Business

ଜେଏସ୍‌ଡବ୍ଲୁ ପେଂଟ୍‌ସ ପକ୍ଷରୁ ଆଲିଆ ଭଟ୍ଟ ଓ ଆୟୁଷ୍ମାନ ଖୁରାନାଙ୍କୁ ନେଇ “ଖୁବସୁରତ ସୋଚ୍‌” ଅଭିଯାନର ଶୁଭାରମ୍ଭ


ଭୁବନେଶ୍ୱର: ଜେଏସ୍‌ଡବ୍ଲୁ ଗ୍ରୁପ୍‌ର ଅଂଶ ତଥା ଭାରତର ଅଗ୍ରଣୀ ପରିବେଶ ଅନୁକୂଳ ପେଂଟ୍ କମ୍ପାନି ଜେଏସ୍‌ଡବ୍ଲୁ ପେଂଟ୍‌ସ ପକ୍ଷରୁ ଏହାର ଡେକୋରେଟିଭ୍ ପେଂଟ୍‌ସ ବର୍ଗମାଳା ପାଇଁ ନୂଆ ଅଭିଯାନର ଶୁଭାରମ୍ଭ କରାଯାଇଛି।
ଜେଏସ୍‌ଡବ୍ଲୁ ପେଂଟ୍‌ସର “ଖୁବସୁରତ ସୋଚ୍‌” ଅଭିଯାନ ସୁନ୍ଦର ଭାବନାକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପିତ କରୁଛି। ଏହି ଚମତ୍କାର ସିନେମାରେ କମ୍ପାନିର ବ୍ରାଣ୍ଡ ଆମ୍ବାସାଡର ଆଲିଆ ଭଟ୍ଟ ଓ ଆୟୁଷ୍ମାନ ଖୁରାନା ସମସ୍ତଙ୍କୁ ନିଜ ଭାବନାର ଉଡ଼ାଣ ଦେବା ଏବଂ ଜେଏସଡବ୍ଲୁ ପେଂଟ୍‌ସର ରଙ୍ଗ ଜରିଆରେ ନିଜକୁ ପରିପ୍ରକାଶ କରିବା ଲାଗି ଆମନ୍ତ୍ରଣ କରୁଛନ୍ତି। ଏହି ନୂତନ ଅଭିଯାନକୁ ଟିଭି ଚ୍ୟାନେଲ୍‌, ଡିଜିଟାଲ୍‌, ଓଓଏଚ୍ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ଆରମ୍ଭ କରାଯାଇଛି।
ଆଲିଆ ଭଟ୍ଟ ଓ ଆୟୁଷ୍ମାନ ଖୁରାନାଙ୍କ ଜୀବନ୍ତ ଓ ଉତ୍ସାହପୂର୍ଣ୍ଣ ବାର୍ତ୍ତା ମାଧ୍ୟମରେ ଲୋକମାନଙ୍କୁ ଲିଭିଂ ସ୍ପେସ୍‌ରେ ରଙ୍ଗରକୁ ବ୍ୟବହାର କରି ସୌନ୍ଦର୍ଯ୍ୟକରଣ ବୃଦ୍ଧି କରିବା ଲାଗି ଅନୁପ୍ରାଣିତ କରୁଛି। ଏହାର ସାଉଣ୍ଡଟ୍ରାକ୍‌କୁ କିମ୍ବଦନ୍ତୀ ଗୁଲଜାର ପ୍ରସ୍ତୁତ କରିଥିବା ବେଳେ ସେଥିରେ ଦର୍ଶକମାନଙ୍କ ଲାଗି ଅଡିଓ ଓ ଭିଡିଓର ଚମତ୍କାର ମିଶ୍ରଣ ରହିଛି। ଟିବିଡବ୍ଲୁଏ/ ଭାରତ ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହି ସିନେମାରେ ଜେଏସଡବ୍ଲୁ ପେଂଟସର ବିଭିନ୍ନ ପରିବେଶ ଅନୁକୂଳ ରଙ୍ଗକୁ ଉପସ୍ଥାପନ କରାଯାଇଛି।
