Business

ବ୍ୟାଙ୍କ ଅଫ୍ ବରୋଦାର ଗ୍ଲୋବାଲ୍ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଯୋଡ଼ିହେଲେ ସଚିନ୍ ତେନ୍ଦୁଲକର


ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱସନୀୟ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ କ୍ରିକେଟ୍ କିମ୍ବଦନ୍ତୀ ପୁରୁଷ ସଚିନ ତେନ୍ଦୁଲକରଙ୍କୁ ବ୍ୟାଙ୍କର ଗ୍ଲୋବାଲ୍ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ସ୍ୱାକ୍ଷରିତ କରାଯାଇଛି। ବ୍ୟାଙ୍କ ଓ ସଚିନଙ୍କ ମଧ୍ୟରେ ଏହି ସହଯୋଗିତା ‘ଉତ୍କର୍ଷ ଓ ବିଶ୍ୱାସ’ ଉପରେ ପର୍ଯ୍ୟବେସିତ। ବ୍ୟାଙ୍କ ଅଫ୍ ବରୋଦା ଏହାର ରୂପାନ୍ତରଣ ଯାତ୍ରା ସମୟରେ ଏହି ସହଯୋଗିତା ବଳରେ ସଚିନଙ୍କ ବ୍ରାଣ୍ଡ ଚମକକୁ ବ୍ୟବହାର କରି ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ।
ସଚିନଙ୍କୁ ନେଇ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ‘ପ୍ଲେ ଦି ମାଷ୍ଟରଷ୍ଟ୍ରୋକ୍‌’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଶତାବ୍ଦୀରୁ ଅଧିକ ସମୟ ଧରି କୋଟି କୋଟି ଲୋକଙ୍କ ବିଶ୍ୱାସ ଜିତିଥିବା ବ୍ୟାଙ୍କକୁ ଚୟନ କରି ମାଷ୍ଟରଷ୍ଟ୍ରୋକ୍ ଖେଳିବା ଏବଂ ନିଜର ଆ୍‌ର୍ଥିକ ଅଭିଳାଷାକୁ ପରିପୂର୍ଣ୍ଣ କରିବା ଲାଗି ଏହି ଅଭିଯାନରେ ଭାଗନେବାକୁ ଲୋକମାନଙ୍କୁ ଉତ୍ସାହିତ କରାଯାଉଛି।
ଦେଶର କୋଣ ଅନୁକୋଣରେ ସଚିନଙ୍କୁ ଲୋକମାନେ ଭଲ ପାଉଥିବାରୁ ବ୍ୟାଙ୍କ ଅ୍‌ଫ ବରୋଦାର ବ୍ରାଣ୍ଡ ଆମ୍ବାସାଡର ଭାବେ ତାଙ୍କୁ ବ୍ୟାଙ୍କର ସମସ୍ତ ଅଭିଯାନ, ଆର୍ଥିକ ସାକ୍ଷରତା ଓ ଠକେଇ ପ୍ରତିରୋଧକୁ ନେଇ ଆୟୋଜନ କରାଯାଉଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ, ଗ୍ରାହକ ଓ କର୍ମଚାରୀ ସଂପୃକ୍ତି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିବ। ବିଶ୍ୱର ୧୭ଟି ରାଷ୍ଟ୍ରରେ ବ୍ୟାଙ୍କ ଅଫ ବରୋଦାର ଉପସ୍ଥିତି ରହିଛି। ଏକ ବିଶ୍ୱସ୍ତରୀୟ କ୍ରୀଡ଼ା ଆଇକନ୍ ଭାବେ ଆନ୍ତର୍ଜାତିିକ ଦୃଶ୍ୟପଟ୍ଟରେ ବ୍ୟାଙ୍କ ଅଫ୍ ବରୋଦାର ବ୍ରାଣ୍ଡ୍ କୁ ବଢ଼ାଇବାରେ ସଚିନ ସହାୟକ ହେବେ।
