Business

ଆଦିତ୍ୟ ଇନ୍‌ଫୋଟେକ୍ ଲିମିଟେଡ୍ ପକ୍ଷରୁ ୧୩୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଭିଡିଓ ନିରାପତା ଓ ନିରୀକ୍ଷଣ ଉତ୍ପାଦନ ପ୍ରଦାନ କରୁଥିବା ସର୍ବବୃହତ ଭାରତୀୟ କମ୍ପାନି ଆଦିତ୍ୟ ଇନ୍‌ଫୋଟେକ୍ ଲିମିଟେଡ୍‌ର ୨୦୨୪ ଆର୍ଥିକ ବର୍ଷରେ ରାଜସ୍ୱ ଦୃଷ୍ଟିରୁ ୨୦.୨ ପ୍ରତିଶତ ବଜାର ଅଂଶ ରହିଛି। କମ୍ପାନି ପକ୍ଷରୁ ଉନ୍ନତ ଭିଡିଓ ସୁରକ୍ଷା ଓ ନିରୀକ୍ଷଣ ବ୍ୟବସ୍ଥା, ପ୍ରଯୁକ୍ତି ଏବଂ ସମାଧାନ ସଂସ୍ଥଗତ ଓ ଗ୍ରାହକ ବର୍ଗଙ୍କୁ ‘ସିପି ପ୍ଲସ୍‌’ ବ୍ରାଣ୍ଡ୍ ଅଧୀନରେ ପ୍ରଦାନ କରାଯାଉଛି। ଏହା ସହିତ କମ୍ପାନି ପକ୍ଷରୁ ବ୍ୟାଙ୍କିଙ୍ଗ, ବୀମା, ରିଅଲ ଇଷ୍ଟେଟ୍‌, ସ୍ୱାସ୍ଥ୍ୟ ସେବା, ଶିଳ୍ପ, ପ୍ରତିରକ୍ଷା, ଶିକ୍ଷା, ଆତିଥେୟତା, ମାନୁଫାକ୍‌ଚରିଂ, ରିଟେଲ୍ ଓ ଆଇନ ପ୍ରଣୟନ ଆଦି କ୍ଷେତ୍ର ପାଇଁ ସମ୍ପୂର୍ଣ୍ଣ ସମନ୍ୱିତ ସୁରକ୍ଷା ବ୍ୟବସ୍ଥା ଓ ସିକ୍ୟୁରିଟି ଆଜ୍ ଏ ସର୍ଭିସ୍ ପ୍ରଦାନ କରାଯାଉଛି।
ଆଦିତ୍ୟ ଇନ୍‌ଫୋଟେକ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। କମ୍ପାନି ଇନିସିଆଲ ପବ୍ଲିକ୍ ଅଫରିଂ ଜରିଆରେ ୧୩୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି।
କମ୍ପାନି ନୂଆ ସେୟାର ଜାରି କରି ୫୦୦ କୋଟି ଟଙ୍କା ସଂଗ୍ରହ କରିବ ଏବଂ ଅଫର ଫର୍ ସେଲ୍‌ରେ ଅଂଶଧନକାରୀମାନେ ୮୦୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରଦାନ କରାଯାଇଥିବା ଇକ୍ୱିଟି ସେୟାରକୁ ବିଏସ୍‌ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

five + two =