Business

କ୍ରୋମା ପକ୍ଷରୁ “ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ”ର ଶୁଭାରମ୍ଭ, ଇଲେକ୍ଟ୍ରୋନିକ୍ସ ସପିଙ୍ଗ ଉପରେ ଆକର୍ଷଣୀୟ ଉପହାର

ଭୁବନେଶ୍ୱର: କ୍ରୋମା ପକ୍ଷରୁ ବାର୍ଷିକ “ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ”ର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ଇଲେକ୍ଟ୍ରୋନିକ୍ସ ଓ ହୋମ୍ ଆପ୍ଲାଏନ୍‌ସେସ୍‌କୁ ଅପ୍‌ଗ୍ରେଡ୍ କରିବା ଲାଗି ଆକର୍ଷଣୀୟ ସୁଯୋଗ ପାଇପାରିବେ। ଗ୍ରାହକମାନେ ୨୦୨୪ ଅକ୍ଟୋବର ୩ ପର୍ଯ୍ୟନ୍ତ ସମସ୍ତ କ୍ରୋମା ଷ୍ଟୋର ଓ କ୍ରୋମା ୱେବସାଇଟ୍‌ରେ ଅତୁଳନୀୟ ଅଫର ଉପଭୋଗ କରିପାରିବେ। ଗ୍ରାହକମାନେ ୧୦୦ ଟାଟା ମୋଟର୍ସ କାର, ୫୦୦ ହିରୋ ବାଇକ୍‌, ୫୦୦୦ ଟାଇଟାନ୍ ଘଂଟା ଆଦି ଜିତିପାରିବେ। ଗ୍ରାହକମାନେ ୫୦୦ରୁ ଅଧିକ ଷ୍ଟୋର୍‌ରେ ସପିଙ୍ଗ କରି ପ୍ରତି କିଣାକିଣି ଉପରେ ନିଶ୍ଚିତ ମାଗଣାରେ ପୁରସ୍କାର ପାଇପାରିବେ।
ଅତୁଳନୀୟ ରିହାତି ଓ ଅଫର ଜରିଆରେ ଗ୍ରାହକମାନେ ଟିଭି ଓ ହୋମ୍ ଆପ୍ଲାଏନ୍‌ସେସ୍ ଉପରେ ଅସମୀମିତ ୧୦% ତତ୍କାଳ କ୍ୟାସ୍‌ବ୍ୟାକ୍ ଏବଂ ସ୍ମାର୍ଟଫୋନ୍ ଓ ଲାପ୍‌ଟପ୍ ଉପରେ ଅସୀମିତ ୫% କ୍ୟାସ୍‌ବ୍ୟାକ୍ ପାଇପାରିବେ।
କ୍ରୋମା ଇନଫିନିଟି –ରିଟେଲ୍ ଲିମିଟେଡ୍‌ର ଡେପୁଟି ସିଇଓ ଶିବାଶିଷ ରାୟ କହିଛନ୍ତି ଯେ, “ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ ଅଭିଯାନର ଶୁଭାରମ୍ଭ କରି ଏବଂ ଗ୍ରାହକମାନଙ୍କୁ ଅତୁଳନୀୟ ରିହାତି ଓ କ୍ୟାସବ୍ୟାକ୍ ପ୍ରଦାନ କରି ଏହି ଋତୁର ଉତ୍ସାହ ବଢ଼ାଉଥିବାରୁ ଆମେ ବେଶ୍ ଉତ୍ସାହିତ। ଏଥିରେ ପ୍ରତି କିଣାକିଣି ଉପରେ ନିଶ୍ଚିତ ଉପହାର ସହିତ ଗ୍ରାହକମାନେ କାର୍‌, ବାଇକ୍ ଓ ହାତଘଂଟା ଜିତିପାରିବେ। କିଛି ସ୍ୱତନ୍ତ୍ର ସହିତ ପ୍ରତି ପରିବାରର ଉତ୍ସବ ପାଳନରେ ଉନ୍ନତି ଆଣିବା ଏବଂ ଉତ୍ସବ ସପିଙ୍ଗୁ ସ୍ମରଣୀୟ କରିବା ହେଉଛି ଆମର ଲକ୍ଷ୍ୟ।”
ଏହି ଉତ୍ସବ ଋତୁରେ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସରେ କ୍ରୋମା ସହ ଯୋଡ଼ି ହୁଅନ୍ତୁ। ଆକର୍ଷଣୀୟ ଡିଲ୍ ପାଇବା ପାଇଁ ନିକଟତମ କ୍ରୋମା ଷ୍ଟୋର୍ କିମ୍ବା ୱେବସାଇଟ୍ ପରିଦର୍ଶନ କରନ୍ତୁ।

Share

Leave a Reply

Your email address will not be published. Required fields are marked *

1 × five =