Latestରାଜ୍ୟ

ଭୁବନେଶ୍ବର ଓ ସୁରତ ମଧ୍ୟରେ ବିମାନ ଚଳାଚଳ ଦାବି

ଭୁବନେଶ୍ବର () ସୁରତ ଓ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ସୁଯୋଗ ସୃଷ୍ଟି କରିବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ସଂପର୍କରେ ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସୁରତରେ ବହୁ ଓଡିଆ ଲୋକ କାମ କରୁଛନ୍ତି । ସେମାନେ ମୁଖ୍ୟତଃ ବୟନ ଶିଳ୍ପରେ କାମ କରୁଛନ୍ତି । ସେମାନେ କୌଣସୁ ଜରୁରୀକାଳିନ ସମୟରେ ଓଡିଶା ଫେରିବାକୁ ଚାହିଁଲେ ବହୁ ସମୟ ଲାଗୁଛି । ବିମାନରେ ଆସିଲେ ମଧ୍ୟ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାଛଡା ଏହି ଦୁଇ ସହର ମଧ୍ୟରେ ପର୍ଯ୍ୟଟନର ମଧ୍ୟର ସମପର୍କ ରହିଛି । ଏହିଦୃଷ୍ଟିରୁ ଓଡିଶା ଓ ସୁରତ ମଧ୍ୟରେ ବିମାନ ଚଳାଚଳ ପାଇଁ ଏୟାର ଇଣ୍ଡିଆ କିମ୍ବା ଅନ୍ୟ ଘରୋଇ ସଂସ୍ଥାକୁ ପ୍ରଭାବିତ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − 8 =