Latestରାଜ୍ୟ

ନୟାଗଡ ହସ୍ପିଟାଲରେ ନବଜାତକ ଶିଶୁ ନିଖୋଜ ଘଟଣା

ନୟାଗଡ ମେଡିକାଲରେ ନବଜାତକ ଶିଶୁ ନିଖୋଜ ଘଟଣାରେ ନର୍ସ , ଆଟେଣ୍ଡାଣ୍ଟ ଏବଂ ଆଶାକର୍ମୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।
ଇଟାମାଟି ଥାନା ନୋତର ଗାଁର ରବି ସ୍ୱାଇଁଙ୍କ ସ୍ତ୍ରୀ ଜଲି ଗତ ୨୮ତାରିଖ ଦିନ ପ୍ରସବ ପାଇଁ ଆଶାକର୍ମୀଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ । କିଛି ସମୟପରେ ତାଙ୍କର ଏକ ପୁତ୍ରସନ୍ତାନ ଜନ୍ମ ହେବାପରେ ଆଶାକର୍ମୀ କାମଥିବାରୁ ସେଠାରୁ ପଳାଇଯାଇଥିଲେ । ଜଣେ ନର୍ସ ଛୁଆକୁ ଟିକା ଦିଆଯିବ କହି ଜଲିଙ୍କଠାରୁ ଛୁଆକୁ ନେଇ ଆଉ ଫେରାଇନଥିଲେ । ପରେ ଅପରାହ୍ନରେ ଛୁଆ ଅସୁସ୍ଥ ଅଛି ଏବଂ ତାକୁ ଆଇସିୟୁରେ ରଖାଯାଇଛି କହି ଜଲିଙ୍କୁ ଘରକୁ ପଠାଇଦେଇଥିଲେ ସମ୍ପୃକ୍ତ ନର୍ସ । ସେପଟେ ଛୁଆ ସମ୍ପର୍କରେ ଜାଣିବା ପାଇଁ ସ୍ୱାମୀ ସ୍ତ୍ରୀ ପ୍ରତ୍ୟେକ ଦିନ ମେଡିକାଲକୁ ଆସୁଥିଲେ ମଧ୍ୟ ଛୁଆକୁ ଦେଖିପାରିନଥିଲେ ବୋଲି ଶିଶୁର ବାପା ୨ତାରିଖରେ ଗଣମାଧ୍ୟମକୁ କହିଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଶିଶୁର ବାପାମାଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ୩ତାରିଖରେ ଛୁଆକୁ ଉଦ୍ଧାର କରିଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଥିଲା।
ଘଟଣାରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ତଦନ୍ତ ଚାଲିଥିବା ଏସପି କହିଛନ୍ତି । ଶିଶୁକୁ ବିକ୍ରି କରିଯାଇଥିଲା ନା ଚୋରି କରାଯାଇଥିଲା ସେ ସମ୍ପର୍କରେ ତଦନ୍ତ ବାଧା ଆଶଙ୍କାରେ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

Share

Leave a Reply

Your email address will not be published. Required fields are marked *

eleven − three =