Uncategorized

ସୋନି ଇଣ୍ଡିଆ ପକ୍ଷରୁ ସମୃଦ୍ଧ ରଙ୍ଗ ଓ ସାଉଣ୍ଡ ସହ ନୂଆ ବ୍ରାଭିଆ ୩ଟିଭି ସିରିଜ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଗର୍ବର ସହ ବହୁ ପ୍ରତିକ୍ଷୀତ ବ୍ରାଭିଆ ୩ ସିରିଜ୍ ଟିଭିକୁ ଉନ୍ମୋଚନ କରାଯାଇଛି ଯାହା ଗୃହ ମନୋରଂଜନ ପ୍ରଯୁକ୍ତି କ୍ଷେତ୍ରରେ ଏକ ବଡ଼ ଲମ୍ଫ ସଦୃଶ । ଲୋକଙ୍କ ଟିଭି ଦେଖିବା ଅନୁଭୂତିକୁ ବଦଳାଇବା ପାଇଁ ଏହି ସିରିଜ୍‌ରେ ଆକର୍ଷଣୀୟ ଡିଜାଇନ, ଅତୁଳନୀୟ ଛବି ମାନ, ଉନ୍ନତ ସାଉଣ୍ଡ ଓ ବଳିଷ୍ଠ ୟୁଜର ଇଂଟରଫେସ୍ ରହିଛି । ନୂଆ ବ୍ରାଭିଆ ୩ ଟିଭି ସିରିଜ୍ ୪୩ ଇଂଚ, ୫୦ ଇଂଚ, ୫୫ ଇଂଚ, ୬୫ ଇଂଚ, ୭୫ ଇଂଚ ଓ ୮୫ ଇଂଚରେ ଉପଲବ୍ଧ ହୋଇଛି । ସେଥିରେ ରହିଛି ୪କେ ଏଚ୍‌ଡିଆର୍ ଏକ୍ସ୧ ପ୍ରୋସେସର ଯାହା ଉନ୍ନତ ଆଲଗୋରିଦମ୍ ସହ ଛବିର ମାନ ବଢ଼ାଉବା ସହ ଏହାର ୪କେ ଏକ୍ସ-ରିଅଲିଟି ପିଆର୍‌ଓ ଜରିଆରେ ଅଣ -୪କେ ଭିଡିଓଗୁଡ଼ିକୁ ୪କେ ଭଳି ଉପସ୍ଥାପନ କରୁଛି । ଟ୍ରିଲୁମିନସ୍ ପ୍ରୋ ସହିତ ଏହା ଜୀବନ୍ତ ରଙ୍ଗ ପ୍ରଦାନ କରୁଛି । ଚମତ୍କାର କଂଟ୍ରାଷ୍ଟ ଏନ୍‌ହାନ୍‌ସର୍ ସହ ଏହା କଂଟ୍ରାଷ୍ଟ୍‌ରେ ମଧ୍ୟ ଉନ୍ନତି ଆଣୁଛି ।
ଏଥିରେ ଥିବା ଟ୍ରିଲୁମିନସ୍ ପ୍ରୋ ଡିସ୍‌ପ୍ଲେ ସଠିକ ରଙ୍ଗ ଓ ସମୃଦ୍ଧତା ସହ ଅଧିକ ପ୍ରାକୃତିକ ଛବି ଉପସ୍ଥାପନ କରୁଛି । ଏଥିରେ ଉନ୍ନତ ଆଲଗୋରିଦମ୍ ବ୍ୟବହାର କରାଯାଇଛି ଯାହା ରଙ୍ଗକୁ ଚିହ୍ନଟ କରି ତାହାକୁ ସଠିକ୍ ଢଙ୍ଗରେ ଉପସ୍ଥାପନ କରୁଛି । ବାସ୍ତବ ଜୀବନର ଛବି ଭଳି ରଙ୍ଗ ଦର୍ଶାଇବା ଲାଗି ଏଥିରେ ପ୍ରଯୁକ୍ତି ରହିଛି ।
ନୂଆ ସୋନି ବ୍ରାଭିଆ ୩ ସିରିଜ୍ ଟିଭିରେ ଥିବା ମୋସନଫ୍ଲୋ ଏକ୍ସଆର୍‌ରେ ଦ୍ରୁତ ଗତିଶୀଳ ଭିଡିଓଗୁଡ଼ିକର ମଜା ନେଇହେବ । ଏଥିରେ ଡଲ୍‌ବି ଆଟମସ ଓ ଡଲ୍‌ବି ଭିଜନ ରହିଛି ଯାହା ସିନେମା ଭଳି ଛବି ଅନୁଭୂତି ପ୍ରଦାନ କରି ଘରେ ଥିଏଟର ଭଳି ପରିବେଶ ସୃଷ୍ଟି କରିବ । ଏହାର ଏକ୍ସ-ବାଲାନ୍ସଡ୍ ସ୍ପିକର୍‌ରେ ଅଡିଓ ସ୍ପଷ୍ଟ ଭାବେ ଆସିବ ।
ଏଥିରେ ଗୁଗୁଲ୍ ଟିଭି ସହିତ ୪,୦୦,୦୦୦ରୁ ଅଧିକ ସିନେମା ଓ ଟିଭି ଅଧ୍ୟାୟ ସହିତ ୧୦,୦୦୦ରୁ ଅଧିକ ଆପ୍ ଓ ଗେମ୍ ହାସଲ କରାଯାଇପାରିବ । ଗୁଗୁଲ୍ କିଡ୍ ଜରିଆରେ ଶିଶୁମାନଙ୍କ ଲାଗି ସ୍ୱତନ୍ତ୍ର ବିଷୟବସ୍ତୁ ଧାର୍ଯ୍ୟ କରାଯାଇପାରିବ । ବିନା ହସ୍ତଚାଳନାରେ ଟିଭିକୁ ଚଲାଇବା ଲାଗି ଏଥିରେ ଗୁଗୁଲ୍ ଆସିଷ୍ଟାଂଟ୍ ହାଣ୍ଡସ୍‌-ଫ୍ରି ଭଏସ୍ ସର୍ଚ୍ଚ ରହିଛି ଯାହା ଜରିଆରେ ଲୋକମାନେ ଟିଭିକୁ ନିଜ ସ୍ୱର ଜରିଆରେ ପରିଚାଳନା କରିପାରିବେ ।
ସୋନି ପିକ୍‌ଚର କୋର୍ ଭଳି ସିନେମା ସେବାକୁ ଗ୍ରାହକମାନେ ହାସଲ କରିପାରିବେ । ଏଥିରେ ଗେମ୍ ମେନୁ ମଧ୍ୟ ରହିଛି । ଏହାର କେ-୫୫ଏସ୍‌୩୦ ମଡେଲ୍‌ର ଦାମ୍ ୯୩,୯୯୦ ଟଙ୍କାଂ ଓ କେ-୬୫ଏସ୍‌୩୦ର ଦାମ୍ ୧,୨୧,୯୯୦ ଟଙ୍କା ରହିଛି । ଏହାକୁ ସମସ୍ତ ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍ ଓ ଇ-କମର୍ସ ପୋର୍ଟାଲ୍‌ରୁ କିଣିହେବ ।

Share

Leave a Reply

Your email address will not be published. Required fields are marked *

7 + 6 =