Latestରାଜନୀତି

ଜବାବ ମାଗୁଛି ଓଡ଼ିଶା : ବିଜେଡି

ଭୁବନେଶ୍ୱର () ୨୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ଜବସକ୍ଷଙ୍ଗବଚ୍ଚ ଈଙ୍କୟଶରଗ୍ଧ ଙୟସଗ୍ଦଷବ ପାଇଁ ବୈମାତୃକ ମନୋଭାବ ପ୍ରଦର୍ଶନ କରିଛି । ଏହା ନୈରାଶ୍ୟଜନକ ଏବଂ ଉଦ୍ଦେଶ୍ୟମୁଳକ ଭାବେ ଲୁଣ୍ଠନ ପାଇଁ ଚେଷ୍ଟା କରୁଥିବା ରେଳ ବଜେଟ ଭଳି ଲାଗୁଛି ବୋଲି ଅଭିଯୋଗ କରିଛି ବିଜେଡି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରେଳ ବଜେଟରେ ଓଡିଶାକୁ ହୋଇଥିବା ଅବହେଳା ସମ୍ପର୍କରେ ପ୍ରଶ୍ନ ଉଠାଇବା ସହ କେନ୍ଦ୍ରକୁ ଜବାବ ମାଗିଛି । 

ସ୍ୱାଧୀନତା ପରେ ଓଡ଼ିଶା ପାଇଁ କେବଳ ୬ଟା ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି । କଟକ-ପାରାଦୀବ-83km, ତାଳଚେର-ସମ୍ବଲପୁର-174km, କୋରାପୁଟ-ରାୟଗଡା-164 km, ଦୈତାରୀ-ବାଂଶପାଣୀ-155km, ଲାଂଜିଗଡ଼-ଜୁନାଗଡ଼-56km ଏବଂ ଖୋର୍ଦ୍ଧା-ବଲାଙ୍ଗିର ରେଳ line ର ଯାହା ଆଂଶିକଭାବେ (୩୦%) କାର୍ଯ୍ୟ ସମ୍ପନ୍ନ ହୋଇଛି ।

ବ୍ରିଟିଶ ଅମଳରେ ଖଣିଜାତ ଦ୍ରବ୍ୟକୁ ଚୋରି କରିବାପାଇଁ ରେଲୱେ ଲାଇନର ବ୍ୟବହାର କରାଯାଉଥିଲା । ଦୁଃଖର କଥା ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେକାର କେନ୍ଦ୍ର ସରକାର ସେଇଆ ହିଁ କରୁଛନ୍ତି । ଆପଣମାନେ ଜାଣି ରଖିବା ଦରକାର ଯେ, ଝଗ୍ଧରରକ୍ଷ ବଦ୍ଭୟ ଚକ୍ଟଙ୍ଗରକ୍ସ ଝରମଗ୍ଧକ୍ଟକ୍ସ ଯଦି ଓଡ଼ିଶା ଠାରୁ କୋଇଲା ନ’ ନିଆଯାଆନ୍ତା, ତାହାଲେ ବାହାରୁ ଆମଦାନୀ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଅନ୍ତା । ବଜେଟ ତ ଦୁରର କଥା ଓଡ଼ିଶାର ନାର୍ଯ୍ୟ ଦାବିତ ଦିଆଯାଉନାହିଁ । ଓଡ଼ିଶାବାସୀଙ୍କ କୋଇଲା ବାହାର ରାଜ୍ୟକୁ ପଠାଯିବ ଏବଂ ଓଡ଼ିଶା ବାସୀ ଧୁଳି ଧୁଆଁର ଶିକାର ହେବେ । ବିଭିନ୍ନ କ୍ଷେତ୍ରରେ କୋଇଲା ହେଉ, ଆଇରନ ହେଉ, ବକ୍ସାଇଟ ହେଉ, ଆଲୁମିନିୟମ ହଉ ଯାହା ବ୍ରିଟିଶ ସରକାରରେ ଲୁଣ୍ଠନ ମାନସିକତା ଥିଲା ସ୍ୱାଧୀନତା ପରେ ମଧ୍ୟ ସେଇ ମାନସିକତାର ଝଲକ ଦେଖିବାକୁ ମିଳୁଛି । ସ୍ୱାଧୀନତାର ୭୫ ବର୍ଷ ପୁର୍ତ୍ତିରେ ମଧ୍ୟ ଆଜି ପର୍ଯ୍ୟନ୍ତ ଓଡ଼ିଶାର ୬ ଜିଲ୍ଲାକୁ ରେଳ ଲାଇନ ଯାଇନି । ସେଗୁଡିକ ହେଲା କନ୍ଧମାଳ, ବୌଦ୍ଧ, ମୟୁରଭଂଜ, କେନ୍ଦ୍ରାପଡା, ଦେବଗଡ ଓ ମାଲକାନଗିରି । 

ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଅଭିଯୋଗ କରିଛନ୍ତି ଯେ, ପ୍ରତ୍ୟେକ ବର୍ଷ ଭାରତୀୟ ରେଳ ବିଭାଗ ଓଡ଼ିଶାରୁ ୨୦,୦୦୦ କୋଟିର ରାଜସ୍ୱ ଆଦାୟ କରିଥାନ୍ତି । ଯଦି ୭ ବର୍ଷର ହିସାବ କରାଯାଏ ତେବେ ତାହା ହବ ୧୪୦,୦୦୦ କୋଟି କିନ୍ତୁ ଓଡିଶା ପାଇଛନ୍ତି କେତେ ? ବିଗତ ସାତ ବର୍ଷରେ ଓଡ଼ିଶା ୨୦୦୦ରେ ବାର୍ଷିକ ହିସାବରେ ଆମେ ପାଇଛେ ୨୦୦୦ x ୭ = ୧୪,୦୦୦ କୋଟି ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱମାନେ ଉତ୍ତର ଦେବେ କି? ୧୪୦,୦୦୦ କୋଟି ଦେଇଥିବା ରାଜ୍ୟ ୧୪,୦୦୦କୋଟି କେଉଁ ହିସାବରେ ପାଇବେ । ଏହା ଆମ ରାଜ୍ୟପ୍ରତି ବୈମାତୃକ ମନୋଭାବର ନିଦର୍ଶନ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି । 

 ହିସାବ ଦେଖିବେ Railway Density ବାଙ୍ଗାଲୋରରେ ୧୦୦୦ କିମି ରେ ୪୨ କି.ମି.ର ରେଳ ଲାଇନ ବ୍ୟବସ୍ଥା ହୋଇଛି । ବିହାରର ୩୫କମି/୧୦୦୦ବର୍ଗ କିମି ଏବଂ ଦୁଃଖ ଓ ପରିତାପର ବିଷୟ ଯେ, ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଓଡ଼ିଶାର Railway Density ୧୫/୧୦୦୦ ବର୍ଗ କିମି ଯଦି ସାହସ ଅଛି ତେବେ ଏହାର ଉତ୍ତର ବିଜେପିର ରାଜ୍ୟ ଏବଂ କେନ୍ଦ୍ର ନେତୃତ୍ୱ ଦେବେ ବୋଲି ଆମେ ଆଶା କରୁଛୁ ।

ବିଗତ ୭ ବର୍ଷ ଭିତରେ ମାତ୍ର ଗୋଟିଏ ଜିଲ୍ଲାକୁ ନୁଆ ରେଳ ଲାଇନ ଛୁଇଁପାରିଛି । ଯଦି ଏତିକି କରାଗଲା ତେବେ ରେଳ ଲାଇନ ନଥିବା ୬ଟି ଜିଲ୍ଲାକୁ ପାଖାପାଖି ୪୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଇପାରେ । ଯଦି ଦମ୍ ଅଛି ବିଜେପିର ଶୀର୍ଷ ନେତୃତ୍ୱ ଆମ ସାଙ୍ଗରେ ବିତର୍କକୁ ଆସନ୍ତୁ ବୋଲି ସେ କହିଛନ୍ତି । 

ଖୋର୍ଦ୍ଧା-ବଲାଙ୍ଗିରର ୨୯୦ କିମି ରେଳ ଲାଇନ ମଧ୍ୟରୁ କେବଳ ୯୦ କି.ମି. କାମ ଶେଷ ହୋଇପାରିଛି । ଇତି ମଧ୍ୟରେ ପ୍ରାୟ ୨୫ବର୍ଷ ବିତିଗଲାଣି, ରାଜ୍ୟ ସରକାରଙ୍କର ନିତିଗତ ନିଷ୍ପତ୍ତି ଯେ, ଅଧା ଖର୍ଚ୍ଚ ବହନ କରିବେ ଏବଂ ମାଗଣାରେ ଜମିଦେବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ଏ କାର୍ଯ୍ୟ ସରିପାରୁ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉକ୍ତି ଆମକୁ ମନେ ପଡ଼େ ଯେ, ଐତିହାସିକ ଧିରେ ହୋଇଯିବ ବୋଲି ପରିଗଣିତ ହେବ । ଏ ଗତିରେ ଯଦି ଆଗାଏ ତେବେ ଏହାକୁ ଶେଷ କରିବା ପାଇଁ ଆହୁରି ୧୦ ବର୍ଷ ଲାଗିବ । ଆମେ ପଚାରିବାକୁ ଚାହୁଁଛୁ ଯେ, ବଲାଙ୍ଗିର କି ଅପରାଧ କରିଛନ୍ତି ଯେ ଆଜିପର୍ଯ୍ୟନ୍ତ ରେଳ ସେବାରୁ ନିବୃତ? ଆଜି ସେଇ ଚାରୋଟି ଜିଲ୍ଲାର ବ୍ୟକ୍ତି ବିଶେଷ ଆପଣମାନଙ୍କ ଠାରୁ ଉତ୍ତର ମାଗୁଛନ୍ତି ଯେ, ତାଙ୍କ ପ୍ରତି ଏ ବୈମାତୃକ ମନୋଭାବର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି?

