Latestରାଜ୍ୟ

ଭୁବନେଶ୍ୱର ମହାନଗର ନିଗମରେ ଥର୍ମାଲ ସ୍କ୍ରିନିଂ ସେବା ଆରମ୍ଭ

ଭୁବନେଶ୍ୱର() ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ପୂର୍ବରୁ କେବଳ ବସ୍ତିବାସୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଥିଲା । କିନ୍ତୁ ରାଜଧାନୀର କୋଭିଡ୍ ସ୍ଥିତି ଅସହ୍ୟ ହେବା ପରେ ବିଏମସି ଓ ରାଜ୍ୟ ସରକାରଙ୍କ ମିଳିତି ପ୍ରଚେଷ୍ଟାରେ ଏଭଳି କାର୍ୟ୍ୟକ୍ରମ ହାତକୁ ନିଆଯାଇଛି । ଲକ୍ଷଣ ଥିବା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ବିଏମସି ଏବେ ପ୍ରତି ୱାର୍ଡର ପ୍ରତି ଘରେ ପହଞ୍ଚିବାର ଦମ୍ଭ ଦେଖାଇଛି ।

ଏହି କ୍ରମରେ ଆଜି ୨୯ ନମ୍ୱର ୱାର୍ଡରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି । ଘର ଘର ବୁଲି ବିଏମସି ଟିମ୍ କାମ କରୁଛି । ପ୍ରତି ୱାର୍ଡ ପାଇଁ ୭ ଜଣିଆ ଟିମ୍ ଗଠନ କରାଯାଇଛି । ଟିମରେ ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ, କୋଭିଡ୍ ସଚେତକମାନେ ସାମିଲ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

one + 15 =