Business

ସୋନି ଇଣ୍ଡିଆ ପକ୍ଷରୁ ଏସ୍ ଏସ୍ ରାଜାମୌଲିଙ୍କ ସହ ମିଶି ବ୍ରାଭିଆ ଟିଭି ପାଇଁ ‘ସିନେମା ଇଜ୍ କମିଂ ହୋମ’ ପରିକଳ୍ପନାର ଶୁଭାରମ୍ଭ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ‘ସିନେମା ଇଜ୍ କମିଂ ହୋମ୍‌’ ପରିକଳ୍ପନା ଶୁଭାରମ୍ଭ ଘୋଷଣା କରାଯାଇଛି। ସୋନିର ଅତ୍ୟାଧୁନିକ ଜ୍ଞାନକୌଶଳକୁ ସମୃଦ୍ଧ ସିନେମା ଅନୁଭୂତି ସହ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଛି ଯାଦ୍ୱାରା ଗ୍ରାହକମାନେ ଘରେ ସିନେମା ଭଳି ଅନୁଭବ ପାଇପାରିବେ। ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଏସ୍ ଏସ୍ ରାଜାମୌଲିଙ୍କ ସହ ସହଯୋଗିତାରେ ଏହି ପରିକଳ୍ପନା ପ୍ରସ୍ତୁତ କରିଛି।
ବର୍ଷ ବର୍ଷ ଧରି ପ୍ରଫେସନାଲ ସିନେମା ନିର୍ମାଣ ଓ ଉପକରଣ ବିକାଶ ସହିତ ସିନେମା ପ୍ରସ୍ତୁତି ଓ ବଂଟନରେ ଥିବା ଅଭିଜ୍ଞତାକୁ ଉପଯୋଗ କରିଥିବାରୁ ସୋନି ପାଖରେ ଅତୁଳନୀୟ ଅନୁଭବ ରହିଛି। ବ୍ରାଭିଆ ଟେଲିଭିଜନ ଓ ବ୍ରାଭିଆ ଥିଏଟର ହୋମ ଅଡିଓ ଡିଭାଇସ ଜରିଆରେ ଏହା ସିନେମା ଭଳି ଅନୁଭବ ପ୍ରଦାନ କରୁଛି।
ସିନେମା ଇଜ କମିଂ ହୋମ ପରିକଳ୍ପା ଘରେ ସିନେମା ଭଳି ଅନୁଭବ ସୃଷ୍ଟି କରିବାରେ ସହାୟକ ହେବ। ଏଥିରେ ତିନିଟି ଗୁରୁତ୍ୱପୂର୍ଣ୍ଣ ଉପାଦାନ ରହିଛି। ପ୍ରଥମଟି ହେଉଛି ସିନେମା ଭଳି ଛବି ଓ ସାଉଣ୍ଡ। ଦ୍ୱିତୀୟରେ ହେଉଛି ଷ୍ଟୁଡିଓ କାଲିବ୍ରେସନ ଯାହା ନେଟଫ୍ଲିକ୍ସ, ପ୍ରାଇମ ଭିଡିଓ ଓ ସୋନି ପିକଚର୍ସ କୋରକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି। ଶେଷରେ ଆଇମ୍ୟାକ୍ସ ଏନହାନସଡ ଓ ଡଲବି ଭିଜନ ଓ ଆଟମସ ଯାହାକୁ ବ୍ରାଭିଆରେ ଯୋଡ଼ାଯାଇଛି।
ସୋନି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁନୀଲ ନାୟାର କହିଛନ୍ତି ଯେ, ‘ସିନେମା ଇଜ୍ କମିଂ ହୋମ ଜରିଆରେ ଆମେ ଚଳଚ୍ଚିତ୍ର ନିର୍ମାତାଙ୍କ ଦୃଷ୍ଟିକୋଣକୁ ଅତି ପ୍ରାମାଣିକ ଉପାୟରେ ଜୀବନ୍ତ କରୁଛୁ। ଆମର ବ୍ରାଭିଆ ଉତ୍ପାଦଗୁଡିକ ଉନ୍ନତ ସିନେମା ଅନୁଭୂତି ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ସେଥିରେ ଚମତ୍କାର ଚିତ୍ର ଗୁଣବତା ଏବଂ ଉତ୍କୃଷ୍ଟ ସାଉଣ୍ଡର ମିଶ୍ରଣ କରାଯାଇଛି ଯାହା ଚଳଚ୍ଚିତ୍ର ଉତ୍ସାହୀଙ୍କ ଆତ୍ମା ସହିତ ପ୍ରତିଫଳିତ ହୋଇଥାଏ।’’