ଜେଏସ୍‌ଡବ୍ଲୁ ପେଂଟ୍‌ସ ପକ୍ଷରୁ ଦକ୍ଷିଣ ବଜାର ଲାଗି ଡୁଲକର୍ ସଲ୍‌ମାନଙ୍କୁ ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଏହି ସିନେମାରେ ଆଲିଆ ଭଟ୍ଟ ଓ ଡୁଲକର୍ ସଲ୍‌ମାନ୍‌ଙ୍କୁ ଦେଖିବାକୁ ମିଳିବ।
ଜେଏସଡବ୍ଲୁ ପେଂଟ୍‌ସର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ଏ ଏସ୍ ସୁନ୍ଦରେସନ୍ କହିଛନ୍ତି ଯେ, “ଆମର “ଖୁବସୁରତ ସୋଚ” ଅଭିଯାନକୁ ଉନ୍ମୋଚନ କରି ଆମେ ଉତ୍ସାହିତ। ଏହି ଅଭିଯାନ ଲୋକମାନଙ୍କୁ ସୁନ୍ଦର ଚିନ୍ତାଧାରାର ଅସୀମ ସମ୍ଭାବନା ଆବିଷ୍କାର କରିବାରେ ସାହାଯ୍ୟ କରିବ ଯାହା ସେମାନଙ୍କ ଘରକୁ ପରିବର୍ତନ କରିପାରିବ। ଆମେ ଚାହୁଁଛୁ ଯେ ଗ୍ରାହକମାନେ ବିଷୟବସ୍ତୁ, ଡିଜାଇନ୍‌, ଆକାଂକ୍ଷା, ଅନୁଭୂତିକୁ ରଙ୍ଗ ବାହାରେ ଦେଖନ୍ତୁ ଏବଂ ଘରେ ସେମାନଙ୍କ ଜୀବନ ଏବଂ ଉତ୍ସାହର ଏକ ଅଂଶ ଆରମ୍ଭ କରନ୍ତୁ।”
ଟିବିଡବ୍ଲ୍ୟୁଏ/ଇଣ୍ଡିଆର ସିଇଓ ଗୋବିନ୍ଦ ପାଣ୍ଡେ କହିଛନ୍ତି ଯେ, “ପୂର୍ବରୁ ଉପଲବ୍ଧ ନଥିବା ନୂତନ ବୈଶିଷ୍ଟ୍ୟରେ ପରିପୂର୍ଣ୍ଣ ଜେଏସଡବ୍ଲ୍ୟୁ ପେଂଟ୍‌ସ ସହିତ ଆପଣଙ୍କ ଘର ସଜାଇବାର ଅନେକ ନୂତନ ସମ୍ଭାବନା ବର୍ତର୍ମାନ ସମ୍ଭବ ହୋଇଛି। ଆପଣଙ୍କ ଘର ବିଷୟରେ ଆପଣଙ୍କର ସମସ୍ତ ସୁନ୍ଦର ଚିନ୍ତାଧାରା ବର୍ତମାନ ବାସ୍ତବ ହୋଇପାରେ। ଏହି ସିନେମାଟି ଏହି ପିଢ଼ିର ଗୃହିଣୀ ଏବଂ ସେମାନଙ୍କ ସହ ସହଯୋଗୀମାନଙ୍କୁ ବିରକ୍ତ୍‌ିକର ଭାବନାରୁ ଆଗକୁ ବଢ଼ିବା ଏବଂ ନୂତନ ଚିନ୍ତାଧାରା ଓ ରଙ୍ଗକୁ ଗ୍ରହଣ କରିବା ଲାଗି କହୁଛି।”

Share

Leave a Reply

Your email address will not be published. Required fields are marked *

seventeen − ten =