ଜାତୀୟ

ଆଚରଣ ବିଧି ଉଂଲଘନରେ ୟୁପି ଆଗରେ

ଚଳିତ ଲୋକସଭା ଓ କେତେକ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ହେଲେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପୃଷ୍ଠପୋଷକ କର୍ମୀ ଓ ସମର୍ଥକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୀତି ନିୟମ ଉଂଲଘନ କରିଥିବା ଅଭିଯୋଗ ହୋଇଛି । ଯାହା ଖୋଲା ଖୋଲି ଆଦର୍ଶ ଆଚରଣ ବିଧିର ଉଂଲଘନ କରିଛି ।

ନିର୍ବାଚନ କମିସନଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନା ଅୁନସାରେ, ଏପ୍ରିଲ ୧୨ ତାରିଖ ସୁଦ୍ଧା ସାରା ଦେଶରେ ୩୨୩ଟି ଆଦର୍ଶ ଆଚରଣ ବିଧି ଉଂଲଘନ ମାମଲା ପଂଜିକୃତ ହୋଇଛି । ଯାହା ମଧ୍ୟରେ ଶୀର୍ଷରେ ରହିଛି ଉତ୍ତର ପ୍ରଦେଶ । ୟୁପିରେ ମୋଟ ୭୪ଟି ମାମଲା ରେକର୍ଡ କରାଯାଇଥିବାବେଳେ କେବଳ ଗୋଟିଏ ମାମଲାରୁ ସମାଧାନ ହୋଇଛି । ଏହା ପଛକୁ ରହିଛି ଜମ୍ମୁ କାଶ୍ମୀର । ସେହିପରି ଓଡିଶାରୁ କେବଳ ଗୋଟିଏ ଆଦର୍ଶ ଆଚରଣ ବିଧି ଉଲଂଘନ ମାମଲା ପଂଜିକୃତ ହୋଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

nineteen − 14 =