ସୁଚିତ୍ରାଙ୍କ ପରିବାରକୁ ସୂରଜ ଯୋଜନାରେ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର() କିଡ଼ନୀ ଦାନ କରି ଦୁଇ ଜଣ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ ସୁଚିତ୍ରା ଦାଶ । ଆଜି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରକୁ ପ୍ରଶଂସା କରିଛନ୍ତି । ପରିବାରକୁ ସୂରଜ ଯୋଜନାରେ ସମ୍ମାନିତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱରର ବ୍ରେନଡ଼େଡ଼ ରେ ମରିଯାଇଥିବା ସୁଚିତ୍ରା ଦାଶଙ୍କ କିଡ଼ନୀ କଢ଼ାଯାଇ ଜଗନ୍ନାଥ ସୁର ଓ ମୀନତି ସାମନ୍ତରାୟଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଆପୋଲୋ ଡାକ୍ତର ଓ ବିଶେଷଜ୍ଞ ପରୀକ୍ଷା ନିରୀକ୍ଷା କରିବା ପରେ ଏହି ଅପରେସନ ହୋଇଥିଲା । ସଫଳତାର ସହ ତାଙ୍କ ଦେହରୁ କିଡ଼ନୀ କଢ଼ାଯାଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ସୁରଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ଅନ୍ୟଟି ଆମ୍ରି ହସ୍ପିଟାଲରେ ଚିିକିତ୍ସିତ ହେଉଥିବା ରୋଗୀ ମୀନତିଙ୍କ ଶରୀରରେ ଲାଗିଥିଲା । କିଡ଼ନୀ ପ୍ରତିରୋପଣ କରିଥିବା ସମ୍ପୃକ୍ତ ଡାକ୍ତର ଓ କର୍ମଚାରୀମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନବୀନ ।