Business

କେଦରା ସମର୍ଥିତ ଆଜାକ୍ସ ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ


ଭୁବନେଶ୍ୱର: କେଦରା ଦ୍ୱାରା ସମର୍ଥିତ ଅଗ୍ରଣୀ କଙ୍କ୍ରିଟ୍ ଉପକରଣ ନିର୍ମାତା ଆଜାକ୍ସ ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଆଣିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଏହି ଆଇପିଓ ଜରିଆରେ ବେଙ୍ଗାଲୁରୁରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏହି କମ୍ପାନି ଅଫର ଫର୍ ସେଲ୍‌ରେ ୨,୨୮,୮୧,୭୧୮ ଇକ୍ୱିଟି ସେୟାର ବିକ୍ରି କରିବ। ଅଫର ଫର୍ ସେଲ୍‌ରେ କେଦରା କ୍ୟାପିଟାଲ୍ ପକ୍ଷରୁ ୭୪,୩୬,୮୦୦ ଇକ୍ୱିଟି ସେୟାର, କ୍ରିଷ୍ଣସ୍ୱାମୀ ବିଜୟ ଓ କଲ୍ୟାଣି ବିଜୟ ୨୮,୬୦,୧୭୦ ଇକ୍ୱିଟି ସେୟାର, ଜ୍ୟାକବ୍ ଜିତେନ୍ ଜନ୍ ୨୨,୮୮,୧୩୬ ଇକ୍ୱିଟି ସେୟାର, ଜ୍ୟାକବ୍ ହାନ୍‌ସେନ୍ ଫାମିଲି ଟ୍ରଷ୍ଟ ୬୦,୦୬,୩୫୭ ଇକ୍ୱିଟି ସେୟାର ଓ ସୁସି ଜନ୍ ୧୪,୩୦,୦୮୫ ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍‌। କମ୍ପାନିର ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି।
୧୯୯୨ରେ ସ୍ଥାପିତ ଆଜାକ୍ସ ଇଞ୍ଜିନିୟରିଂର ସେଲ୍‌ଫ ଲୋଡିଂ କଙ୍କ୍ରିଟ୍ ମିକ୍ସଚର, ବ୍ୟାଚିଂ ପ୍ଲାଂଟ୍‌, ଟ୍ରାଞ୍ଜିଟ୍ ମିକ୍ସଚର, ବୁମ ପମ୍ପ୍‌, କଙ୍କ୍ରିଟ୍ ପମ୍ପ୍‌, ସ୍ଲିପ୍ ଫର୍ମ ପେଭର ଓ ୩ଡି କଙ୍କ୍ରିଟ୍ ପ୍ରିଂଟର୍ ରହିଛି। କମ୍ପାନିର ଏହି ଉତ୍ପାଦଗୁଡ଼ିକୁ ରେଳ ଲାଇନ୍ ବିଛାଇବା, ସଡ଼କ, ଅଣ୍ଡରଗ୍ରାଉଣ୍ଡ ଟନେଲ୍‌, ଏଲିଭେଟେଡ୍ ଟ୍ରାକ୍‌, ଫ୍ଲାଏଓଭର୍‌, ବ୍ରିଜ୍ ଭଳି ଭିତିଭୂମି ପ୍ରକଳ୍ପ, ଜଳାଶୟ, କେନାଲ୍‌, ଚେକ୍ ଡ୍ୟାମ୍ ଭଳି ଜଳସେଚନ ପ୍ରକଳ୍ପ, ଲ୍ୟାଣ୍ଡସ୍କେପିଂ, ଡ୍ରେନେଜ୍‌, ବିମାନବନ୍ଦର, ପାୱାର ପ୍ଲାଂଟ୍‌, କାରଖାନା ଏବଂ ତୈଳ ଓ ଗ୍ୟାସ୍ ଟର୍ମିନାଲ୍ ନିର୍ମାଣରେ ବ୍ୟବହାର କରାଯାଉଛି।
ସ୍ୱର୍ଗତ ଜ୍ୟାକବ୍ ଜନ୍ ଓ ଅନିଲ କୁମାର ସିଂହଙ୍କ ସହ ମିଶି କମ୍ପାନିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ କ୍ରିଷ୍ଣସ୍ୱାମୀ ବିଜୟ ଆଜାକ୍ସ ଇଞ୍ଜିନିୟରିଂକୁ ପ୍ରତିଷ୍ଠା କରିଥିଲେ। ଏହାର ଚାରିଟି ଆସେମ୍ବଲି ଲାଇନ୍ ଓ ଉତ୍ପାଦନ କାରଖାନା କର୍ଣ୍ଣାଟକର ଓବାଡେନାହାଲି, ଗୋଡିବିଡାନୁର, ବାସେଟିହାଲିରେ ରହିଛି। କର୍ଣ୍ଣାଟକର ଆଦିନାରାୟଣହୋସାହାଲିରେ ଏହାର ଆସେମ୍ବଲି ଓ ଉତ୍ପାଦନ କାରଖାନା ନିର୍ମାଣ ଚାଲିଛି ଯାହା ୨୦୨୫ ମାର୍ଚ୍ଚରେ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ଭାରତର ୨୩ଟି ରାଜ୍ୟରେ ଆଜାକ୍ସର ୫୧ ଡିଲର୍‌ସିପ୍ ଥିବା ବେଳେ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆ, ମଧ୍ୟପ୍ରାଚ୍ୟ ଓ ଆଫ୍ରିକାରେ ୨୫ଟି ଡିଲର ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

20 + fifteen =