Latestରାଜ୍ୟ

ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ() ଆଜି ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ। ରଥଯାତ୍ରାରେ ଥିବା ଚତୁର୍ଦ୍ଦାଗ୍ରହ ଆଜି ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ। ଏହି ଅବସରରେ ଆଜି ସଂନ୍ଧ୍ୟାଧୂପ ଶେଷ ହୋଇଥିବା ବେଳେ ରଥରେ ଚାରମାଳ ବନ୍ଧାଯିବା ପରେ ସିଂହାସନ ମାଜଣା କରାଯିବ। ଏହାପରେ ଚତୁର୍ଦ୍ଧାବିଗ୍ରହଙ୍କ ଆରମ୍ଭ ହେବ ଭବ୍ୟ ପହଣ୍ଡି । ଗୋଟି ପହଣ୍ଡିରେ ଶ୍ରୀଜୀଉମାନେ ବାହୁଡ଼ିବେ ରତ୍ନ ସିଂହାସନକୁ। ରଥଯାତ୍ରାର ଏହି ଅନ୍ତିମ ପର୍ବ ପାଇଁ ପୁରୀ ଏବେ ଚଳଚଞ୍ଚଳ। ତେବେ ୧୬ ତାରିଖରେ ଚନ୍ଦ୍ରଗ୍ରହଣ ଥିବାରୁ ସଅଳ ନୀତି ସାରିବାକୁ ନିର୍ଘଣ୍ଟ ହୋଇଛି।

ସେପଟେ ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ନିଆଯାଇନଥିବାରୁ ମା’ ଲକ୍ଷ୍ମୀ ଆଜି ଜଗନ୍ନାଥଙ୍କ ବାଟ ଓଗାଳିବେ। ଅଭିମାନରେ ଜୟବିଜୟ ଦ୍ବାର ବନ୍ଦ କରିଦେବା ପରେ ସେଠାରେ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କ ପକ୍ଷରୁ ବଚନିକା ଅନୁଷ୍ଠିତ ହେବ। ଏହି ବଚନିକାରେ ମହାଲକ୍ଷ୍ମୀ ମାନଭଞ୍ଜନ ପାଇଁ ଭିତର ମହାପାତ୍ର ରସଗୋଲା ଭୋଗ କରିବାର ପରମ୍ପରା ରହିଛି। ଏଣୁ ଆଜି ରଥରେ ଭକ୍ତମାନେ ବହୁସଂଖ୍ୟାରେ ଆସି ରସଗୋଲା ଭୋଗ କରିଛନ୍ତି। ଆଜିର ଏହି ନିଳାଦ୍ରୀ ବିଜେ ନୀତି ପରେ ଶେଷ ହେବ ରଥଯାତ୍ରାର ସବୁ ନୀତି।

Share

Leave a Reply

Your email address will not be published. Required fields are marked *

two × five =