Latestରାଜ୍ୟ

ଡି.କେ. ସିଂଙ୍କୁ କଟକ ଦାୟିତ୍ୱ

ଭୁବନେଶ୍ୱର() ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ତେଣୁ ଏହି ବନ୍ୟା ସ୍ଥିତି ମୁକାବିଲା କରିବା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବଙ୍କୁ ଦାୟିତ୍ୱ ଦିଆଯାଇ ଥିବା ବେଳେ ଭଦ୍ରକ ଜିଲ୍ଳା ପାଇଁ ବି.ପି. ସେଠୀ । ଯାଜପୁର ଜିଲ୍ଲା ପାଇଁ ଭି. ଭି. ଯାଦବ, ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁ, କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ କଟକ ଜିଲ୍ଲା ପାଇଁ ଡି.କେ. ସିଂ ଙ୍କୁ ଦାୟିତ୍ୱ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

four × two =