Latestରାଜ୍ୟ

ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଫର୍ମ ପୂରଣ

ଭୁବନେଶ୍ୱର()  ରାଜ୍ୟରେ ସ୍ଥଗିତ ହେଲା ମାଟ୍ରିକ୍ ଫର୍ମ ପୂରଣ । ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପରବର୍ତ୍ତୀ ବିଜ୍ଞପ୍ତିରେ ଫର୍ମ ପୂରଣ ନେଇ ସୂଚନା ଦିଆଯିବ ବୋଲି କୁହାଯାଇଛି ।

ତେବେ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର ପାଇଁ ମାଧ୍ୟମିକ ଶିକ୍ଷା ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୫ ତାରିଖରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଥିଲା ବିଜ୍ଞପ୍ତି । ମାତ୍ର କରୋନା କଟକଣା ଯୋଗୁ ଦୀର୍ଘ ମାସ ହେବ ସ୍କୁଲ ଖୋଲି ନ ଥିବା ବେଳେ ମାଟ୍ରିକ ପରୀକ୍ଷାକୁ ନେଇ ପିଲାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

5 × 4 =