Uncategorized

ଟିପିଡବ୍ଲୁଓଡିଏଲ୍ ଦ୍ୱାରା କୌଣସି ପ୍ରକାରର ଅଘୋଷିତ ବିଦ୍ୟୁତ୍ କାଟ୍ କରାଯାଉନାହିଁ

ବୁର୍ଲା, 28.05.2024: ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟିପିଡବ୍ଲୁଓଡିଏଲ୍ ତରଫରୁ ବିଦ୍ୟୁତ୍ ଯୋଗାଣ ନିରବଚ୍ଛିନ୍ନ ରଖିବା ପାଇଁ ସମସ୍ତ ଯୋଜନା ସମୟ ଅନୁଯାଇ ପ୍ରସ୍ତୁତ କରାଯାଉଅଛି ଏବଂ ସେହି ଯୋଜନା ଅନୁଯାଇ ଟିପିଡବ୍ଲୁଓଡିଏଲ ଯୋଗାଣ ଅଞ୍ଚଳର ସମସ୍ତ 9 ଗୋଟି ଜିଲ୍ଲାରେ ଆବଶ୍ୟକତାକୁ ଅନୁଯାଇ ରକ୍ଷଣାବେକ୍ଷଣ ସରଞ୍ଜାମ ଓ କର୍ମଚାରୀକୁ ନିଯୁକ୍ତି କରାଯାଇଅଛି । ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ନିମନ୍ତେ ଅତ୍ୟନ୍ତ ଜରୁରୀ ନ ହେଲେ କୌଣସି ସ୍ଥାନରେ ବିଦ୍ୟୁତ୍ ସରବରାହ ବ୍ୟାହତ କରିବା ପାଇଁ ବୁର୍ଲା ସ୍ଥିତ କମାଣ୍ଡ ସେଣ୍ଟରୁ ଅନୁମତି ଦିଆଯାଏ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ, ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ପରିପ୍ରେକ୍ଷୀରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି, ଯଦ୍ୱାରା କି, ବିଦ୍ୟୁତ୍ ସରବାରହ କେବୁଲ ଓ ଫିଡର ଲାଇନ ଉପରରେ ଅତ୍ୟାଧିକ ଚାପ ଯୋଗୁଁ ସେଥିରେ ତ୍ରୁଟି ପରିଲକ୍ଷିତ ହେଉଅଛି । ସେହି ତ୍ରୁଟିକୁ ସଜାଡ଼ିବା ପାଇଁ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି 33 କେ.ଭି. ବା 11 କେ.ଭି. ଫିଡର ଲାଇନକୁ ବନ୍ଦ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ୁଛି ।

ଏଣୁ ଆମେ ଗ୍ରାହକମାନଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହୁଁଛୁ ଯେ, ଟିପିଡବ୍ଲୁଓଡିଏଲ୍ ଦ୍ୱାରା କୌଣସି ପ୍ରକାରର ଅଘୋଷିତ ବିଦ୍ୟୁତ୍ କାଟ୍ କରାଯାଉନାହିଁ । ଯଦି କୌଣସି ସମୟରେ ଏପରି ବିଦ୍ୟୁତ୍ ବ୍ୟାଘାତ ଘଟୁଥାଏ, ତେବେ ତାହା ସାମୟିକ ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ସୂଚନାଯୋଗ୍ୟ ଯେ, କମ୍ପାନୀର ରକ୍ଷଣାବେକ୍ଷଣ ଦଳ ଏହି କାର୍ଯ୍ୟରେ 24 ଘଣ୍ଟା ତତ୍ପର ରହିଛନ୍ତି ଏବଂ ଦିବାରାତ୍ର ଯେ ଯେକୌଣସି ସମୟରେ ବିଦ୍ୟୁତ୍ ବ୍ୟାଘାତ ହେଲେ ତାକୁ ସଜାଡ଼ି ବିଦ୍ୟୁତ୍ ସେବା ଜାରି ରଖିବା ପାଇଁ ନିରନ୍ତର ପ୍ରଚେଷ୍ଟା କରୁଛନ୍ତି ।

ଏଣୁ ଗ୍ରାହକଙ୍କୁ ବିନିତ ଅନୁରୋଧ, ସମସ୍ତ ପ୍ରକାର ବିଦ୍ୟୁତ୍ ସରବରାହ ଜନିତ ସୂଚନା ଦେବା ପାଇଁ ଆମର ଟୋଲ ଫ୍ରି ନମ୍ୱର 1800-3456-798 ରେ ଯୋଗାଯୋଗ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

14 − 3 =