Business

ସ୍ୱିଗି ଲିମିଟେଡ୍ ପକ୍ଷରୁ ସେବି ନିକଟରେ ୟୁଡିଆରଏଚ୍‌ପି-୧ ଦାଖଲ


ଭୁବନେଶ୍ୱର: ଖାଦ୍ୟ ଡେଲିଭରି କରୁଥିବା କମ୍ପାନି ସ୍ୱିଗି ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ୟୁଡିଆର୍‌ଏଚ୍‌ପି-୧ ଦାଖଲ କରାଯାଇଛି। ଏହି ଅଫର ଜରିଆରେ କମ୍ପାନି ୩୭୫୦ କୋଟଇ ଟଙ୍କାର ନୂଆ ସେୟାର ଜାରି କରିବା ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧୮୫,୨୮୬,୨୬୫ ଇକ୍ୱିଟି ସେୟାର ବିକ୍ରି କରିବା ଯୋଜନା ରହିଛି।
ଅଂଧନକାରୀ ରାଜିନାମା ଅନୁସାରେ ବୁକ୍ ରନିଂ ଲିଡ୍ ମ୍ୟାନେଜର (ବିଆରଏମ୍‌ଏଲ୍‌)ଙ୍କ ସହଯୋଗରେ ପ୍ରାଇଭେଟ୍ ପ୍ଲେସ୍‌ମେଂଟ୍ ଜରିଆରେ ୭୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରାଯିବାର ଯୋଜନା ରହିଛି। ଯଦି ପ୍ରି-ଆଇପି ପ୍ଲେସ୍‌ମେଂଟ୍ ସମ୍ପାଦିତ ହେବ ତେବେ ସେହି ଅନୁସାରେ ଆଇପିଓର ପରିମାଣ ହ୍ରାସ ପାଇବ।
ସ୍ୱିଗି ହେଉଛି ଏକ ଗ୍ରାହକ ପ୍ରଥମ ଦର୍ଶନ ନେଇ କାର୍ଯ୍ୟ କରୁଥିବା ପ୍ରଯୁକ୍ତି କମ୍ପାନି ଯାହା ଲୋକମାନଙ୍କୁ ଏହାର ପ୍ଲାଟ୍‌ଫର୍ମରେ ସହଜରେ ଖାଦ୍ୟ, ଗ୍ରୋସରି, ଘରକରଣା ଜିନିଷ (ଇନଷ୍ଟାମାର୍ଟ) ବ୍ରାଉଜ୍‌, ଚୟନ, ବରାଦ ଓ ପେମେଂଟ୍ କରିବାର ସୁବିଧା ପ୍ରଦାନ କରି ସେମାନଙ୍କ ଜିନିଷକୁ ନିଜ ଡେଲିଭରି ନେଟ୍‌ୱର୍କ ଜରିଆରେ ଗ୍ରାହକଙ୍କ ଘରେ ପହଂଚାଉଛି। ଏହି ପ୍ଲାଟଫର୍ମ ଜରିଆରେ ରେସ୍ତୋରାଁରେ ସ୍ଥାନ ସଂରକ୍ଷଣ, କାର୍ଯ୍ୟକ୍ରମ ବୁକିଂ କରିବା, ଉତ୍ପାଦ ପିକ୍ ଅପ୍‌/ ଡ୍ରପ୍ ସେବା (ଜିନି) ସୁବିଧା ମିଳିପାରୁଛି। ସ୍ୱିଗି ମିନିଜ୍ ଜରିଆରେ ଏହା ହାଇପର୍ ଲୋକାଲ୍ ସେବା ପ୍ରଦାନ କରୁଛି।
ଏହି ଅଫର ଜରିଆରେ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କମ୍ପାନି ୧)ଉପକରଣ ସହାୟକ ସଂସ୍ଥା ସ୍କୁଟ୍‌ସିରେ ନିବେଶ, ଋଣକୁ ଆଂଶିକ କିମ୍ବା ପୂରା ପରିଶୋଧ କରିବା, ୨) ସ୍କୁଟସିରେ ନିବେଶ କରିବା, (କ) ଡାର୍କଷ୍ଟୋର ସ୍ଥାପନ କରି କ୍ୱିକ୍ କମର୍ସ ପାଇଁ ଡାର୍କ ଷ୍ଟୋର ନେଟ୍‌ୱର୍କର ସମ୍ପ୍ରସାରଣ କରିବା ଓ ଖ) ଡାର୍କ ଷ୍ଟୋର୍‌କୁ ଲିଜ୍‌/ ଲାଇସେନ୍‌ସ ପେମେଂଟ୍ ପ୍ରଦାନକରିବା, ୩)ପ୍ରଯୁକ୍ତି ଓ କ୍ଲାଉଡ୍ ଭିତିଭୂମିରେ ନିବେଶ, ୪) ବ୍ରାଣ୍ଡ୍ ସଚେତନତା ବଢ଼ାଇବା ଓ ପ୍ଲାଟଫର୍ମକୁ ଅଧିକ ଲୋକଙ୍କ ପାଖରେ ପରିଚିତ କରାଇବା ଲାଗି ବ୍ରାଣ୍ଡ ମାର୍କେଟିଂ ଓ ପ୍ରଚାରରେ ବିନିଯୋଗ କରିବା ଏବଂ ୫)ଅଧିଗ୍ରହଣ ଜରିଆରେ ଅଭିବୃଦ୍ଧି ବଢ଼ାଇବା ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାରେ ବିନିଯୋଗ କରିବାର ପ୍ରସ୍ତାବ ରହିଛି।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ବିଓଏଫ୍‌ଏ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍‌, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିିମଟେଡ୍ ଓ ଆଭେଣ୍ଡସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌।

Share

Leave a Reply

Your email address will not be published. Required fields are marked *

10 + 2 =