Uncategorized

ଟିପିସିଓଡିଏଲ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଓ ଟାଟା ସ୍ଥାୟିତ୍ୱ ମାସ ପାଳିତ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ବିଶ୍ୱ ପରିବେଶ ଦିବସ ଓ ଟାଟା ସ୍ଥାୟିତ୍ୱ ମାସ ପାଳନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ସିଇଓ ଅରଭିନ୍ଦ୍ ସିଂହଙ୍କ ସମେତ ବରିଷ୍ଠ ନେତୃତ୍ୱ ଦଳ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷର ବିଷୟବସ୍ତୁ “ସ୍ମାର୍ଟ ଲାଇଫ୍‌” ପରିବେଶ ପାଇଁ ସ୍ମାର୍ଟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରୁଛି ।

ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍ ସିଂହ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ର ଅଭିଯାନ #ଜେନେରେସନ ରିଷ୍ଟୋରେସନ ସହ ଯୋଡ଼ି ହୋଇ ପରିବେଶ ସ୍ଥାୟିତ୍ୱ ପାଇଁ କମ୍ପାନିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ସ୍ଥାୟିତ୍ୱ ଆମ ପରିଚାଳନାର କେନ୍ଦ୍ରରେ ରହିଛି । ଆମକୁ ସ୍ଥାୟିତ୍ୱ ପାଇଁ ସ୍ୱର ଉତ୍ତୋଳନ କରିବାକୁ ହେବ ଏବଂ କମ୍ପାନି ବାହାରେ ମଧ୍ୟ ସଚେତନତା ସୃଷ୍ଟି କରିବାକୁ ହେବ । ଦୀର୍ଘସ୍ଥାୟିତ୍ୱ ଅଭ୍ୟାସ ବିଷୟରେ ତୃଣମୂଳ ସ୍ତରରେ ସମସ୍ତ କର୍ମଚାରୀଙ୍କୁ ଶିକ୍ଷିତ କରିବା ଗୁରୁତ୍ୱପୂର୍ଣ୍ଣ ।

ଏହି ଅବସରରେ ସ୍ମାର୍ଟ ଗ୍ରୀନ୍ ଅଭିଯାନ ଅଧୀନରେ ୧୬ଟି ଇଭି କାର୍‌କୁ ଉନ୍ମୋଚନ କରାଯାଇଛି । ଏହି ଯାନଗୁଡ଼ିକ କଂପାନିର କାର୍ବନ ଫୁଟପ୍ରିଂଟକୁ ହ୍ରାସ କରିବ ଏବଂ ବାର୍ଷିକ ୫୩.୮ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ । ଏହି ତ୍ରୈମାସରେ ଅତିରିକ୍ତ ୧୪ଟି ଇଭି କାର୍‌ର ଶୁଭାରମ୍ଭ କରାଯିବ । ଆଇଏସଓ ୧୪୦୦୧ ପ୍ରମାଣିତ କମ୍ପାନି ଭାବରେ ସୁରକ୍ଷିତ ବ୍ୟାଟେରି ନିଷ୍କାସନ ଏବଂ ଏସ୍‌ଏଫ୍‌୬ ଗ୍ୟାସ ବ୍ୟବହାର ହ୍ରାସ କରିବା ସମେତ ଏହାର ପରିଚାଳନାର ସମସ୍ତ ଦିଗରେ ସ୍ଥାୟିତ୍ୱ ଅନ୍ତର୍ଭୁକ୍ତ କରିବା ପାଇଁ ଟିପିସିଓଡିଏଲର ଦାୟିତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ କମ୍ପାନିର ବରିଷ୍ଠ ନେତୃତ୍ୱ ଦଳ ଟାଟା ସ୍ଥାୟିତ୍ୱ ମାସ ୨୦୨୪ ସମ୍ପର୍କରେ ସେମାନଙ୍କର ଅଭିଜ୍ଞତା ବାଂଟିଥିଲେ । କର୍ପୋରେଟ୍ କାର୍ଯ୍ୟାଳୟରେ ସିଇଓ ଓ ସିନିୟର ଲିଡରସିପ୍ ଟିମ୍ ପକ୍ଷରୁ ବୃକ୍ଷରୋପଣ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହାବ୍ୟତୀତ ସିଏସଆର ଟିମ୍ ଛାତ୍ରଛାତ୍ରୀଙ୍କ ସହ ମିଶି ଭୁବନେଶ୍ୱରରେ ଏକ ନେଚର ଟ୍ରେଲ୍ (ପ୍ରକୃତି ପଦପାତ୍ରା) ରେ ଭାଗ ନେଇ ଜୈବ ବିବିଧତା ବିଷୟରେ ଶିକ୍ଷା ଲାଭ କରିବା ସହ ସବୁଜ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସିଡ୍ ବଲ୍ ପ୍ରସ୍ତୁତି ଅଧିବେଶନ ଆୟୋଜନ କରିଥିଲେ । ଏହି ଉପଲକ୍ଷେ ଟିପିସିଓଡିଏଲ୍‌ର ଏକାଧିକ କାର୍ଯ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

9 − three =