Uncategorized

ଏମ ଆଣ୍ଡ ବି ଇଞ୍ଜିନିୟରିଂ ଲିମିଟେଡ ପକ୍ଷରୁ ସେବି ନିକଟରେ ଡିଆରଏଚପି ଦାଖଲ

ଭୁବନେଶ୍ୱର: ଏମ ଆଣ୍ଡ ବି ଇଞ୍ଜିନିୟରିଂ ଲିମିଟେଡ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି।
କମ୍ପାନି ୩୨୫ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରିବାକୁ ଯୋଜନା ରଖିଥିବା ବେଳେ ଅଫର ଫର ସେଲ ଜରିଆରେ ୩୨୮ କୋଟି ଟଙ୍କା ପର୍ଯ୍ୟନ୍ତ ହାସଲ କରିବ। ଏହି ଅଫରର ମୋଟ ପରିମାଣ ହେଉଛି ୬୫୩ କୋଟି ଟଙ୍କା।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ସେଥିରୁ ୬୩ କୋଟି ଟଙ୍କାକୁ କମ୍ପାନି ମାନୁଫାକଚରିଂ କାରଖାନା ଲାଗି ଉପକରଣ ଓ ମେସିନ କିଣିବାର କାର୍ଯ୍ୟକାରୀ ପୁଂଜି ବ୍ୟୟ ଆକାରରେ, ୬୦ କୋଟି ଟଙ୍କାକୁ କମ୍ପାନି ହାସଲ କରିଥିବା କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବାରେ, ୧୧୦ କୋଟି ଟଙ୍କାକୁ କମ୍ପାନିର କାର୍ଯ୍ୟକାରୀ ପୁଂଜି ପାଇଁ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି।
କ୍ରିସିଲ ରିପୋର୍ଟ ଅନୁସାରେ ଏମ ଆଣ୍ଡ ବି ଇଞ୍ଜିନିୟରିଂ ହେଉଛି ପ୍ରି ଇଞ୍ଜିନିୟର୍ଡ ବିଲଡିଂ (ପିଇବି) ଓ ସେଲଫ ସପୋର୍ଟେଡ ରୁଫିଂ ସଲ୍ୟୁସନସର ସବୁଠୁ ଅଗ୍ରଣୀ କମ୍ପାନି। ପିଇବିରେ ଏହାର ସ୍ଥାପିତ କ୍ଷମତା ୧୦୩୮୦୦ ଏମଟିପିଏ ଥିବା ବେଳେ ସେଲଫ ସପୋର୍ଟେଡ ରୁଫିରେ ବାର୍ଷିକ ୧.୮ ନିୟୁତ ବର୍ଗମିଟର ରହିଛି।
ଗତ କିଛି ବର୍ଷ ମଧ୍ୟରେ କମ୍ପାନି ଜେନେରାଲ ଇଞ୍ଜିନିୟରିଂ ଓ ମାନୁଫାକଚରିଂ, ଖାଦ୍ୟ ଓ ପାନୀୟ, ଗୋଦାମ ଓ ଲଜିଷ୍ଟିକ୍ସ, ଶକ୍ତି, ବୟନ ଶିଳ୍ପ ଓ ରେଳବାଇ ସମେତ ବିଭିନ୍ନ ଶିଳ୍ପର ୧୭୦୦ରୁ ଅଧିକ ଗ୍ରାହକ ଗୋଷ୍ଠୀଙ୍କ ପାଇଁ ୮,୭୦୦ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିଛି। ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍‌, ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେସାଲ ଇକୋନୋମିକ୍ ଜୋନ୍ ଲିମିଟେଡ୍‌, ଆଦାନୀ ଲଜିଷ୍ଟିକ୍ସ ଲିମିଟେଡ୍‌, ଏଆଇଏ ଇଞ୍ଜିନିୟରିଂ ଲିମିଟେଡ୍‌, ଆଲେମ୍ବିକ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌, ଟାଟା ଆଡଭାନ୍ସଡ୍ ସିଷ୍ଟମ୍ସ ଲିମିଟେଡ୍‌, ବାଲାଜୀ ୱେଫର୍ସ ପ୍ରାଇଭେଟ୍ ଲିମିଟେଡ୍‌, ଏଲେକନ୍ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ୍‌, ଗୁଜରାଟ ଟି ପ୍ରୋସେସର୍ସ ଆଣ୍ଡ ପ୍ୟାକର୍ସ୍ ଲିମିଟେଡ୍‌, ଇଣ୍ଟାସ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌, ଲୁବି ଇଣ୍ଡଷ୍ଟ୍ରିଜ୍ ଏଲଏଲପି, ପିଏସ୍ପି ପ୍ରୋଜେକ୍ଟସ୍ ଲିମିଟେଡ୍‌, ଏଭରେଷ୍ଟ ଫୁଡ୍ ପ୍ରଡକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌, ଅରବିନ୍ଦ ଲିମିଟେଡ୍ ଭଳି କମ୍ପାନିକୁ ଏହା ସେବା ଓ ସମାଧାନ ପ୍ରଦାନ କରିଛି।
ଭାରତରେ ସେଲଫ ସପୋର୍ଟେଡ ରୁଫିଂ ସମାଧାନରେ ୭୫ ପ୍ରତିଶତ ବଜାର ଅଂଶ ସହିତ ରାଜସ୍ୱ ଦୃଷ୍ଟିରୁ ଏହା ସର୍ବବୃହତ ସଂସ୍ଥା ହୋଇଛି। କମ୍ପାଦି ଦୁଇଟି ଡିଭିଜନ-ଫୋନିକ୍ସ ଓ ପୋଫ୍ଲେକ୍ସ ଜରିଆରେ କାରବାର କରୁଛି।
ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଇକ୍ୱିରସ କ୍ୟାପିଟାଲ ପ୍ରାଇଭେଟ ଲିମିଟେଡ ଓ ଡିଏଏମ କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ।

Share

Leave a Reply

Your email address will not be published. Required fields are marked *

fourteen + two =