Business

ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୪ ସେପ୍ଟେମ୍ବରରେ ୧୧୯୫ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି


ଭୁବନେଶ୍ୱର: ଜୟ ଇ-ବାଇକ୍ ଓ ଜୟ ଇ-ରିକ୍ ବ୍ରାଣ୍ଡ୍ ଅଧୀନରେ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାଣ ଅଗ୍ରଣୀ କମ୍ପାନି ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୪ ସେପ୍ଟେମ୍ବରରେ ୧୧୯୫ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରାଯାଇଛି।
୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଦୁଇ ତ୍ରୈମାସିକରେ କମ୍ପାନି ୭୨୦୧ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରି କରିସାରିଲାଣି, ଯେଉଁଥିରେ ଉଭୟ ହାଇସ୍ପିଡ୍ ଓ ଲୋ-ସ୍ପିଡ୍ ମଡେଲ୍ ରହିଛି।
୨୦୨୪ ସେପ୍ଟେମ୍ବରରେ ୱାର୍ଡୱିଜାର୍ଡ ଇନୋଭେନ୍ସ ପକ୍ଷରୁ ସାଉଦି ଆରବରେ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ପ୍ରିନ୍‌ସ ଅବଦୁଲାଜିଜ ବିନ ତୁର୍କି ବିନ୍ ତଲାଲ ବିନ ଅବଦୁଲାଜିଜ ଅଲ୍ ସୌଦଙ୍କଠାରୁ ଲେଟର୍ ଅଫ୍ ଇଂଟେଂଟ୍ ହାସଲ କରାଯାଇଛି। ଏହି ସହଯୋଗିତାରେ ଇଲେକ୍ଟ୍ରିକ୍ ମୋଟରବାଇକ୍‌, ତିନିଚକିଆ,ଚାରିଚକିଆ, ବସ୍ ଓ ଇଭି ସେଲ୍ ଆସେମ୍ବଲି କରିବା ଲାଗି ଦୁଇଟି କାରଖାନା ସ୍ଥାପନ କରାଯିବ। ସ୍ଥାୟୀ ଗମନାଗମନ ସମାଧାନ ପ୍ରଦାନ କରିବା ପାଇଁ ୱାର୍ଡୱିଜାର୍ଡର ପ୍ରତିବଦ୍ଧତାକୁ ଏହା ଦର୍ଶାଉଥିବା ବେଳେ ବିଶ୍ୱସ୍ତରୀୟ ସମ୍ପ୍ରସାରଣ ଯୋଜନାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ।

Share

Leave a Reply

Your email address will not be published. Required fields are marked *

three + fifteen =