ଆଜିଠାରୁ ୧୦ ତାରିଖ ପର୍ୟ୍ୟନ୍ତ ସତର୍କ ସୂଚନା
ଆଜିଠାରୁ ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାଲକାନାଗରିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି ।
ରାଜ୍ୟର ଅନେକ ସ୍ଥାନରେ ବଢ଼ିଛି ତାପମାତ୍ରା । ୨ ଦିନର ବ୍ୟବଧାନ ପରେ ପୁଣି ଥରେ ତାଳଚେରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ମାଲକାନାଗରିରେ ତାପମାତ୍ରା ୪୦ ଡିଗ୍ରିରେ ହିଁ ସ୍ଥିର ରହିଛି। ଅନୁଗୁଳ, ବାରିପଦା ଓ ବୌଦ୍ଧ ଆଦି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିଛି। ତେବେ ଆଗାମୀ ଦିନରେ ତାପମାତ୍ରା ବିଶେଷ ବଢ଼ିବାର ନାହିଁ। ବରଂ କିଛି କିଛି ସ୍ଥାନରେ ଗରମ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।