Latestରାଜ୍ୟ

ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜେଏସପିଏଲକୁ ଭାରତୀୟ ରେଳବାଇର ରେଳ ଯୋଗାଣକାରୀର ମାନ୍ୟତା

ନୂଆଦିଲ୍ଲୀ () ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ (ଜେଏସପିଏଲ) ଭାରତୀୟ ରେଳବାଇର ଆଗାମୀ ତଥା ଚାଲୁଥିବା ପ୍ରକଳ୍ପଗୁଡିକ ପାଇଁ ନିୟମିତ ରେଳ ଯୋଗାଣକାରୀର ମାନ୍ୟତା ହାସଲ କରିଛି । ରେଳବାଇ ବୋର୍ଡ ଅଧୀନରେ କାର୍ଯ୍ୟକରୁଥିବା ରିସର୍ଚ୍ଚ ଡିଜାଇନ୍ସ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (ଆରଡ଼ିଏସଓ) ଜେଏସପିଏଲ ରାୟଗଡ଼ କାରଖାନାରେ ନିର୍ମାଣ କରାଯାଉଥିବା ୟୁଆଇସି 60 କିଗ୍ରା, 880 ଗ୍ରେଡ଼ ପ୍ରାଇମ୍ (କ୍ଲାସ୍- ଏ) ରେଲ୍ ର କ୍ଷେତ୍ର କାର୍ଯ୍ୟଦକ୍ଷତାକୁ ଅନୁମୋଦନ କରିଛି । ଆରଡ଼ିଏସଓର କ୍ଷେତ୍ର କାର୍ଯ୍ୟଦକ୍ଷତା ରିପୋର୍ଟକୁ ଅନୁମୋଦନ କରିବା ସହିତ, ୟୁଆଇସି 60 କିଗ୍ରା, 880 ଗ୍ରେଡ଼ ପ୍ରାଇମ୍ (କ୍ଲାସ୍- ଏ) ରେଳଗୁଡିକ ଭାରତୀୟ ରେଳବାଇରେ ବ୍ୟବହାର ପାଇଁ ଉପଯୁକ୍ତ ବୋଲି ବିବେଚନା କରିଛି । କଠୋର ମୂଲ୍ୟାଙ୍କନ ଓ ନିରାପତ୍ତା ପରିମାପ ଯୋଗୁଁ ବିଶ୍ୱର ବହୁତ କମ ରେଳ ଉତ୍ପାଦନକାରୀ ଆରଡ଼ିଏସଓ ଦ୍ୱାରା ସ୍ଥାପିତ ମାନଦଣ୍ଡକୁ ପୂରଣ କରିବା ପାଇଁ ସକ୍ଷମ ହେଉଥିବା ବେଳେ, ଆରଡ଼ିଏସଓ ଏହି ଅନୁମୋଦନ ଜେଏସପିଏଲର ରେଲ ମିଲ ପାଇଁ ଏକ ଉଲ୍ଲେଖନୀୟ ସଫଳତା ।

“ଆତ୍ମନିର୍ଭର ଭାରତ ଲକ୍ଷ ହାସଲ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ଏବଂ ଆମର ରେଳ ବ୍ୟବସାୟ ପାଇଁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ସଫଳତା । ରେଳର ଘରୋଇ ଉତ୍ପାଦନକୁ ଉତ୍ସାହିତ କରିଥିବାରୁ ରେଳ ମନ୍ତ୍ରଣାଳୟ ଏବଂ ଇସ୍ପାତ ମନ୍ତ୍ରଣାଳୟକୁ ଆମେ କୃତଜ୍ଞତା ଜଣାଉଛୁ । ୟୁଆଇସି 60 କିଗ୍ରା, 880 ଗ୍ରେଡ଼ ପ୍ରାଇମ୍ (କ୍ଲାସ୍- ଏ) ର କ୍ଷେତ୍ର କାର୍ଯ୍ୟଦକ୍ଷତାକୁ ଅନୁମୋଦନ କରିଥିବାରୁ ଆରଡ଼ିଏସଓକୁ ଧନ୍ୟବାଦ ଦେଉଛୁ” ଜେଏସପିଏଲ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି ଆର ଶର୍ମା କହିଛନ୍ତି ।

880 ଗ୍ରେଡ୍ ମୁଖ୍ୟ ଟ୍ରାକ୍ ରେଲ୍ ବ୍ୟତୀତ, ଜେଏସପିଏଲ ମଧ୍ୟ ଭାରତର ଅନେକ ମେଟ୍ରୋ ରେଲ୍ ପ୍ରକଳ୍ପ ପାଇଁ 1080 ଗ୍ରେଡ୍ ହେଡ୍ ହାର୍ଡେନ୍ ରେଲ୍ ଯୋଗାଇବା ଆରମ୍ଭ କରିଛି ଯେଉଁଥିରେ କୋଲକାତା ମେଟ୍ରୋ ରେଳ ପ୍ରକଳ୍ପ ଏବଂ ପୁଣେ ମେଟ୍ରୋ ନିର୍ମାଣ ପାଇଁ ରେଳ ବିକାଶ ନିଗମ ଲିମିଟେଡ୍ ଅନ୍ତର୍ଭୁକ୍ତ । ଏହାପୂର୍ବରୁ ଆରଡ଼ିଏସଓ 1080 ଗ୍ରେଡ୍ HH ରେଲ୍କୁ ଅନୁମୋଦନ କରିଥିଲା ଏବଂ ଜେଏସପିଏଲ ୱାଗନ୍ ପ୍ରତି 75 ଟନ୍ / ୱାଗନ୍ ବହନ କରୁଥିବା ଭାରୀ ଭାର ପାଇଁ ସ୍ୱତନ୍ତ୍ର ରେଲ୍, ଅସୀମେଟ୍ରିକ୍ ରେଲ୍, R260, ଏବଂ 1175HT ଗ୍ରେଡ୍ ବିକଶିତ କରିଛି ।

ଜେଏସପିଏଲ ଫ୍ରାନ୍ସ ରେଳକୁ ସ୍ୱତନ୍ତ୍ର ଗ୍ରେଡ଼ ରେଲ ବ୍ଲୁମ ଯୋଗାଣ କରୁଛି । ଜେଏସପିଏଲର ସ୍ୱତନ୍ତ୍ର ଗ୍ରେଡ଼ ରେଲ ବ୍ଲୁମରୁ ଉତ୍ପାଦିତ ରେଳ ବିଭିନ୍ନ ୟୁରୋପୀୟ ରେଳବାଇର ଗୁଣବତ୍ତା ଏବଂ ନିରାପତ୍ତା ପରିମାପ ପୂରଣ କରିବାରେ ସଫଳ ସାବ୍ୟସ୍ତ ହୋଇପାରିଛି । IRCON ଏବଂ STC ଭଳି ଭାରତୀୟ ପିଏସଯୁ ମାଧ୍ୟମରେ ବାଂଲାଦେଶ, ଶ୍ରୀଲଙ୍କା, ଏବଂ ଆଫ୍ରିକାର ଗ୍ରାହକ ମାନଙ୍କୁ ଜେଏସପିଏଲ 2.5 ଲକ୍ଷ ଟନ ରେଲ୍ ରପ୍ତାନି କରିଛି ।

Share

Leave a Reply

Your email address will not be published. Required fields are marked *

four × five =