ରୋଗରୁ ମୁକ୍ତି ଦିଏ ଚକୋଲେଟ
ଅନେକ ରୋଗରୁ ମୁକ୍ତି ଦେଇଥାଏ ଚକୋଲେଟ । କାଶ ସମ୍ୟଯାରୁ ରକ୍ଷା ପାଇବାର ସବୁଠୁ ସହଜ ଉପାୟ ହେଉଛି ଚକୋଲେଟ୍ ସେବନ। ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି। ଯଦି ଅତ୍ୟଧିକ କାଶ ଜନିତ ଯନ୍ତ୍ରଣାରେ ପୀଡ଼ିତ ଥାନ୍ତି, ତେବେ ଡାର୍କ ଚକୋଲେଟ୍ ସେବନ ଦ୍ୱାରା ଏଥିରୁ ଉପଶମ ପାଇପାରିବେ। ୟୁନିଭର୍ସିଟି ଅଫ୍ ହଲେର କାର୍ଡିଓଭାସ୍କ୍ୟୁଲାର୍ ଏବଂ ରେସ୍ପିରେଟରୀ ବିଭାଗର ପ୍ରମୁଖ ପ୍ରଫେସର୍ ଏଲିନ୍ ମୋରିସ୍ଙ୍କ ଅନୁସାରେ, କାଶ ହେବା ବେଳେ ଡାର୍କ ଚକୋଲେଟ୍ର ସେବନ ଔଷଧଠାରୁ ଅଧିକ ଫାଇଦା ଦେଇଥାଏ। ଗବେଷଣାରେ ସାମିଲ ବିଶେଷଜ୍ଞଙ୍କ ଅନୁସାରେ, ଚକୋଲେଟ୍ରେ ମହଜୁଦ୍ କୋକୋଆ କାଶ ସମସ୍ୟାକୁ ଦୁଇ ଦିନ ମଧ୍ୟରେ ଠିକ୍ କରି ଦେଇଥାଏ। କିନ୍ତୁ ଔଷଧ ଦ୍ୱାରା ଏହାକୁ ଠିକ୍ ହେବା ପାଇଁ ସାଧାରଣ ଭାବେ ଦୁଇରୁ ଅଧିକ ଦିନ ଲାଗିଥାଏ।