Latestରାଜ୍ୟ

ଯୁବକଙ୍କୁ ନବୀନଙ୍କ ଆହ୍ବାନ : ସେବାକୁ ଓଡ଼ିଶାର ପରିଚୟ କର

କଟକ (): କଟକ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ବିଜୁ ଯୁବ ବାହିନୀ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୨୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ବିଜୁ ଯୁବ ବାହିନୀ ସମାବେଶରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ବସୁଧା ଯୋଜନାରେ ଟାଙ୍ଗୀ ଚୌଦ୍ବାର ବ୍ଲକର କୁଜିବର ଠାରେ ନିର୍ମିତ ପାଇପ୍ ଜଳଯୋଗାଣ ପ୍ରକଳ୍ପ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଉଦବୋଧନ ପୂର୍ବରୁ ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନଙ୍କ ପାଇଁ ୨ ମିନିଟର ନିରବ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେବାକୁ ଆପଣମାନେ ଧର୍ମ କରିଛନ୍ତି । ତେଣୁ ଧନ୍ୟବାଦ ଏବଂ ଏହି ସେବାକୁ ଓଡ଼ିଶାର ପରିଚୟ କରିବା ପାଇଁ ବୋଲି ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ବିଜୁ ସେତୁ ଯୋଜନାରେ ଟାଙ୍ଗୀ-ଚୌଦ୍ବାର ବ୍ଲକର ସାନଚାଞ୍ଚୋ-ବଡଚାଞ୍ଚୋ ରାସ୍ତା ହାଇଲେବଲ କେନା ଉନପରେ, ମହାଙ୍ଗା ବ୍ଲକର ତ୍ରିବେଣୀଶ୍ବର-ମଉଦା ରାସ୍ତାବେ ସୁକ ନଇ ଉପରେ ଏବଂ କଣ୍ଟାପଡା ବ୍ଲକର ଅସଡପୁର-କସର୍ଦା-ବନମାଳିପୁର ରାସ୍ତାରେ ପ୍ରାଚୀନଦୀ ଉପରେ ନବନିର୍ମିତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୩୦ ଶଯ୍ୟା ବିଶିଷ୍ଟ ମା ଓ ଶିଶୁ ଚିକିତ୍ସାକେନ୍ଦ୍ର, ଟାଙ୍ଗୀ-ଚୌଦ୍ବାର ଓ ସାଲେପୁର ବ୍ଲକର ୩ଟି ସଡ଼କ ପ୍ରକଳ୍ପ, ନିଶ୍ଚିତକୋଇଲି ଓ କଟକ ସଦର ବ୍ଲକର ୨ଟି ସଡ଼କ ନିର୍ମାଣ ପ୍ରକଳ୍ପ, ନିଶ୍ଚିତକୋଇଲି ବ୍ଲକର ୩ଟି ଏବଂ ନିଆଳୀ ଓ କଣ୍ଟାପଡ଼ା ବ୍ଲକର ୨ଟି ସଡ଼କ ପ୍ରକଳ୍ପ, ଉନ୍ନତିକୃତ କଟକ ମହାନଗର ନିଗମର ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି।

ସେହିପରି ଆଠଗଡ଼ ଉପଖଣ୍ଡର ୬ଟି ସଡ଼କ ପ୍ରକଳ୍ପ, ବାଙ୍କୀ ଉପଖଣ୍ଡର ୪ଟି ସଡ଼କ ପ୍ରକଳ୍ପ, ଉନ୍ନତିକୃତ ଜଗତପୁର ଛକ-ସାଲେପୁର ରାସ୍ତା, କଟକ-ତୁଳସୀପୁର ତଅଁଳା ସାହିରେ ୨୬୪ ବସ୍ତିବାସିନ୍ଦା ପରିବାରଙ୍କ ଥଇଥାନ ପାଇଁ ନିର୍ମିତ ପକାଘର, କଟକ ମହାନଗର ନିଗମର ଚାଉଳିଆଗଞ୍ଜ ଠାରେ ଶୀକୁଞ୍ଜବିହାରୀ ଜିଉ ସହରାଂଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ରେଭେନ୍ସା କନିଷ୍ଠ ମହାବିଦ୍ୟାଳୟର ୩୦୦ ସିଟ୍ ବିଶିଷ୍ଟ ଛାତ୍ରୀନିବାସ, ଶ୍ରୀରାମଚନ୍ଦ୍ର ଭଂଜ ଭେଷଜ ମହାବିଦ୍ୟାଳୟର ଜଳ ବିଶୋଧନାଗାର ଆଦି ପ୍ରକଳ୍ପ ଉଦଘାଟନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

19 + six =