ଭିକୁ ସେଠଙ୍କ ଦେହାନ୍ତ
ଭୁବନେଶ୍ୱର() ଯାତ୍ରା ଜଗତର ଶାଗୁଣାଭାବେ ପରିଚିତ ଭିକୁ ସେଠଙ୍କର ପରଲୋକ ହୋଇଯାଇଛି । ମାତ୍ର ୫୫ ବର୍ଷ ବୟସରେ ତାଙ୍କର ମୃତୁ୍ୟ ହୋଇଥିବାନେଇ ତାଙ୍କର ସମ୍ପର୍କୀୟମାନେ ସୂଚନା ଦେଇଛନ୍ତି । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଚୌଦ୍ୱାରରୁ କଟକ ନିଆଯାଉଥିଲା । ତେବେ ବାଟରେ ତାଙ୍କର ମୃତୁ୍ୟ ହୋଇ ଯାଇଥିଲା ।
‘ଶାଗୁଣା ବସିଛି ଡେଣା ମେଲାଇ’ ଭଳି ହିଟ ନାଟକର ସେ ଥିଲେ ଖଳନାୟକ । ଯାହା ତାଙ୍କୁ ସାରା ରାଜ୍ୟରେ ବେଶ ପରିଚୟ ଦେଇଥିଲା । ଏଇଠାରୁ ହିଁ ଆରମ୍ଭ ହୋଇଥିଲା ବିକୁ ସେଠଙ୍କର ସଫଳ ଯଲିଉଡ଼ ଯାତ୍ରା । ନାଁଟା ତାହେଲେ ମୀନା… ଖୁମ୍ପି ଦେଲୁ, ଭଲ କଲୁ,… ଧେତ… ଭଳି ସଂଳାପ ଉଚ୍ଚାରଣ କରି ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ । ଏମିତିକି ତାଙ୍କ ନାଁରେ ହିଁ ଯାତ୍ରା ପାର୍ଟି ଚାଲୁଥିଲା ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ ।