Business

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଉତ୍ସବ ଋତୁରେ ଆକର୍ଷଣୀୟ ଡିଲ୍ ଓ ରିହାତି ସହ “ଦିଲ୍ ସେ ଓପନ୍ ସେଲିବ୍ରେସନ୍‌” ଘୋଷଣା

ଭୁବନେଶ୍ୱର: ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଦିଲ୍ ସେ ଓପନ୍ ସେଲିବ୍ରେସନ୍‌” ଘୋଷଣା କରାଯାଇଛି ଯେଉଁଥିରେ ଗ୍ରାହକମାନେ ଇ-କମର୍ସ, ଲାଇଫ୍‌ଷ୍ଟାଇଲ୍‌, ଇଲେକ୍ଟ୍ରୋନିକ୍ସ, ଟ୍ରାଭେଲ୍‌, ଡାଇନିଂ ଓ ଗ୍ରୋସରି ସପିଂ ବେଳେ ବ୍ୟାଙ୍କର କାର୍ଡ ବ୍ୟବହାର କରି ଆକର୍ଷଣୀୟ ଡିଲ୍ ଓ ରିହାତି ପାଇପାରିବେ। ବ୍ୟାଙ୍କ ଗ୍ରାବ୍ ଡିଲ୍ ପ୍ଲାଟଫର୍ମ ଜରିଆରେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଶକ୍ସବଭୟରବକ୍ଷଗ୍ଦ.ବଙ୍ଘସଗ୍ଦଭବଦ୍ଭଳ.ମକ୍ଟଜ୍ଞ/ ଗ୍ରାହକମାନେ ୫୦ରୁ ଅଧିକ ଲୋକପ୍ରିୟ ବ୍ରାଣ୍ଡ୍ ଓ ଅଗ୍ରଣୀ ଇ-କମର୍ସ ସାଇଟ୍‌ରେ ଅତିରିକ୍ତ କ୍ୟାସ୍‌ବ୍ୟାକ୍ ପାଇପାରିବେ।
ଗ୍ରାହକମାନେ ଆମାଜନ, ଫ୍ଲିପକାର୍ଟ, ମ୍ୟାକ୍ସ ଫେସନ, ମିନ୍ତ୍ରା, ଟିରା, ଭେରୋ ମୋଡା ଭଳି ଇ-କମର୍ସ ସାଇଟ୍‌, ଆଇଏଫ୍‌ବି, ମୋଟୋରୋଲା, ରିଲାଏନ୍ସ ଡିଜିଟାଲ୍‌, ସାମସଙ୍ଗ, ଶାଓମି ଭଳି ଇଲେକ୍ଟ୍ରୋନିକ୍ସ ବ୍ରାଣ୍ଡ୍ ଏବଂ କୋଚ୍‌, ହ୍ୟୁଗୋ, ବସ୍‌, ମାଇକେଲ୍ କୋର୍‌ସ, ଟମି ଭଳି ଲକ୍‌ଜୁରି ଲାଇଫ୍‌ଷ୍ଟାଇଲ୍‌, ବ୍ଲିଙ୍କଇଟ୍‌, ଇଜିଡାଇନର୍ ଓ ସ୍ୱିଗି ଭଳି ଡାଇନିଂ ଓ ଗ୍ରୋସରି ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ଯେଉଁ ଗ୍ରାହକମାନେ ନିଜ ପ୍ରିୟଜନମାନଙ୍କ ସହ ଯୋଡ଼ି ହେବାକୁ ଚାହୁଛନ୍ତି କିମ୍ବା ଛୁଟିରେ ଯିବାକୁ ଚାହୁଛନ୍ତି ସେମାନେ କ୍ଲିୟରଟ୍ରିପ, କ୍ୟାଥୱେ ପାସିଫିକ, ମେକମାଇଁଟ୍ରିପ, ପେଟିଏମ୍ ଫ୍ଲାଇଟ୍‌ସ ଓ ଯାତ୍ରାରେ ତତ୍କାଳ ସଂଚୟ କରିପାରିବେ। ଇଏମ୍‌ଆଇକୁ ବ୍ୟବହାର କରି ମଧ୍ୟ ଗ୍ରାହକମାନେ ଅଫରର ଲାଭ ଉଠାଇପାରିବେ।
ଆକ୍ସିସ୍ ବ୍ୟାଙ୍କର କାର୍ଡଧାରୀମାନେ ଫ୍ଲିପକାର୍ଟରେ ସପିଙ୍ଗ କରି ଅତିରିକ୍ତ ୫% କ୍ୟାସବ୍ୟାକ୍ ପାଇପାରିବେ। ବ୍ୟାଙ୍କର ଗ୍ରାବ ଡିଲ୍ ପ୍ଲାଟଫର୍ମରେ ୨୦୨୪ ଅକ୍ଟୋବର ୬ ପର୍ଯ୍ୟନ୍ତ ଏହି ଡିଲ୍‌ଗୁଡ଼ିକ ଉପଲବ୍ଧ ହେବ ଯେଉଁଥିରେ ଗ୍ରାହକମାନେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ଏହି ଅଫର ଦଶହରା ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇପାରେ।
ଅଫର ବିଷୟରେ ପ୍ରଚାର କରିବା ଲାଗି ବ୍ୟାଙ୍କ ପକ୍ଷରୁ ମଲ୍‌ଟିମିଡିଆ ଅଭିଯାନ ଆରମ୍ଭ କରାଯାଇଛି। “ଆଛାଇ କଭି ରୁକନି ନେହି ଚାହିୟେ” ବାର୍ତାକୁ ନେଇ ଏହି ଅଭିଯାନ ପ୍ରସ୍ତୁତ କରାଯାଇଛି। ଏହାରର ପ୍ରଥମ ପର୍ଯ୍ୟାୟ ଓନାମ ଓ ଗଣେଶ ପୂଜା ବେଳେ ଆରମ୍ଭ ହୋଇଥିବା ବେଳେ ଆଗାମୀ ଅଭିଯାନ ଦୀପାବଳି ପର୍ଯ୍ୟନ୍ତ ଚାଲିବ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ସଭାପତି ଓ କାର୍ଡସ୍ ତଥା ପେମେଂଟ୍‌ସ ମୁଖ୍ୟ ସଂଜୀବ ମୋଘେ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଶ୍ରେଷ୍ଠ ଅଫର ଓ ଡିଲ୍ ପ୍ରଦାନ କରିବା ଲାଗି ଏହି ଉତ୍ସବ ଋତୁରେ କେତେକ ଅଗ୍ରଣୀ ବ୍ରାଣ୍ଡ୍ ସହ ସହଯୋଗିତା ସ୍ଥାପନ କରିଥିବାରୁ ବହୁତ ଉତ୍ସାହିତ। ସପିଙ୍ଗ, ଲକ୍‌ଜୁରି ଲାଇଫଷ୍ଟାଇଲ୍‌, ଟ୍ରାଭେଲ, ଡାଇନିଂ ଓ ଗ୍ରୋସରିରେ ଶ୍ରେଷ୍ଠ ଡିଲ୍ ଓ ରିହାତି ଜିଆରେ ଉତ୍ସବ ଖୁସିକୁ ବଢ଼ାଇବାକୁ ଆମେ ଲକ୍ଷ୍ୟ ରଖିଛୁ। ଆମେ ଆଶା କରୁଥିବା ଆମ ଗ୍ରାହକମାନେ ରିହାତି, କ୍ୟାସବ୍ୟାକ୍ ଆଦିକୁ ବ୍ୟବହାର କରି ଏହି ଉତ୍ସବ ଋତୁକୁ ସ୍ମରଣୀୟ କରିବେ।”

Share

Leave a Reply

Your email address will not be published. Required fields are marked *

five − two =