Uncategorized

ସୋନି ପକ୍ଷରୁ ୪କେ ଟେଲିଭିଜନ ସିରିଜ୍ ବ୍ରାଭିଆ ୯ ଉନ୍ମୋଚିତ


ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଗର୍ବର ସହିତ ଏହାର ମିନି ଏଲ୍‌ଇଡି ଟେଲିଭିଜନ ସିରିଜ୍ ବ୍ରାଭିଆ ୯କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ଏକ୍ସଆର୍ ବ୍ୟାକ୍‌ଲାଇଟ୍ ମାଷ୍ଟର ଡ୍ରାଇଭ୍ ରହିଛି ଯାହା ସ୍ପଷ୍ଟ ଚିତ୍ର, ଗାଢ଼ କଳା, ସୁପ୍ରିମ୍ କଂଟ୍ରାଷ୍ଟ ଓ ସୁନ୍ଦର ପ୍ରାକୃତିକ ରଙ୍ଗ ପ୍ରଦାନ କରୁଛି। ଏଥିରେ ରହିଛି ଅତ୍ୟାଧୁନିକ ଏଆଇ ପ୍ରୋସେସର ଏକ୍ସଆର୍ ଏବଂ ଅତୁଳନୀୟ ଅନୁଭୂତି ପ୍ରଦାନ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି ଯାହା ଗୃହ ମନୋରଂଜନ କ୍ଷେତ୍ରରେ ନୂତନ ମାନଦଣ୍ଡ ନିର୍ଧାରଣ କରିବ।
ସିନେମା ନିର୍ମାତାଙ୍କ ମନିଟରରେ ଥିବା ବ୍ୟାକ୍‌ଲାଇଟ୍ ନିୟନ୍ତ୍ରଣ ପ୍ରଯୁକ୍ତିକୁ ବ୍ରାଭିଆ ୯ରେ ବ୍ୟବହାର କରାଯାଇଛି। ଏକ୍ସଆର୍ ବ୍ୟାକଲାଇଟ୍ ମାଷ୍ଟର ଡ୍ରାଇଭ୍ ଏହାର ସ୍ୱତନ୍ତ୍ର ଆଲ୍‌ଗୋରିଦମ୍ ଜରିଆରେ ହଜାର ହଜାର ଏଲ୍‌ଇଡିକୁ ନିୟନ୍ତ୍ରଣ କରି ସବୁଠୁ ଚାହିଦାରେ ଥିବା ଦୃଶ୍ୟକୁ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିବ। ବ୍ରାଭିଆ ୯ରେ ଥିବା ହାଇ ପିକ୍ ଲୁମିନାନ୍ସ ବରଫାବୃତ ପର୍ବତ ଏବଂ ସୂର୍ଯ୍ୟାଲୋକର ଦୃଶ୍ୟ ପ୍ରଦାନ କରିବ।
ବ୍ରାଭିଆ ୯ ସିରିଜ୍ ୭୫ ଇଂଚ ଓ ୮୫ ଇଂଚ ସ୍କ୍ରିନ୍‌ରେ ଉପଲବ୍ଧ ହୋଇଛି। ବ୍ରାଭିଆ ୯ରେ ଥିବା ଏଆଇ ପ୍ରୋସେସର ଏକ୍ସଆର୍ ମଣିଷର ଦୃ୍‌ଷ୍ଟି ଓ ସ୍ୱରକୁ ଭଲ ଭାବେ ବୁଝିପାରୁଛି। ପ୍ରୋସେସରରେ ଏକ ଦୃଶ୍ୟ ଚିହ୍ନଟ ବ୍ୟବସ୍ଥା ରହିଛି ଯାହା ତଥ୍ୟକୁ ସଠିକ ଭାବେ ଗ୍ରହଣ କରି ତାହାର ଅନୁଶୀଳନ କରିବା ସହ ଚମତ୍କାର ଛବି ପ୍ରଦାନ କରୁଛି। ବ୍ରାଭିଆ ୯ ଗୃହ ମନୋରଂଜନରେ ନୂତନ ମାନଦଣ୍ଡ ନିର୍ଧାରଣ କରିବା ସହ ଆପଣଙ୍କ ଲିଭିଂ ରୁମ୍‌ରେ ମନୋରଂଜନକୁ ନୂତନ ସ୍ତରକୁ ନେଇଛି।
