ପୁଣି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ
ନୂଆଦିଲ୍ଲୀ() ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ମଧ୍ୟ ହ୍ରାସ ହେବାରେ ଲାଗିଛି। ଏଣୁ ବୁଧବାର ଦିନ ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ସଂଶୋଧିତ ଦର ବୁଧବାର ସକାଳ ୬ଟାରୁ ସାରା ଦେଶରେ ଲାଗୁ ହୋଇଛି। ପେଟ୍ରୋଲ ୨ଟଙ୍କା ୬୯ପଇସା କମି ପ୍ରତି ଲିଟର ୭୦.୨୦ ରହିଛି ।ସେହିପରି ଡିଜେଲ ଦାମ୍ ୨ଟଙ୍କା ୩୩ ପଇସା କମି ୬୩.୦୧ରେ ରହିଛି ।