Uncategorized

ଟାଟା ଏଆଇଏ ୨୫୮୪ ଏମଡିଆରଟି ଯୋଗ୍ୟତାପ୍ରାପ୍ତ ଉପଦେଷ୍ଟାଙ୍କ ସହ ଶ୍ରେଷ୍ଠ ୧୦ ଗ୍ଲୋବାଲ ର‌୍ୟାଙ୍କିଂରେ ସାମିଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ୨୦୨୪ ପାଇଁ ବିଶ୍ୱ ମିଲିଅନ ଡଲାର ରାଉଣ୍ଡ ଟେବୁଲ (ଏମଡିଆରଟି) ର‌୍ୟାଙ୍କିଂରେ ଷଷ୍ଠ ସ୍ଥାନ ହାସଲ କରିଥିବା ବିଷୟରେ ଖୁସିର ସହ ଘୋଷଣା କରିଛି । ଭାରତରେ ୨୫୮୪ ପଞ୍ଜୀକୃତ ଏମଡିଆରଟି ସହିତ ସର୍ବବୃହତ ଏମଡିଆରଟି ଯୋଗ୍ୟତାପ୍ରାପ୍ତ ଜୀବନ ବୀମା ଉପଦେଷ୍ଟା ହେବାର ମାନ୍ୟତା କମ୍ପାନି ହାସଲ କରିଛି । ଏହା ୧୨୩୮ ଯୋଗ୍ୟ ମହିଳା ଏମଡିଆରଟି ଉପଦେଷ୍ଟାଙ୍କ ସହ କମ୍ପାନି ଭାରତରେ ଏକ ନମ୍ବର ର‌୍ୟାଙ୍କ ହାସଲ କରିଥିବା ବେଳେ ବିଶ୍ୱସ୍ତରରେ ଏକ୍ଷେତ୍ରରେ ସପ୍ତମ ସ୍ଥାନରେ ରହିଛି ।
ଫାଇନାନ୍ସିଆଲ ପ୍ରଫେସନାଲଙ୍କ ପ୍ରମୁଖ ସଂଘ ଏମଡିଆରଟି ହେଉଛି ୮୦ଟି ଦେଶ ଓ ଅଞ୍ଚଳର ୭୦୦ରୁ ଅଧିକ କମ୍ପାନିର ବିଶ୍ୱର ଅଗ୍ରଣୀ ଜୀବନ ବୀମା ଏବଂ ଆର୍ôଥକ ସେବା ପେସାଦାରମାନଙ୍କର ଏକ ବିଶ୍ୱସ୍ତରୀୟ, ସ୍ୱାଧୀନ ସଂଘ । ଏମଡିଆରଟି ସଦସ୍ୟମାନେ ଅସାଧାରଣ ବୃତ୍ତିଗତ ଜ୍ଞାନ, କଠୋର ନୈତିକ ଆଚରଣ ଏବଂ ଉତ୍କୃଷ୍ଟ ଗ୍ରାହକ ସେବା ପ୍ରଦର୍ଶନ କରନ୍ତି । ଜୀବନ ବୀମା ଏବଂ ଆର୍ôଥକ ସେବା ବ୍ୟବସାୟରେ ଉତ୍କର୍ଷତାର ମାନକ ଭାବରେ ଏମଡିଆରଟି ସଦସ୍ୟତା ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ।
ଗତ ବର୍ଷ ତୁଳନାରେ କମ୍ପାନିରେ ପଞ୍ଜୀକୃତ ଏମଡିଆରଟି ଯୋଗ୍ୟ ପରାମର୍ଶଦାତାଙ୍କ ସଂଖ୍ୟାରେ ୩୦.୬୪% ବୃଦ୍ଧି ଘଟିଛି । ଏହି ସମୟ ମଧ୍ୟରେ ମହିଳା ଏମଡିଆରଟି ଯୋଗ୍ୟତା ପ୍ରାପ୍ତ ଉପଦେଷ୍ଟାଙ୍କ ସଂଖ୍ୟାରେ ୩୨.୨୬% ବୃଦ୍ଧି ଘଟିଛି ।