ତାଳଚେର-ବିମଳାଗଡ: ୨୦୦୩ରେ ନିଷ୍ପତ୍ତି ନେବାପରେ ୧୫୫ କି.ମି. ବିଶିଷ୍ଟ ରେଳ ଲାଇନର କାର୍ଯ୍ୟ ଆଜିପର୍ଯ୍ୟନ୍ତ କେବଳ ୨୦ କି.ମି. ତିଆରି ହୋଇଛି । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୧ କି.ମି. ରେଳ ଲାଇନ ପାଇଁ ୨୦ କୋଟି ଟଙ୍କାର ଆବଶ୍ୟକତା ରହିଛି । କିନ୍ତୁ ଦୁଃଖର କଥା ଏ ବର୍ଷର ବଜେଟ୍‌ରେ ଏହି ପ୍ରୋଜେକ୍ଟ ପାଇଁ ମାତ୍ର ୧୦ କୋଟି ବ୍ୟୟ ବରାଦ କରାଯାଇଛି । ଏହାପରେ ବରାଦ ଅନୁସାରେ ଗୋଟେ, ୫ କି.ମି. କାମ ସାରିବା ପାଇଁ କେନ୍ଦ୍ର ରେଳ ବିଭାଗ ଆଶା ରଖିଛି ।

ଯଦି ଏହି ଗତିରେ କାମ ଚାଲେ ତେବେ କାମ ସରିବା ପାଇଁ ୨୦୦ ବର୍ଷ ଲାଗିବ । ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼ ଜିଲ୍ଲା ଏହି ଲାଇନ୍ ଦ୍ୱାରା ଲିଙ୍କ ହେବେ । ଓଡ଼ିଶା ପ୍ରତି ଏ ବୈମାତୃକ ମନୋଭାବ କ’ଣ ପାଇଁ ? ମାନ୍ୟବର ମନ୍ତ୍ରୀ ଉତ୍ତର ଦିଅନ୍ତୁ ଯେ, ଏ ବର୍ଷର ଲକ୍ଷ୍ୟ କେବଳ ୧/୨ କି.ମି. । ୨୦୧୪ ମସିହାରେ ଏନ୍‌.ଡ଼ି.ଏ ସରକାର ଆସିବା ପରେ ଘୋଷଣା ହୋଇଥିବା ଏକ ମାତ୍ର ନୂଆ ରେଳବାଇ ଲାଇନ ଗୁଣୁପୁର ଠାରୁ ଥେରୁବାଲି ରେଳ ଲାଇନ ।

ଆମେ ପ୍ରଶ୍ନ କରିବାକୁ ଚାହୁଛୁ ଯେ, ଆଜି ପର୍ଯ୍ୟନ୍ତ ଘୋଷଣା ସର୍ବସ୍ୱ କେନ୍ଦ୍ର ସରକାର ଏହି ରେଳ ଲାଇନ ପାଇଁ ଜମି ରେଜିଷ୍ଟ୍ରେସନ କରିଛନ୍ତି କି? ରେଳବାଇର ବ୍ୟାପକତା ଉପରେ ଗପୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ତର ଦେବେକି ଯେ, ଆଜି ପର୍ଯ୍ୟନ୍ତ ଜମି ପାଇଁ ରେଜିଷ୍ଟ୍ରେସନ କ’ଣ ପାଇଁ ହୋଇନାହିଁ? ଏହା ବ୍ୟତିତ ଆମ ଅନୁରୋଧ କ୍ରମେ ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ରେଳବାଇ ଲାଇନ ଘୋଷଣା ହୋଇଥିଲା । ରାଜ୍ୟ ସରକାର ସମସ୍ତ ପ୍ରକାର ଆର୍ଥିକ ସହାୟତା ଓ ଜମି ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ । କେନ୍ଦ୍ର ସରକାର ଏହାର ଉତ୍ତର ଦେବେ କି ବୋଲ ସେ ପ୍ରଶ୍ନ କରିଛନ୍ତି ।

