Latestରାଜ୍ୟ

ମାହାଙ୍ଗା ବଦନାମ୍ ପଛରେ ବିଜେପି: ବିଜେଡି

ଭୁବନେଶ୍ୱର: ମାହାଙ୍ଗା ପ୍ରସଙ୍ଗରେ ବିଜେଡି ପକ୍ଷରୁ ସମ୍ବାଦିକ ସମ୍ମିଳନୀ ହୋଇଛି । ଏହି ସମ୍ମିଳନୀରେ ବିଜେଡି କହିଛି, ମାହାଙ୍ଗାକୁ ବଦନାମ କରିବାକୁ ଉଦ୍ୟମ ଚାଲିଛି । କିଛିଦିନ ହେବ ମାହାଙ୍ଗାକୁ ବଦନାମ କରିବାକୁ ସୁଚିନ୍ତିତ ଉଦ୍ୟମ ଚାଲିଛି । ବିଜେପି ନେତା ମାନେ କେଉଁ ପ୍ରକାର ରାଜନୀତି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ମାହାଙ୍ଗା ଭଳି ସଂସ୍କୃତି ସମ୍ପନ୍ନ ମାଟିକୁ ବଦନାମ୍ କରିବାକୁ ଅପଚେଷ୍ଟ କରୁଛନ୍ତି ବିଜେପି ନେତା ସାରଦା ପ୍ରଧାନ । ନୟାପଲ୍ଲୀ ଥାନା ଅଞ୍ଚଳରେ ହୋଇଥିବା ଅପରାଧିକ କାର୍ଯ୍ୟ ଏହା ସୂଚିତ କରୁଛି ।

ସାରଦା ପ୍ରଧାନ ମାହାଙ୍ଗା ନିର୍ବାଚନମଣ୍ଡଳୀ ପାଇଁ କଳଙ୍କ । ତାଙ୍କ ଇତିହାସ କହେ, ସେ ଜଣେ ଘୃଣ୍ୟ ବ୍ୟକ୍ତି । ୧୯୯୭ ମସିହାରେ ସାରଦା ବିପିଏଲ ଶ୍ରେଣୀଭୁକ୍ତ ଥିଲେ । ଆଜି ସାରଦା ପ୍ରଧାନ କୋଟି କୋଟି ଟଙ୍କାର ମାଲିକ । ମାହାଙ୍ଗା ବିକାଶ ପରିଷଦ ନାଁରେ ସେ କୋଟି କୋଟି ଚଳୁ କରିଛନ୍ତି । ୧୯୯୯ ମସିହାରେ ସେ ନିଜ ଭାଇକୁ ହଇରାଣ କରି ୧୪ ଦିନ ଚୌଦ୍ୱାର ଜେଲରେ ଥିଲେ । ସେଭଳି ଲୋକ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଯଥା ବଦନାମ କରିଛନ୍ତି । ଡବଲ ମର୍ଡର ଘଟଣାରେ ମନ୍ତ୍ରୀଙ୍କ କୌଣସି ସମ୍ପୃକ୍ତି ନାହିଁ । ରାଜନୈତିକ ଅଭିସନ୍ଧି ରଖି ବିଜେପି ଶସ୍ତା ରାଜନୀତି କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଶୁକ୍ରବାର ଅନୁଷ୍ଠିତ ବିଜେଡି ପ୍ରେସମିଟରେ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ମର୍ଡର କେସରେ ଅପରାଧୀଙ୍କୁ ସହଯୋଗ କରୁଛି ରାଜ୍ୟ ବିଜେପି । ୫ ଥର ମାଟ୍ରିକରେ ଫେଲ ହୋଇଥିବା ହାର୍ଡକୋର କ୍ରିମିନାଲ ନୀତି ନୈତିକତା ନ ଶିଖାନ୍ତୁ । ରାଜନୀତିକୁ ଏତେ ତଳସ୍ତରକୁ ନେବାର କୌଣସି ଯଥାର୍ଥତା ନାହିଁ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି, ନିଶ୍ଚିନ୍ତକୋଇଲି ବ୍ଲକ ଚେୟାରମ୍ୟାନ ସବିତା ଓଝା, । ମାହାଙ୍ଗା ଚେୟାରମ୍ୟାନ ଶରତ କୁମାର ନାୟକ, ମାହାଙ୍ଗା ଭାଇସ ଚେୟାର ମ୍ୟାନ ରସିତା ବେଗମ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

18 + 7 =