Latestରାଜ୍ୟ

ଗାନ୍ଧୀଙ୍କ 150ତମ ଜୟନ୍ତୀ ପାଇଁ ସମନ୍ବୟ କମିଟି ପୁର୍ନଗଠିତ

ଭୁବନେଶ୍ବର () ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମନ୍ବୟ ଉପକମିଟିର ପୁର୍ନଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଭାଗ ପକ୍ଷରୁ ଏହି କମିଟି ଗଠନ ହୋଇଛି ।

ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏହାର ଅଧ୍ୟକ୍ଷ ଥିବାବେଳେ ବିଧାୟକ ଉମାକାନ୍ତ ସାମନ୍ତରାୟ, ପ୍ରଶାନ୍ତ ମୁଦୁଲି, ଅଶ୍ବିନୀ କୁମାର ପାତ୍ର ଏହାର ସଦସ୍ୟ ଅଛନ୍ତି । ସେହିଭଳି ସଂଗ୍ରାମ ପାଇକରାୟ ଓ ଦୈନିକ ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ସଦସ୍ୟ ରହିଛନ୍ତି । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଏହାର ସଦସ୍ୟ ଆବାହକ ଅଛନ୍ତି ।

ଉଲ୍ଲେଖନୀୟ ଯେ ଚଳିତବର୍ଷ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀକୁ ଏକ ବର୍ଷ ଲାଗି ପାଳନ କରିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଥିଲାଗି ରାଜ୍ୟ ସ୍ତରରେ କମିଟି ଗଠନ କରାଯାଇଛି । ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକ ଅବସରରେ ବର୍ଷ ତମାମ ରାଜ୍ୟର କୋଣ ଓ ଅନୁକୋଣରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଶେଷକରି ଗାନ୍ଧୀଜୀଙ୍କ ନୀତି, ଆଦର୍ଶ ଓ ଜୀବନ ଚର୍ଯ୍ୟା ସମ୍ପର୍କରେ ମଧ୍ୟ ଆଲୋକପାତ କରାଯିବ ।

Share

Leave a Reply

Your email address will not be published. Required fields are marked *

one + 14 =