Business

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଇଜମାଇଁଟ୍ରିପ୍ ସହଯୋଗିତାରେ କୋ-ବ୍ରାଣ୍ଡେଡ୍ ଡେବିଟ୍ କାର୍ଡର ଶୁଭାରମ୍ଭ


ଭୁବନେଶ୍ୱର: ଦେଶର ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ଓ ଭାରତର ଅନ୍ୟତମ ସର୍ବବୃହତ ଅନଲାଇନ୍ ଟ୍ରାଭେଲ୍ ଟେକ୍ କମ୍ପାନି ଇଜମାଇଁଟ୍ରିପ୍ ସହଯୋଗିତାରେ ବ୍ୟାଙ୍କ ଅଫ୍ ବରୋଦା ଇଜମାଇଁଟ୍ରିପ୍ କୋ-ବ୍ରାଣ୍ଡେଡ୍ ଟ୍ରାଭେଲ୍ ଡେବିଟ୍ କାର୍ଡର ଶୁଭାରମ୍ଭ ହୋଇଛି। ଏହି କାର୍ଡ ଭ୍ରମଣ ଓ ମନୋରଂଜନ ଭିତ୍ତିକ ଜୀବନଶୈଳୀକୁ ପସନ୍ଦ କରୁଥିବା ଲୋକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।
ଏହି କାର୍ଡ ଭ୍ରମଣ ଓ ହୋଟେଲ୍ ରହଣୀ ଉପରେ ଆକର୍ଷଣୀୟ ରିହାତି ଓ ଅଫର, ମାଗଣା ଓଟିଟି ଷ୍ଟ୍ରିମିଂର ବାର୍ଷିକ ସଦସ୍ୟତା ସହିତ ଇ-କମର୍ସ ସାଇଟ୍‌ରେ ଭାଉଚର ଓ ରିହାତି ଭଳି ସୁବିଧା ପ୍ରଦାନ କରି ଉଲ୍ଲେଖନୀୟ ସଂଚୟ ଓ ଗ୍ରାହକ ସନ୍ତୁଷ୍ଟିରେ ନୂତନ ମାନଦଣ୍ଡ ନିର୍ଧାରଣ କରିଛି। ଟ୍ରାଭେଲ୍ ବୁକିଂରେ କୌଣସି ସର୍ବନିମ୍ନ ବରାଦ (ଅର୍ଡର) ସୀମା ରଖାଯାଇନାହିଁ। ଏହି ସୁବିଧା ବର୍ଷତମାମ ମିଳିବ, ତେଣୁ ଗ୍ରାହକମାନଙ୍କୁ ଆଉ ରିହାତି ଓ ଅଫରର ଦିନକୁ ଅପେକ୍ଷା କରିବାକୁ ପଡ଼ିବନି।
ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ ମୁଦାଲିୟାର କହିଛନ୍ତି ଯେ, “ଆମର ଗ୍ରାହକ କୈନ୍ଦ୍ରୀକ ପଦକ୍ଷେପର ଏକ ଅଂଶ ଭାବରେ ଆମେ କୋ-ବ୍ରାଣ୍ଡେଡ୍ ବ୍ୟାଙ୍କ ଅଫ୍ ବରୋଦା ଇଜମାଇଁଟ୍ରିପ୍ ଡେବିଟ୍ କାର୍ଡ ପ୍ରଚଳନ କରି ଆନନ୍ଦିତ। ଏହା ଆମ ଗ୍ରାହକଙ୍କ ଯାତ୍ରା ଅନୁଭୂତିକୁ ପ୍ରକୃତରେ ସହଜ କରୁଛି ଏବଂ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମୂଲ୍ୟ ପ୍ରଦାନ କରୁଛି। ଯେଉଁମାନେ ଯାତ୍ରା କରିବାକୁ ଭଲ ପାଆନ୍ତି ଏବଂ ସୁବିଧା ଓ ବିଳାସ ଖୋଜୁଛନ୍ତି, ଏହି କାର୍ଡ ଆମର ସେଭଳି ଗ୍ରାହକମାନଙ୍କର ବଢୁଥିବା ଆକାଂକ୍ଷାକୁ ପୂରଣ କରିବ। ବ୍ୟାଙ୍କ ଅଫ୍ ବରୋଦା ଇଜମାଇଁଟ୍ରିପ୍ ଡେବିଟ୍ କାର୍ଡ ଦ୍ୱାରା ଆଜିର ଗ୍ରାହକଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିବା ହେଉଛି ଆମର ଲକ୍ଷ୍ୟ।”
