Business

ଭିନେ କର୍ପୋରେସନ୍ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଦୁଇଚକିଆ ଯାନ, ତିନି ଚକିଆ ଯାନ, ଯାତ୍ରୀବାହୀ ଯାନ ଓ କମର୍ସିଆଲ୍ ଯାନ ପାଇଁ ବ୍ୟାପକ ଉପକରଣ ନିର୍ମାଣ, ଯୋଗାଣ ଓ ରପ୍ତାନିର ଅଗ୍ରଣୀ ସଂସ୍ଥା ଭିନେ କର୍ପୋରେସନ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। କମ୍ପାନି ପକ୍ଷରୁ ଷ୍ଟିୟରିଂ ହ୍ୱିଲ୍ ସ୍ୱିଚ୍‌, ଗିୟର ସିଫଟିଂ ପାଡେଲ୍‌, ଲାଇଟ୍ ନିୟନ୍ତ୍ରଣ ୟୁନିଟ୍‌, ବ୍ରେକ୍ ପେଡାଲ୍ ସ୍ୱିଚ୍ ଓ ସେନ୍‌ସର୍‌, ମଲ୍‌ଟିମିଡିଆ ପ୍ଲଗ୍‌, ଏୟାରବ୍ୟାଗ୍ ଅନ୍‌/ଅଫ୍ ସ୍ୱିଚ୍‌, ଓୟାରିଂ ହାରନେସ୍‌, ଫ୍ୟୁଜ୍ ବକ୍ସ, ଓୟାର, କେବୁଲ, ଟର୍ମିନାଲ୍ ଓ କନେକ୍ଟର ଭଳି ଉତ୍ପାଦ ଉତ୍ପାଦନ କରାଯାଉଛି।
କମ୍ପାନି ପକ୍ଷରୁ ଆଇପିଓରେ ୧୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୨୨,୨୧୩,୮୫୨ ଇକ୍ୱିଟି ସେୟାର ବିକ୍ରି କରିବେ।
କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ଦିଆଯାଇଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

eleven − two =