Latestରାଜ୍ୟ ୫୫ ହଜାର ଟଙ୍କାରେ ନିଲାମ ହେଲା ଶ୍ରୀଗଣିତ ଶାଢ଼ୀ August 21, 2020 admin ଭୁବନେଶ୍ୱର () ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ୀ’ ନିଲାମ ହୋଇଛି । ୫୫ ହଜାର ଟଙ୍କାରେ ଏହା ନିଲାମ କରାଯାଇଛି । ଏହି ଶାଢ଼ୀ ବିକ୍ରିର ସମସ୍ତ ଅର୍ଥ ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ । ସୂଚନାଯୋଗ୍ୟଯେ. ଗତ ଅଗଷ୍ଟ ୧୫ରୁ ୨୦ ପର୍ଯ୍ୟନ୍ତ ଏହାର ନିଲାମୀ ହୋଇଥିଲା । ଆଗ୍ରହୀ ବ୍ୟକ୍ତିମାନେ ଗୁଗୁଲ ଫର୍ମସରେ ନିଲାମ ପାଇଁ ଆବେଦନ କରିଥିଲେ । ଉକôଳ ଅମ୍ରିତା ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ପାଖରେ ପହଁଚାଇଥିଲେ ସାବତ ଏକ୍ସପୋର୍ଟ । ଶ୍ରୀଗଣିତ ଶାଢ଼ୀ ବାବଦରେ ଜାଣିବା ପରେ ନିଜେ ବିଦ୍ୟା ବାଲାନ ଏହାକୁ ପିନ୍ଧିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଚଳଚ୍ଚିତ୍ର ଶକୁନ୍ତଳାର ରିଲିଜ ପୂର୍ବଦିନ ବିଦ୍ୟା ଏହାକୁ ପିନ୍ଧିବା ସହ ସୋସିଆଲ ମିଡ଼ିଆରେ ବୁଣାକାରଙ୍କୁ ଢେ଼ର ପ୍ରଶଂସା କରିଥିଲେ । ପରେ ସେ ପିନ୍ଧିଥିବା ଶାଢ଼ୀଟି ଫେରାଇ ଦେଇଥିଲେ । Share