୍ ରୟାଲ୍‌ଟି କାଜଲ ରହିଛି। ନିଜର ଆଖିକୁ ଆକର୍ଷଣୀୟ କରିବା ଲାଗି ଆପଣ ଏହାକୁ ବ୍ୟବହାର କରିପାରିବେ ଯାହା ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିପାରିବ। ଏଥିରେ ଏକ ସାର୍ପେନର୍ ରହିଛି। ଏହାର ଦାମ୍ ୭୯୯ ଟଙ୍କା ରହିଛି।

ମୋଦିକେୟାର ଅର୍ବାନ୍ କଲର୍ ଲଣ୍ଡନ ମ୍ୟାଟ୍ ଆଣ୍ଡ ଗ୍ଲୋ ଡୁଓ ବ୍ଲସର୍ ହେଉଛି ମେକ୍ ଅପ୍ ଲାଗି ଏକ ଜରୁରୀ ଉତ୍ପାଦ ଏହା ଆପଣଙ୍କୁ ଦିନବେଳା ଆକର୍ଷଣୀୟ ଓ ରାତିରେ ଚମକପ୍ରଦ ଲୁକ୍ ପ୍ରଦାନ କରିବ। ଏଥିରେ ମ୍ୟାଟ୍ ଓ ମେଟାଲିକ୍ ସେଡ୍‌ର ମିଶ୍ରଣ ରହିଛି। ଏହାର ଉନ୍ନତ ଅପ୍ଟିକାଲ୍ ପ୍ରଯୁକ୍ତି ତ୍ରୁଟିହୀନ ଲୁକ୍ ପ୍ରଦାନ କରି ଉଜ୍ଜ୍‌ତା ଆଣିବ। ଇଟାଲିରେ ପ୍ରସ୍ତୁତ ହୋଇଥିବା ଏହି ବ୍ଲସର୍ ମିଷ୍ଟ୍ରିଅସ୍ ଓ ସିକ୍ରେଟ୍ ଭଳି ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ରହିଛି। ଏହା ୧୦୦% ଭେଗାନ୍ ଓ ଡର୍ମାଟୋଲୋଜି ପରୀକ୍ଷଣ କରାଯାଇଥିବା ବେଳେ ଏହା ପାରାବେନ୍ ଓ ହିଂସା ମୁକ୍ତ ଉତ୍ପାଦ। ଏହାର ଦାମ୍ ୧୧୫୦ ଟଙ୍କା ରହିଛି।

ଆସେସୋରିଜ୍‌ରେ ମୋଦିକେୟାରରେ ରହିଛି ଆମୋଲି ତାରିଣୀ କଲେକ୍ସନ। ଏହି ଲିମିଟେଡ୍ ଏଡିସନ୍ ଉତ୍ପାଦରେ ସୁନ୍ଦର ନେକ୍‌ଲେସ୍‌, ଇୟର୍‌ରିଙ୍ଗ ସେଟ୍‌, ବ୍ରେସ୍‌ଲେଟ୍ ଓ ପେଣ୍ଡାଂଟ୍ ସେଟ୍ ରହିଛି ଯାହା ପୂଜାରେ ଆପଣଙ୍କ ସୌନ୍ଦର୍ଯ୍ୟକୁ ବଢ଼ାଇବ। ଏହି ୨୨ କ୍ୟାରେଟ୍ ସୁନା ପ୍ଲେଟେଡ୍ ହାତତିଆରି ଗହଣା ଆପଣଙ୍କ ପ୍ରତିଟି ମୁହୂର୍ତକୁ ସ୍ମରଣୀୟ କରିବ। ନେକ୍‌ଲେସ୍ ଓ ଇୟର ରିଙ୍ଗ ସେଟ୍ ଅନାୟାର ଦାମ୍ ୩୭୭୯ ଟଙ୍କା ଥିବା ବେଳେ ରିଭା ଦାମ୍ ୨୭୯୯ ଟଙ୍କା ରହିଛି। ପେଣ୍ଡାଂଟ୍ ଚନ୍ଦ୍ରା ଦାମ୍ ୨୫୧୯ ଟଙ୍କା ରହିଛି।

ଅନ୍ୟତମ ଆସେସୋରିଜ୍ ହେଉଛି ଏସଏମ୍ ଲେଡିଜ୍ ଗୋଲ୍ଡ ୱାଚ୍‌। ଷ୍ଟେନ୍‌ଲେସ୍ ଷ୍ଟିଲ୍ ୟେଲୋ ଗୋଲ୍ଡ ପିଭିଡି ପ୍ଲେଟେଡ୍ ସହିତ ଗୋଲ୍ଡ ପ୍ଲେଟେଡ୍ ଡାଏଲ୍‌ର ଏହି କ୍ଲାସିକ୍ ୱାଚ୍‌ରେ ଷ୍ଟୋନ୍ ଷ୍ଟଡେଡ୍ ବେଜେଲ୍ ରହିଛି। ଏହାର ଦାମ୍ ୩୯୯୯ ଟଙ୍କା ରହିଛି।
ମୋଦିକେୟାରର ଉତ୍ପାଦଗୁଡ଼ିକୁ ସାରା ଦେଶରେ ଥିବା ମୋଦିକେୟାରର କନସଲଟାଂଟ୍‌ମାନଙ୍କଠାରୁ ହାସଲ କରିହେବ।

Share

Leave a Reply

Your email address will not be published. Required fields are marked *

1 × 1 =