ଜଳେଶ୍ୱର ଠାରୁ ଦୀଘା ରେଳବାଇ ସଂଯୋଗୀକରଣକୁ ଖାରଜ କରାଯାଇଛି  । କ’ଣ ପାଇଁ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଲୋକଙ୍କୁ ଏ ସମସ୍ୟା ଭିତରେ ଠେଲି ଦିଆଯାଉଛି? ଶୀତଳାପଲ୍ଲୀ ୱାଗନ ଫ୍ୟାକ୍ଟ୍ରି ଆଜି ଶୀତଳ ଭଣ୍ଡାରରେ ପଡ଼ିଯାଇଛି । ଏହା କ’ଣ ଉଦେଶ୍ୟମୂଳକ ଭାବେ କରାଯାଇଛି? କଳାହାଣ୍ଡି ୱାଗନ ଫ୍ୟାକ୍ଟ୍ରି ପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ରାଜ୍ୟ ସରକାର ୧୦୦ ଏକର ଜମି ଏଥିପାଇଁ ବ୍ୟବସ୍ଥା ମଧ୍ୟ କରିସାରିଛନ୍ତି । କିନ୍ତୁ କଳାହାଣ୍ଡି ପାଇଁ ବ୍ୟବସ୍ଥା କରାଯାଉଥିବା ଏ ପ୍ରକଳ୍ପ ପାଇଁ ଏ ବର୍ଷର ରେଳବାଇ ବଜେଟ୍‌ରେ ମାତ୍ର ଏକ କୋଟି ଟଙ୍କାର ବଜେଟ୍ କରାଯାଇଛି । ପାଞ୍ଚ ବର୍ଷ ହେଲାଣି କାମ ଚାଲିଛି, କିନ୍ତୁ ତିଳେମାତ୍ର ଅଗ୍ରଗତି ହୋଇନାହିଁ । ଉତ୍ତର ଦେବେକି ମାନ୍ୟବର ସାଂସଦ ବସନ୍ତ ପଣ୍ଡା ମହୋଦୟ ଯେ ଏହି ବୈମାତୃକ ମନାଇବାର କାରଣ କଣ ବୋଲି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପ୍ରଶ୍ନ କରିଛନ୍ତି?

ଏହା ବ୍ୟତିତ ଲୋକ ଆନନ୍ଦରେ ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟ ସରକାର ପୁରୀ ଠାରୁ କୋଣାର୍କ, ବରଗଡ଼ ଠାରୁ ନୂଆପଡ଼ା, ଚକୁଳିଆ ଠାରୁ ବୁରମରା, ଜାଳପୁର ଠାରୁ ଆମଲା ପର୍ଯ୍ୟନ୍ତ ରେଳବାଇ ଲାଇନ ସଂଯୋଗୀକରଣ ପାଇଁ ପ୍ରସ୍ତାବ ଦେଇଥିଲେ । ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଥିଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ଅଗ୍ରଗତି ଦେଖାଯାଇ ନାହିଁ । ହରିଦାସରୁ-ପାରାଦୀପ ଭାୟା କେନ୍ଦ୍ରାପଡ଼ା, ଅନୁଗୁଳ-ସୁକିନ୍ଦା ପାଇଁ କେବଳ ମାଲବାହୀ ଟ୍ରେନର ବ୍ୟବସ୍ଥା ହୋଇଛି । ଏହି ଲାଇନରେ ପାସେଞ୍ଜର ଟ୍ରେନ ଯିବାପାଇଁ କ’ଣ ପାଇଁ ବ୍ୟବସ୍ଥା ହୋଇପାରୁନାହିଁ । ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱରେ ଯଦି ଦମ୍ ଥିବ ଆସିବେ ଆମେ ତର୍କ କରିବା ପାଇଁ ପ୍ରସ୍ତୁତ ବୋଲି ଲେଲିନ ଚ୍ୟାଲେଂଜ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରକୃତ କ୍ଷେତ୍ରରେ କହିଲେ ଯେ, ଆଞ୍ଚଳିକ ଦଳ ହିଁ ଓଡ଼ିଶା ପାଇଁ ଯାହା କରିବାର ଅଛି କରିବ । କେନ୍ଦ୍ରୀୟ ଦଳର ଏବଂ ତାଙ୍କ ନେତୃତ୍ୱର ସାହାସ ଏବଂ ଇଚ୍ଛାଶକ୍ତି ନାହିଁ କେନ୍ଦ୍ରରେ ସ୍ୱର ଉତ୍ତୋଳନ କରିବେ କ’ଣ ଓଡ଼ିଶା ପାଇଁ କ’ଣ ନୂଆ କରିବେ?

Share

Leave a Reply

Your email address will not be published. Required fields are marked *

3 × three =