Uncategorized

ଟିଭିଏସ୍ ମୋଟର କମ୍ପାନି ବଜାରକୁ ଆଣିଲା ନୂଆ ରଙ୍ଗର TVS NTORQ

ଭୁବନେଶ୍ୱର: ଦୁଇଚକିଆ ଓ ତିନିଚକିଆଯାନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କମ୍ପାନି ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ TVS NTORQ 125 I Race XP ସିରିଜ୍‌କୁ ନୂଆ ରଙ୍ଗରେ ଉପସ୍ଥାପନ କରାଯାଇଛି। ଉଭୟ ଷ୍ଟାଇଲ୍ ଓ ପ୍ରଦର୍ଶନ କୁ ଦୃଷ୍ଟିରେ TVS NTORQ 125 କୁ ଯୁବ ପ୍ରଫେସନାଲ୍‌ମାନଙ୍କ ପାଇଁ ବିକାଶ କରାଯାଇଛି। ଅତୁଳନୀୟ ଶକ୍ତି ଚାହୁଁଥିବା ରେସ୍ ପ୍ରେମୀଙ୍କ ପାଇଁ ଜବମର ଢଚ ପ୍ରସ୍ତୁତ କରାଯାଇଛି।
ସାଧାସିଧା ଓ ଆଧୁନିକ ଉତ୍ପାଦ ଡିଜାଇନ୍ ଆଡ଼କୁ ଗ୍ରାହକ ଅଧିକ ଆକୃଷ୍ଟ ହେଉଛନ୍ତି। ତେଣୁ TVS NTORQ 125 ତିନିଟି ରଙ୍ଗ ଯଥାକ୍ରମେ ଟର୍କୁଇଜ, ହାର୍ଲେକୁଇନ୍ ବ୍ଲୁ ଓ ନାର୍‌ଡୋ ଗ୍ରେ ରଙ୍ଗରେ ଉପଲବ୍ଧ ହୋଇଛି। TVS NTORQ Race XP କୁ ମ୍ୟାଟ୍ ବ୍ଲାକ୍ ସ୍ପେସିଆଲ୍ ଏଡିସନ୍‌ରେ ଉନ୍ମୋଚନ କରାଯାଇଛି ଯାହା ହେଉଛି କଳା ରଙ୍ଗରେ ବିଭିନ୍ନ ରୂପରେଖର ସମିଶ୍ରଣ ଯେଉଁଥିରେ ମ୍ୟାଟ୍ ଓ ଗ୍ଲସି ପିଆନୋ ବ୍ଲାକ୍ ରହିଛି। ଗ୍ରାହକଙ୍କ ବ୍ୟକ୍ତିତ୍ୱକୁ ଦୃଷ୍ଟିରେ ରଖି TVS NTORQ ର ନୂଆ ରଙ୍ଗ ଭାରିଆଂଟ୍ ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ ଟିଭିଏସ୍ ମୋଟର କଂପାନିର ଉପସଭାପତି-ମାର୍କେଟିଂ (ସ୍କୁଟର, କମ୍ୟୁଟର ମୋଟରସାଇକଲ୍ ଓ କର୍ପୋରେଟ୍ ବ୍ରାଣ୍ଡ) ଶ୍ରୀ ଅନିରୁଦ୍ଧ ହାଲ୍‌ଦାର କହିଛନ୍ତି ଯେ, “ଟିଭିଏସ୍ ମୋଟର କଂପାନିରେ ଆମେ ଆତ୍ମ ପରିପ୍ରକାଶ ପାଇଁ ଗ୍ରାହକମାନଙ୍କୁ ଏକ ପ୍ଲାଟଫର୍ମ ଦେବାକୁ ଉଦ୍ୟମ କରୁଛୁ। ସେହି ଭିଜନ ପ୍ରତି ଆମ ପ୍ରତିବଦ୍ଧତାକୁ TVS NTORQ 125 I TVS NTORQ Race XP ପରିପ୍ରକାଶ କରୁଛି। ନୂଆ ଆକର୍ଷଣୀୟ ରଙ୍ଗ ଭାରିଆଂଟ୍ ସ୍କୁଟର ଡିଜାଇନ୍‌କୁ ଏକ ଆଧୁନିକ ଦୃଷ୍ଟିକୋଣ ପ୍ରଦାନ କରିଥିବା ବେଳେ ଉତ୍ସାହ ଓ ଆତ୍ମ ପରିପ୍ରକାଶକୁ ସମନ୍ୱିତ କରିଛି।’’
TVS NTORQ 125 ର ରହିଛି 124.8 ସିସି ର ତିନି ଭାଲଭ୍ ଇଂଜିନ ଯହା 9.5 ପିଏସ୍ ଓ 10.6 ଏନ୍‌ଏମ୍ ଟର୍କ ଉତ୍ପନ୍ନ କରୁଛି। ଏଥିରେ ବ୍ଲୁ ଟୁଥ୍ ସଂଯୋଗ, ସମ୍ପୂର୍ଣ୍ଣ ଡିଜିଟାଲ୍ ଡିସ୍‌ପ୍ଲେ, ଡୁଆଲ୍ ରାଇଡ୍ ମୋଡ୍ ଓ ସିଗ୍ନେଚର ଏଲ୍‌ଇଡି ଲ୍ୟାମ୍ପ୍ ଆଦି ରହିଛି। ଏହି ସ୍କୁଟର ଏକ ଅତୁଳନୀୟ ଗାଡ଼ି ଚାଳନା ଅନୁଭୁତି ପ୍ରଦାନ କରୁଛି ଯେଉଁଥିରେ ରହିଛି ପ୍ରଦର୍ଶନ, ସୁବିଧାସୁଯୋଗ ଓ ଷ୍ଟାଇଲ୍‌ର ମିଶ୍ରଣ।
ରୋମାଞ୍ଚ ଚାହୁଁଥିବା ଗ୍ରାହକମାନଙ୍କ ଲାଗି TVS NTORQ Race XP କୁ ପ୍ରସ୍ତୁତ କରାଯାଇଛି। ଏଥିରେ 124.8 ସିସିର ତିନି ଭାଲ୍‌ଭ ଇଂଜିନ ରହିଛି ଯାହା 10.2 ପିଏସ୍ ଓ 10.9 ଏନ୍‌ଏମ୍ ଟର୍କ ସୃଷ୍ଟି କରୁଛି ଯାହା ଏହାକୁ ଏକ ଶକ୍ତିଶାଳୀ ସ୍କୁଟରରେ ପରିଣତ କରିଛି। ଏଥିରେ ଷ୍ଟାଇଲିସ୍ ଓ ତୀକ୍ଷ୍‌ଣ ଗ୍ରାଫିକ୍ସ ରହିଛି। ରାତ୍ରୀକାଳୀନ ଅନୁଭୂତି ପାଇଁ ଏହାର ଅତ୍ୟାବଶ୍ୟକ ପାର୍ଟସ୍‌ଗୁଡ଼ିକୁ ଡିଜାଇନ୍ କରାଯାଇଛି।

Share

Leave a Reply

Your email address will not be published. Required fields are marked *

two × 4 =