ବ୍ୟାଙ୍କ ଅଫ୍ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଦେବଦତ୍ତ ଚାନ୍ଦ କହିଛନ୍ତି ଯେ, “ଭାରତର ଅନ୍ୟତମ କ୍ରୀଡ଼ା କିମ୍ବଦନ୍ତୀ ପୁରୁଷ ସଚିନ ତେନ୍ଦୁଲକରଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ଘୋଷଣା କରିବା ବ୍ୟାଙ୍କ ଅଫ୍ ବରୋଦା ପାଇଁ ଗର୍ବର ମୁହୂର୍ତ୍ତ। ସଚିନ ଜଣେ ଗ୍ଲୋବାଲ ଆଇକନ୍‌, ଯିଏ ସର୍ବଦା ନେତୃତ୍ୱ ନେଇ ଉଦାହରଣ ପାଲଟିଛନ୍ତିି, ପଡ଼ିଆ ଭିତରେ ଏବଂ ବାହାରେ ତାଙ୍କ କାର୍ଯ୍ୟ ମାଧ୍ୟମରେ ଆମକୁ ପ୍ରେରଣା ଦେଉଛନ୍ତି। ସେ ଯେପରି ନିଜର ଉଲ୍ଲେଖନୀୟ କ୍ୟାରିୟର ମାଧ୍ୟମରେ ଦେଶକୁ ଉତ୍ସାହିତ କରିଛନ୍ତି, ବ୍ୟାଙ୍କ ଅଫ୍ ବରୋଦା ସାରା ଦେଶରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ବିଶ୍ୱସ୍ତ ଅଂଶୀଦାର ହୋଇଛି, ଯାହା ସେମାନଙ୍କୁ ସେମାନଙ୍କର ଆର୍ôଥକ ଆକାଂକ୍ଷା ହାସଲ କରିବାରେ ସକ୍ଷମ କରୁଛି। ସଚିନ ହେଉଛନ୍ତି, ନେତୃତ୍ୱ, ଉତ୍କର୍ଷତା, ବିଶ୍ୱାସ, ନିରନ୍ତରତା ଏବଂ ପରମ୍ପରାର ଏକ ପ୍ରତୀକ ଯାହା ପିଢ଼ି ପରେ ପିଢ଼ି ପର୍ଯ୍ୟନ୍ତ ବ୍ୟପ୍ତ ରହିଛି। ସେହି ମୂଲ୍ୟବୋଧ ବ୍ୟାଙ୍କ ଅଫ୍ ବରୋଦାର ଶତାବ୍ଦୀବ୍ୟାପୀ ଯାତ୍ରାର ମୂଳଦୁଆ ଅଟେ। ସଚିନଙ୍କ ସହ ସହଯୋଗିତା କରି ଏହି ସମ୍ପର୍କକୁ ଜୀବନ୍ତ କରିବା ପାଇଁ ଆମେ ଉତ୍ସାହିତ।”
ଏହି ସହଯୋଗିତା ସମ୍ପର୍କରେ ସଚିନ ତେନ୍ଦୁଲକର କହିଛନ୍ତି ଯେ, “ବ୍ୟାଙ୍କ ଅଫ୍ ବରୋଦା ସହ ସହଯୋଗିତା କରିବା ମୋ ପାଇଁ ଗୌରବର ବିଷୟ ଯାହାକୁ ମୁଁ ସର୍ବଦା ପ୍ରଶଂସା କରିଆସିଛି। ଏକ ଶତାବ୍ଦୀ ପୂର୍ବେ ସାମାନ୍ୟ ପ୍ରାରମ୍ଭରୁ ବ୍ୟାଙ୍କ ଅଫ୍ ବରୋଦା ଆଜି ଏକ ଅଗ୍ରଣୀ ବ୍ୟାଙ୍କିଙ୍ଗ ଅନୁଷ୍ଠାନରେ ପରିଣତ ହୋଇଛି। ଏହା ଉତ୍କର୍ଷତା, ସଚ୍ଚୋଟତା, ଅଭିନବତା ଏବଂ ଗ୍ରାହକ-କେନ୍ଦ୍ରୀକରଣ ନୀତି ଉପରେ ଗଠନ କରାଯାଇଛି। ଏହି ମୂଲ୍ୟବୋଧଗୁଡ଼ିକ ମୁଁ ମଧ୍ୟ ବିଶ୍ୱାସ କରେ ଏବଂ ଏହା ଯେକୌଣସି ପ୍ରୟାସର ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କ ଅଫ୍ ବରୋଦା ସହ ମିଶି ମୁଁ ସାରା ଦେଶରେ ମୋ ପ୍ରଶଂସକଙ୍କ ସହ ଯୋଡ଼ି ହେବାକୁ ଚାହୁଁଛି।”
ଶ୍ରୀ ଚାନ୍ଦ ଆହୁରି କହିଛନ୍ତି ଯେ, “ଆମର ଆକାଂକ୍ଷା ହେଛଛି ବ୍ୟାଙ୍କ ଅଫ୍ ବରୋଦାକୁ ପସନ୍ଦର ବ୍ୟାଙ୍କିଙ୍ଗ ସହଯୋଗୀ ଭାବେ ଚୟନ କରି ଦେଶର ପ୍ରତିଟି ନାଗରିକ ମାଷ୍ଟରଷ୍ଟ୍ରୋକ ଖେଳନ୍ତୁ”।

Share

Leave a Reply

Your email address will not be published. Required fields are marked *

six + two =