ଟାଟା ଏଆଇଏର ମୁଖ୍ୟ ବିତରଣ ଅଧିକାରୀ (ମାଲିକାନା ବ୍ୟବସାୟ) ଅମିତ ଦାବେ କହିଛନ୍ତି ଯେ, ‘କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭାରତରେ ସର୍ବାଧିକ ସଂଖ୍ୟକ ଏମଡିଆରଟି ସଦସ୍ୟ ହାସଲ କରିବା ଏବଂ ବିଶ୍ୱରେ ଷଷ୍ଠ ଏମଡିଆରଟି କମ୍ପାନିର ମାନ୍ୟତା ହାସଲ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । ଏହା ଆମର ଉପଭୋକ୍ତାମାନଙ୍କ ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ଏବଂ ଏହା ସୁନିଶ୍ଚିତ କରୁଛି ଯେ ସେମାନେ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଏବଂ ସେମାନଙ୍କ ପ୍ରିୟଜନଙ୍କ ପ୍ରତି ସେମାନଙ୍କର ଆକାଂକ୍ଷା ପୂରଣ କରିବା ପାଇଁ ସର୍ବୋତ୍ତମ ପରାମର୍ଶ ପାଇବେ । ଆମର ଏମଆରଡିଟି ମାନ୍ୟତାପ୍ରାପ୍ତ ଏଜେଣ୍ଟ ଏବଂ ପ୍ରତ୍ୟକ୍ଷ ବିକ୍ରୟ କର୍ମଚାରୀମାନେ ଆମର ଗ୍ରାହକମାନଙ୍କୁ ସବୁ ସମୟ ଲାଗି ପ୍ରସ୍ତୁତ ହେବାକୁ ଏବଂ ଚିନ୍ତା ମୁକ୍ତ ଜୀବନ ଯାପନ କରିବାକୁ ସକ୍ଷମ କରନ୍ତି ।’’
ଜୀବନ ବୀମା ସମାଧାନ ହେଉଛି ଦୀର୍ଘମିଆଦୀ ଉତ୍ପାଦ ତେଣୁ ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ସଠିକ୍ ପରାମର୍ଶ ଗ୍ରହଣ କରିବା ଉପଭୋକ୍ତାଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଧିକ ସଂଖ୍ୟକ ଏମଡିଆରଟି ପରାମର୍ଶଦାତା ସ୍ପଷ୍ଟ ଭାବରେ ଏକ ଜୀବନ ବୀମା ପ୍ରଦାନକାରୀଙ୍କୁ ଫାଇଦାରେ ରଖିଥାଏ କାରଣ ଉତ୍ପାଦ ବିକ୍ରୟ ସମୟରେ ସଠିକ୍ ପରାମର୍ଶ ଖୁସି ଏବଂ ବିଶ୍ୱସ୍ତ ଉପଭୋକ୍ତାଙ୍କୁ ସୁନିଶ୍ଚିତ କରେ ଯେଉଁମାନେ ବର୍ଷକୁ ବର୍ଷ ସେମାନଙ୍କ ପଲିସି ନବୀକରଣ କରନ୍ତି । ଟାଟା ଏଆଇଏ ୫ଟି ଦଳ ମଧ୍ୟରୁ ୪ଟି ଦଳ ମଧ୍ୟରେ ୧ ନମ୍ବର ସ୍ଥାନରେ ରହି ଏମଡିଆରଟି ଏଜେଣ୍ଟ ଏବଂ କର୍ମଚାରୀଙ୍କ ସଂଖ୍ୟା ଅଧିକ ଥିବାରୁ ଲାଭବାନ ହୋଇଛି ।

Share

Leave a Reply

Your email address will not be published. Required fields are marked *

3 × two =