ବ୍ରାଭିଆ ୯ ସିରିଜ୍‌ରେ ଷ୍ଟୁଡିଓ କାଲିବ୍ରେଟେଡ୍ ମୋଡ୍‌, ନେଟ୍‌ଫ୍ଲିକ୍ସ ଆଡାପ୍‌ଟିଭ୍ କାଲିବ୍ରେଟେଡ୍ ମୋଡ୍‌, ସୋନି ପିକ୍‌ଚର୍ସ କୋର୍ ଓ ପ୍ରାଇମ୍ ଭିିଡିଓ କାଲିବ୍ରେଟେଡ୍ ମୋଡ୍ ରହିଛି। ଏହି ନୂଆ ମୋଡ୍‌ଗୁଡ଼ିକ ଜରିଆରେ ଦର୍ଶକମାନେ ନିଜ ମନପସନ୍ଦର ଓଟିଟି କଂଟେଂଟ୍‌କୁ ଉପଭୋଗ କରିପାରିବେ। ସିନେମା ସିରିଜ୍ ଓ କ୍ରୀଡ଼ା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଏହା ସ୍ୱୟଂକ୍ରିୟ ଭାବେ ଆଡଜଷ୍ଟ କରିବ। ଏଥିରେ ଉନ୍ନତ ଆଇମ୍ୟାକ୍ସ ସହିତ ଡଲ୍‌ବି ଭିଜନ ଓ ଡଲ୍‌ବି ଆଟମସ୍ ରହିଛି।
ବ୍ରାଭିଆ ୯ ସିରିଜ୍‌ରେ ଥିବା ସୋନି ପିକ୍‌ଚର୍ସ କୋର୍ ସମସ୍ତ ସୋନି ପିକ୍‌ଚର୍ସ ସିନେମାର ଲାଇବ୍ରେରି ପ୍ରଦାନ କରୁଛି। ଏଥିରେ ୪କେ ଏଚ୍‌ଡିଆର୍ ଓ ଆଇମ୍ୟାକ୍ସ ଏନହାନ୍‌ସଡ ମୁଭିଜ୍ ସୁବିଧା ରହିିଛି। ଏହା ଏକ ଉଚ୍ଚ ମାନର ଗେମିଂ ଟେଲିଭିଜନ ମଧ୍ୟ ଯେଉଁଥିରେ ପ୍ଲେଷ୍ଟେସନ ୫ ପାଇଁ ସୁବିଧା ରିଛି। ଏହାର ଅଟୋ ଏଚ୍‌ଡିଆର୍ ଟୋନ୍ ମ୍ୟାପିଂ, ଅଟୋ ଗେମ୍ ମୋଡ୍ ଯୋଗୁଁ ବିନା ବିଳମ୍ବରେ ଗେମ୍ ଖେଳି ହେଉଛି। ଏଥିରେ ଆକୋଷ୍ଟିକ୍ ମଲ୍‌ଟି ଅଡିଓ+ ମଧ୍ୟ ରହିଛି। ଏହା ଗୁଗୁଲ୍ ଟିଭିର ଶକ୍ତି ମଧ୍ୟ ପ୍ରଦାନ କରୁଛି ଯାହା ଜରିଆରେ ୪୦୦,୦୦୦ ସିନେମା ଓ ଟିଭି ଅଧ୍ୟାୟ ଏବଂ ୧୦,୦୦୦ ଆପ୍ ଓ ଗେମ୍‌ସ ହାସଲ କରିହେବ।
ବ୍ରାଭିଆ ୯ର ୭୫ଏକ୍ସଆର୍‌୯୦ର ଦାମ୍ ୪,୪୯,୯୯୦ ଟଙ୍କା ଥିବା ବେଳେ ୮୫ଏକ୍ସଆର୍‌୯୦ର ଦାମ୍ ୫,୯୯,୯୯୦ ଟଙ୍କା ରହିଛି। ଗ୍ରାହକମାନେ ସମସ୍ତ ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍ ଓ ଇ-କମର୍ସ ପୋର୍ଟାଲ୍‌ରୁ ଏହା କିଣିପାରିବେ।

Share

Leave a Reply

Your email address will not be published. Required fields are marked *

18 − 7 =