ଝରପଡା ଜେଲ ଗଲେ ଅଭିଜିତ
ଓଡିଶା ବିରୋଧୀ ମନ୍ତବ୍ୟ ଭାରି ପଡିଲା
ଭୁବନେଶ୍ୱର () ଭାରି ପଡିଲା ଓଡିଶା ବିରୋଧୀ ମନ୍ତବ୍ୟ । ଜାମିନ ନାମଞ୍ଜୁର ହେବାରୁ ଝାରପଡା ଜେଲ୍ ଗଲେ ଅଭିଜିତ ଆୟାର ମିତ୍ର । କୋର୍ଟରେ ହାଜର ପରେ ଅଭିଜିତଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅଭିଜିତ ଆୟାରଙ୍କ ଜାମିନ ନାମଞ୍ଜୁର କରିଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଅଭିଜିତ ଆୟାରଙ୍କ ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ରାଜ୍ୟର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ କୋଠାରଘାତ କରିଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିଛି ପୁଲିସ୍ । ଆଜି ଗୃହ କମିଟିରେ ହାଜର ହେବାକୁ ଆସିଥିବା ଅଭିଜିତ୍ ଆୟାରଙ୍କୁ ଗୃହ କମିଟି ବୈଠକ ସରିବା ପରେ ତାଙ୍କୁ ପଚାରାଉଚୁରା କରିବା ପାଇଁ ନେଇଥିଲା ଭୁବନେଶ୍ୱର ସହିଦନଗର ଥାନା ପୁଲିସ୍ । ଅଜ୍ଞାତ ସ୍ଥାନରେ ଦୀର୍ଘ ସମୟରେ ଜେରା ପରେ ତାଙ୍କୁ ଗିରଫ କରାଯାଇଛି ।
ଅଭିଜିତଙ୍କ ବିରୋଧରେ ଆଇପିସିର ଦଫା ୨୯୪ ଅର୍ଥାତ ଅଶାଳୀନ ଆଚରଣ, ୨୯୫-ଏ ଅର୍ଥାତ୍ ଧାର୍ମିକ ଭାବନାକୁ ଆଘାତ ଦେବା, ଦଫା ୫୦୦-ସମ୍ମାନ ହାନୀ କରିବା, ଦଫା ୧୫୩-ଏ ଅର୍ଥାତ ଧର୍ମୀୟ ଭାବନାକୁ କେନ୍ଦ୍ର କରି ଶାନ୍ତି ଭଙ୍ଗ କରିବା ଏବଂ ଆଇଟି ଆକ୍ଟ ଦଫା ୬୭ରେ ମାମଲା ରୁଜୁ କରାଯାଇଛି । ଏସବୁ ଅଭିଯୋଗ ଆୟରଙ୍କୁ ୪ ବର୍ଷ ଯାଏଁ ଦଣ୍ଡ ବିଧାନ ହୋଇପାରେ ।
ଜଗନ୍ନାଥ ବଙ୍ଗାଳୀଙ୍କ ଠାକୁର, ଓଡ଼ିଶା ବୋଲି କିଛି ନାହିଁ । ଏହା ଓରି ଶଳା ଶବ୍ଦରୁ ଆସିବା କହିବା ସହ ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ଚୋରି କରି ଆଣିଥିଲେ ବୋଲି ଟ୍ୱିଟର୍ ଜରିଆରେ ମତ ରଖିଥିଲେ । ସେ କୋଣାର୍କର କଳାକୃତିକୁ ନେଇ ମଧ୍ୟ ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଏହା ଏକ ଟେମ୍ପଲ ନୁହେଁ ଏହା ହମ୍ପଲ ବୋଲି ସେ କହିଥିଲେ । ଏହାକୁ ନେଇ ଓଡ଼ିଶାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିବା ସହ ଅଭିଜିତ୍ ଆୟାର ମିତ୍ରଙ୍କୁ ଗିରଫ କରିବା ପାଇଁ ଦାବି ହୋଇଥିଲା । ଏହା ପରେ ଓଡ଼ିଶା ପୁଲିସ୍ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା । ତେବେ ତାଙ୍କ ଦିଲ୍ଲୀର ସାକେତ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହା ପରେ ଏନେଇ ସୁପ୍ରିମକୋର୍ଟକୁ ଯାଇଥିଲେ ଅଭିଜିତ୍ । ଏବଂ ସୁପ୍ରିମକୋର୍ଟ ଅଭିଜିତଙ୍କୁ ମନ୍ତବ୍ୟ ନେଇ କଡ଼ା ଟିପ୍ପଣୀ କରିଥିଲେ ।