ଉତ୍କଳ ଦିବସ ଅବସରରେ କରୋନା ବିରୋଧରେ ଲଢିବାକୁ ନବୀନଙ୍କ ଆହ୍ବାନ
ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଏକଜୁଟ ହୋଇ କରୋନା ବିରୋଧରେ ଲଢିବାକୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ଟ୍ବିଟ୍ ଜରିଆରେ କହିଛନ୍ତି ଯେ, ଆମେ ଓଡିଆମାନେ ଆମର ସାହସିକତା ପାଇଁ ସବୁବେଳେ ଜଣାଶୁଣା ।
ଓଡ଼ିଶା ଦିବସରେ ସମସ୍ତଙ୍କୁ ମୋର ଅଭିନନ୍ଦନ। ଆମେ ଓଡ଼ିଆମାନେ ଆମ ଏକତା, ବୀରତ୍ୱ ଓ ସ୍ୱାଭିମାନୀପଣିଆ ପାଇଁ ପରିଚିତ। ହେଲେ ଏବେ ବୀରତ୍ୱ ନୁହେଁ ଆମ ଏକତା ଓ ସ୍ୱାଭିମାନୀପଣିଆ ଦୁନିଆକୁ ଦେଖାଇବାର ସମୟ। ଆସନ୍ତୁ ଦୃଢତାରେ କରୋନା ମୁକାବିଲା କରିବା ସହ ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା। ବନ୍ଦେ ଉତ୍କଳ ଜନନୀ। #OdishaFightsCoronapic.twitter.com/T8PXaZsgBz
— Naveen Patnaik (@Naveen_Odisha) April 1, 2020
କିନ୍ତୁ କରୋନା ବିରୋଧରେ ଲଢିବା ପାଇଁ ଆମର ଏକତା ଏବଂ ଅଖଣ୍ଡତା ଦେଖାଇବାର ସମୟ ଆସିଛି।