ଜାତୀୟ

ବିଜେପିର ବାସ୍ତୁ ବିଶ୍ୱାସ

୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି, ଜନମତ ହାସଲ କରିବା ପାଇଁ କେଉଁ ରଣନୀତି ନେଇ ରାଜନୀତି ମଇଦାନକୁ ଓହ୍ଲାଇବେ ସେନେଇ ଅଙ୍କ କଷୁଛନ୍ତି ସମସ୍ତ ରାଜନୈତିକ ଦଳ । ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନରେ ଝଟକା ଲାଗିବା ପରେ ଏବେ ଟିକିଏ ଚିନ୍ତାରେ ରହିଛି ବିଜେପି । ଆଉ ଏଥିପାଇଁ ବିଜେପି ବାସ୍ତୁ ବିଶ୍ୱାସ ବଢିଯାଇଥିବା କୁହାଯାଉଛି ।

ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଭାରତୀୟ ଜନତା ପାର୍ଟିର ନୂଆ କାର୍ୟ୍ୟାଳୟ ଦଳର ଅଧ୍ୟକ୍ଷ ଅମିତ ଶାହାଙ୍କୁ ପସନ୍ଦ ହେଉ ନାହିଁ। ଅମିତ ଶାହା ଓ ଦଳର କେତେକ ବରିଷ୍ଠ ସଦସ୍ୟମାନଙ୍କୁ ଲାଗୁଛି କି ଏହି ନୂଆ କାର୍ୟ୍ୟାଳୟରେ କିଛି ବାସ୍ତୁ ଦୋଷ ରହିଛି। ସେମାନଙ୍କ ମତ ହେଲା ଯେ, ନୂଆ କାର୍ୟ୍ୟାଳୟ ଉଦଘାଟିତ ହେବା ପରେ ଦଳ ପାଇଁ ଭଲ ହେଉ ନାହିଁ।

ବିଗତ ଦିନମାନଙ୍କରେ ଭାଜପାକୁ କେତେକ ରାଜ୍ୟରେ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏସବୁ କଥାକୁ ଆଖି ଆଗରେ ରଖି ଅମିତ ଶାହା ଭାଜପାର ପୁରୁଣା କାର୍ୟ୍ୟାଳୟରେ ବସିବେ । ଏଣୁ ଏହି ପୁରୁଣା କାର୍ୟ୍ୟାଳୟର ସାଜସଜ୍ଜା ଜୋରସୋରରେ ଚାଲିଛି । ଭାଜପାର ଏହି ନୂଆ ହାଇଟେକ୍ କାର୍ୟ୍ୟାଳୟ ନୂଆଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ୬ରେ ଅବସ୍ଥିତ। ଏହାର ଉଦଘାଟନ ୨୦୧୮ ଫେବୃଆରି ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା କରାଯାଇଥିଲା। ଅମିତ ଶାହା ନିଜର ପୁରୁଣା କାର୍ୟ୍ୟାଳୟ (୧୧,ଅଶୋକ ରୋଡ଼) ବସିବାକୁ ପ୍ରସ୍ତୁତି ଚଳାଉଛନ୍ତି। ତେବେ ଅମିତ ଶାହା ନୂଆ କାର୍ୟ୍ୟାଳୟରେ କାର୍ୟ୍ୟକର୍ତ୍ତାମାନଙ୍କ ସହ ବୈଠକ ଅବଶ୍ୟ କାରିବେ।

Share

Leave a Reply

Your email address will not be published. Required fields are marked *

seventeen − eleven =