ଇଜିମାଇିଁଟ୍ରିପ୍‌ର ସହ-ପ୍ରତିଷ୍ଠାତା ରିକାନ୍ତ ପିଟି କହିଛନ୍ତି ଯେ, “ଏହି ପ୍ରକାରର ପ୍ରଥମ କୋ-ବ୍ରାଣ୍ଡେଡ୍ ଟ୍ରାଭେଲ୍ ଡେବିଟ୍ କାର୍ଡ ଶୁଭାରମ୍ଭ କରିବାରେ ବ୍ୟାଙ୍କ୍ ଅଫ୍ ବରୋଦା ସହ ସହଯୋଗ କରି ଆମେ ଉତ୍ସାହିତ। ପ୍ରଥମ ଥର ପାଇଁ ଆମେ ଡେବିଟ୍ କାର୍ଡ ପାଇଁ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କ ସହ ସହଯୋଗିତା କରିଛୁ ଏବଂ ଏହି ମାଇଲଖୁଂଟ ହାସଲ କରିବାରେ ଆମେ ଭାରତର ପ୍ରଥମ ଅନଲାଇନ ଟ୍ରାଭେଲ ଏଗ୍ରିଗେଟର ହୋଇଥିବାରୁ ଗର୍ବିତ ଆମର ଉଦ୍ଦେଶ୍ୟ ସର୍ବଦା ଆମର ଗ୍ରାହକମାନଙ୍କ ପାଇଁ ଯାତ୍ରା ଅଭିଜ୍ଞତା ସୁଖଦ କରିବା ଏବଂ ଏହି ସହଯୋଗିତା ଆମକୁ ସେହି ପ୍ରତିବଦ୍ଧତାକୁ ବିସ୍ତାର କରିବାର ସୁବିଧା ଦେଇଛି। ସ୍ୱତନ୍ତ୍ର ସୁବିଧା, ଅତୁଳନୀୟ ଯାତ୍ରା ରିହାତି ଏବଂ ରିୱାର୍ଡ ସହିତ ଆମେ ବର୍ଷ ସାରା କାର୍ଡଧାରକମାନଙ୍କୁ ଅଧିକ ସୁବିଧା ଏବଂ ଉଲ୍ଲେଖନୀୟ ସଂଚୟ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ। ଏହି କାର୍ଡ ଭ୍ରମଣ କ୍ଷେତ୍ରରେ ଗ୍ରାହକ-କୈନ୍ଦ୍ରୀକ ଉଦ୍ଭାବନ ପ୍ରତି ଆମର ସମର୍ପଣକୁ ପ୍ରତିଫଳିତ କରୁଛି।”
ଏହି କାର୍ଡ ଜରିଆରେ ଗ୍ରାହକମାନେ ଅନ୍ତର୍ଜାତୀୟ ଫ୍ଲାଇଟ୍ ବୁକିଂରେ ୧୦-୧୫% ପର୍ଯ୍ୟନ୍ତ ରିହାତି, ବସ୍ ବୁକିଂରେ ୧୦%, ବିମାନବନ୍ଦରକୁ ଯିବା / ଆସିବା ଲାଗି କ୍ୟାବ୍ ବୁକିଂ କରିବା ଉପରେ ୧୦% ରିହାତି, ମାଗଣାରେ ବିମାନବନ୍ଦରର ଲାଉଞ୍ଜରେ ପ୍ରବେଶ ସୁବିଧା, ମାଗଣାରେ ଆମାଜନ ପ୍ରାଇମ, ଜି୫, ସୋନିଲିଭ୍‌, ଗାନା ପ୍ଲସ୍ ଭଳି ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମ ସେବା, ବିଗବାସ୍କେଟ, ବ୍ଲିଙ୍କଇଟ ଓ ଫ୍ଲିପକାର୍ଟର ଭାଉଚର, ବୁକମାଇଁସୋରେ ରିହାତି, ଜୋମାଟୋ ଓ ଅମାଜନରେ ରିହାତି ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମାନ ଯାତ୍ରା ବୀମା ସୁବିଧା ପାଇପାରିବେ।
ଗ୍ରାହକମାନେ ଏହି କାର୍ଡ ପାଇଁ ବ୍ୟାଙ୍କ ଅଫ ବରୋଦା ଶାଖା କିମ୍ବା ମୋବାଇଲ ଓ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଦ୍ୱାରା ଆବେଦନ କରିପାରିବେ ।

Share

Leave a Reply

Your email address will not be published. Required fields are marked *

5 + eighteen =