Latestରାଜ୍ୟ

ଗତ ବର୍ଷଠାରୁ ଚଳିତ ବର୍ଷ ଅଧିକ ଧାନ ସଂଗ୍ରହ ହୋଇଛି

ଭୁବନେଶ୍ୱର() ରାଜ୍ୟର ବିଭିନ୍ନ ଜିଲାରେ ଚାଷୀମାନେ ଧାନ ବିକ୍ରିକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ମଣ୍ଡିରେ ମଧ୍ୟ ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଏହି କ୍ରମରେ ଚାଷୀମାନେ ରାସ୍ତାକୁ ଓହ୍ଲାଉଥିବା ଦେଖାଯାଉଛି। ରବିବାର ଧାନ କିଣା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ସେ କହିଛନ୍ତି, ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣାଯିବ। ଗତ ବର୍ଷଠାରୁ ଚଳିତ ବର୍ଷ ଅଧିକ ଧାନ ସଂଗ୍ରହ ହୋଇଛି। ଗତ ବର୍ଷ ୧୦ ଳକ୍ଷ, ଚଳିତ ବର୍ଷ ୧୨ ଲକ୍ଷ ଚାଷୀ ପଞ୍ଜିକୃତ ହୋଇଛନ୍ତି। ଧାନକିଣା ପ୍ରାପ୍ୟ ବାବଦ ଚାଷୀଙ୍କୁ ୫ ହଜାର କୋଟିରୁ ଊର୍ଦ୍ଧ୍ୱ ଦିଆସରିଛି।

Share

Leave a Reply

Your email address will not be published. Required fields are marked *

eight − two =