Business

ସ୍କୋଡା ଟ୍ୟୁବ୍‌ସ ଲିମିଟେଡ୍ ପକ୍ଷରୁ ଆଇପିଓ ଜରିଆରେ ୨୭୫ କୋଟି ଟଙ୍କା ସଂଗ୍ରହ ପାଇଁ ଚିଠା ପେପର ଦାଖଲ


ଭୁବନେଶ୍ୱର: ସ୍କୋଡା ଟ୍ୟୁବ୍‌ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଆଣିବା ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଆଇପିଓ ଜରିଆରେ କମ୍ପାନି ୨୭୫ କୋଟି ଟଙ୍କା ସଂଗ୍ରହ କରିବ। ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ କମ୍ପାନି ୱେଲ୍‌ଡେଡ୍ ଟୁୃ୍ୟବ୍ ଓ ପାଇପ୍‌ର ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ କାର୍ଯ୍ୟକାରୀ ପୁଞ୍ଜି ଭାବେ, କମ୍ପାନିର ବର୍ଦ୍ଧିତ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବା ଏବଂ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
କମ୍ପାନି ହେଉଛି ଭାରତର ଏକ ଅଗ୍ରଣୀ ଷ୍ଟେନ୍‌ଲେସ୍ ଷ୍ଟିଲ୍ ଟ୍ୟୁବ୍ ଓ ପାଇପ୍ ନିର୍ମାତା ଯାହାର ୧୪ରୁ ଅଧିକ ବର୍ଷର ଅଭିଜ୍ଞତା ରହିଛି। ଏହା ସିମ୍‌ଲେସ୍ ଟ୍ୟୁବ୍ ଓ ପାଇପ୍‌, ୱେଲ୍‌ଡେଡ୍ ଟ୍ୟୁବ୍ ଓ ପାଇପ୍‌, ଷ୍ଟେନ୍‌ଲେସ ଷ୍ଟିଲ୍ ସିମ୍‌ଲେସ୍ ପାଇପ, ଷ୍ଟେନ୍‌ଲେସ୍ ଷ୍ଟିଲ୍ ସିମ୍‌ଲେସ୍ ଟ୍ୟୁବ୍‌, ଷ୍ଟେନ୍‌ଲେସ୍ ଷ୍ଟିଲ୍ ସିମ୍‌ଲେସ୍ ୟୁ ଟ୍ୟୁବ୍‌, ଷ୍ଟେନଲେସ୍ ଷ୍ଟିଲ୍ ଇନଷ୍ଟ୍ରୁମେଟେଂସନ୍ ଟ୍ୟୁବ୍‌, ଷ୍ଟେନଲେସ୍ ଷ୍ଟିଲ୍ ୱେଲ୍‌ଡେଡ୍ ଟ୍ୟୁବ୍ ଓ ୟୁ ଟ୍ୟୁବ୍ ଆଦି ଉତ୍ପାଦନ କରୁଛି। ଏହାର ଉତ୍ପାଦଗୁଡ଼ିକୁ “ସ୍କୋଡା ଟ୍ୟୁବ୍‌ସ ଲିମିଟେଡ୍‌’ ବ୍ରାଣ୍ଡ୍ ଅଧୀନରେ ବିକ୍ରି ହେଉଛି। ଏହାର ଉତ୍ପାଦକୁ ଇଞ୍ଜିନିୟରିଂ କମ୍ପାନି, ଇପିସି, ତୈଳ ଓ ଗ୍ୟାସ୍‌, ରସାୟନ, ସାର, ବିଦ୍ୟୁତ୍ ଶକ୍ତି, ଫାର୍ମାସ୍ୟୁଟିକାଲ୍‌, ଅଟୋମୋଟିଭ୍‌, ରେଳ ଓ ପରିବହନ କ୍ଷେତ୍ରର ଗ୍ରାହକମାନେ ବ୍ୟବହାର କରୁଛନ୍ତି।
୨୦୨୪ ଅଗଷ୍ଟ ୩୧ ସୁଦ୍ଧା ମଦର ହଲୋ ପାଇଁ କମ୍ପାନିର ମୋଟ ଉତ୍ପାଦନ କ୍ଷମତା ବାର୍ଷିକ ୨୦,୦୦୦ ଏମ୍‌ଟି, ସିମ୍‌ଲେସ୍ ଉତ୍ପାଦ ପାଇଁ ୧୦୦୬୮ ଏମ୍‌ଟି ଓ ୱେଲ୍‌ଡେଡ୍ ଉତ୍ପାଦ କ୍ଷମତା ୧୬୪୧୦୨୦ ଟନ୍ ଥିଲା। କମ୍ପାନି ଉଭୟ ସ୍ଥାନୀୟ ଓ ଆନ୍ତର୍ଜାତିକ ବଜାର ଆବଶ୍ୟକତା ପୂରଣ କରୁଛି।
କମ୍ପାନିର ପ୍ରମୋଟର ହେଉଛନ୍ତି ସମର୍ଥ ପଟେଲ୍‌, ଜାଗୃତ କୁମାର ପଟେଲ, ରବି ପଟେଲ, ସୌରଭ ପଟେଲ, ବିପୁଲ କୁମାର ପଟେଲ। ଷ୍ଟେନଲେସ୍ ଷ୍ଟିଲ୍‌, ସିମ୍‌ଲେସ୍ ଓ ୱେଲ୍‌ଡେଡ୍ ଟ୍ୟୁବ୍ ଓ ପାଇପ୍ ଶିଳ୍ପରେ ସେମାନଙ୍କ ବିପୁଳ ଅଭିଜ୍ଞତା ରହିଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛି ମୋନାର୍କ ନେଟୱର୍ଥ କ୍ୟାପିଟାଲ୍‌।

Share

Leave a Reply

Your email address will not be published. Required fields are marked *

five × four =