ସୋନି ଇଣ୍ଡିଆ ସହ ସହଯୋଗିତା ବିଷୟରେ ଏସ ଏସ ରାଜାମୌଲି କହିଛନ୍ତି ଯେ, ‘ବ୍ରାଭିଆ ଟେଲିଭିଜନ ଦର୍ଶକମାନଙ୍କୁ ନିଜ ଲିଭିଂ ରୁମରୁ ସିନେମାର ଯାଦୁ ଏବଂ ଭାବନା ସହିତ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ କରିବାକୁ ସକ୍ଷମ କରୁଛି। ଅସାଧାରଣ ଚିତ୍ର ଗୁଣବତା ଏବଂ ସାଉଣ୍ଡ ସହିତ ସୋନିର ଗୁରୁତ୍ୱପୂର୍ଣ୍ଣ ଉତ୍ପାଦଗୁଡିକ ଚଳଚ୍ଚିତ୍ର ନିର୍ମାତାଙ୍କ ଦୃଷ୍ଟିକୋଣକୁ ଜୀବନ୍ତ କରିବା, ଦର୍ଶକଙ୍କୁ ସିନେମା ସହ ଯୋଡ଼ିବା ଏବଂ ପ୍ରତ୍ୟେକ ଘରକୁ ଏକ ସିନେମାର ଉପଯୁକ୍ତ ସ୍ଥଳରେ ପରିଣତ କରିବା ପାଇଁ ପ୍ରସ୍ତୁତ କରାଯାଇଛି।’
ସୋନି ପକ୍ଷରୁ ଲିଭିଂ ରୁମରେ ବଡ଼ ସ୍କ୍ରିନର ଅନୁଭୂତି ପ୍ରଦାନ କରିବା ଲାଗି ବ୍ରାଭିଆ ୯,୮,୭ ଓ ୩କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ବେଳେ ତା ସହିତ ବ୍ରାଭିଆ ଥିଏଟର ବାର ୮, ବ୍ରାଭିଆ ଥିଏଟର ବାର ୯ ଓ ବ୍ରାଭିଆ ଥିଏଟର କ୍ୱାଡ ଉନ୍ନତ ସାଉଣ୍ଡ ପ୍ରଦାନ କରିବ। ସୋନି ଇଣ୍ଡିଆ ପକ୍ଷରୁ ବ୍ରାଭିଆ ଟିଭି ଓ ହୋମ ଥିଏଟର ଉପରେ ଆକର୍ଷଣୀୟ ଅଫର ଘୋଷଣା କରାଯାଇଛି। ବ୍ରାଭିଆ ଟିଭି ଉପରେ ୩ ବର୍ଷର ବ୍ୟାପକ ୱାରେଟିଂ, ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଇନଷ୍ଟାଂଟ କ୍ୟାସବ୍ୟାକ, କେତେକ ବ୍ରାଭିଆ ଟିଭି ଉପରେ ଗୋଟିଏ ଇଏମଆଇ ଫ୍ରି, ୨୯୯୫ ଟଙ୍କାରୁ ଆରମ୍ଭ ହେଉଥିବା ଟିଭି ଓ ସାଉଣ୍ଡ ବାର ପାଇଁ କମ୍ବୋ ଇଏମଆଇ ସ୍କିମ ଏବଂ କମ୍ବୋ ବ୍ରାଭିଆ ଟିଭି ଓ ସାଉଣ୍ଡ ବାର କିଣା ଉପରେ ୬୪,୯୯୦ ଟଙ୍କା ପର୍ଯ୍ୟନ୍ତ ରିହାତି ଭଳି ସୁବିଧା ଏଥିରେ ରହିଛି।

Share

Leave a Reply

Your email address will not be published. Required fields are marked *

6 − 4 =