Latestଜାତୀୟ

ଅନ୍ତିମ ପର୍ଯ୍ୟାୟରେ ଅକ୍ସଫୋର୍ଡ ୟୁନିଭର୍ସିଟିର ଭାକସିନ ପରୀକ୍ଷଣ, ଭାକସିନ ଦର ୨୨୫

ନୂଆଦିଲ୍ଲୀ() ଭାରତରେ ଦିନକୁ ଦିନ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ ଜାରି ରହିଛି । ତେବେ ଅକ୍ସଫୋର୍ଡ ୟୁନିଭର୍ସିଟିର ଭାକସିନର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଭାରତରେ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଏହି ଭାକସିନ ୨୨୫ ଟଙ୍କାରେ ମିଲିପାରେ ବୋଲି ଏକ  ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଛି ।

ଇକୋନୋମିକ୍ ଟାଇମମ୍ସ ଅନୁସାରେ, ଭାକସିନ୍ ବିକଶିତ କରୁଥିବା କମ୍ପାନୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ଆମେରିକାର ମୋଡନ୍ନା, ଋଷ ଓ ଅକ୍ସଫୋର୍ଡ ୟୁନିଭର୍ସିଟି । ଭାକସିନ୍ ପ୍ରସ୍ତୁତ କରୁଥିବା ବିଶ୍ୱର ସବୁଠାରୁ ବଡ କମ୍ପାନୀ ମଧ୍ୟରେ ରହିଛି ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ । ଏହି କମ୍ପାନୀ ଅକ୍ସଫୋର୍ଡ ସହ ମିଳିତ ଭାବେ ଭାକସିନ୍ ବିକଶିତ କରୁଛି ।

ଅକ୍ସଫୋର୍ଡରେ କରୋନା ଭାକସିନର ସଫଳ ଟ୍ରାଏଲ ପରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହାର ବହୁଳ ମାତ୍ରାରେ ଉତ୍ପାଦନ କରିବ । ଭାରତରେ ଏହି ଭାକସିନ୍ କୋବିସିଲ୍ଡ ନାମରେ ବିକ୍ରି କରାଯିବ ବୋଲି କମ୍ପାନୀର ସିଇଓ ଗତ କିଛିଦିନ ତଳେ କହିଥିଲେ । ଏହାର ଦାମ ୧ ହଜାର ଟଙ୍କା ଯାଏଁ ହୋଇପାରେ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।

ତେବେ ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ଭାକସିନ ବଜାରରେ ପ୍ରାୟ ୨୨୫ ଟଙ୍କାରେ ବିକ୍ରି ହୋଇପାରେ । ଅନୁମତି ମିଳିବା ପରେ ଏହାକୁ ୨୨୫ ଟଙ୍କା ଦରରେ ଗରିବ ଓ ମଧ୍ୟବିତ୍ତ ପରିବାର କ୍ରୟ କରିପାରିବେ ।

Share

Leave a Reply

Your email address will not be published. Required fields are marked *

three × 2 =