Uncategorized

ଏସବିଆଇ ଜେନେରାଲ ଇନସ୍ୟୁରାନ ପକ୍ଷରୁ ଆର୍ôଥକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୟମାସରେ ୩୨% ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନୀ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୟମାସରେ ୩୨% ଅଭିବୃଦ୍ଧି ହାସଲ କରିଛି। ଏହି ଅଭିବୃଦ୍ଧି ହାର ବଜାରର ଅଭିବୃଦ୍ଧିଠାରୁ ଯଥେଷ୍ଟ ଅଧିକ ରହିଛି। କମ୍ପାନୀ ୨,୬୦୩ କୋଟି ଟଙ୍କାର ମୋଟ ପ୍ରତ୍ୟକ୍ଷ ପ୍ରିମିୟମ ହାସଲ କରିଛି। ଏହା ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମଜବୁତ ବଜାର ସ୍ଥିତି ଏବଂ ଅଭିବୃଦ୍ଧିକୁ ସୂଚାଉଛି।
କଂପାନିର ଟିକସ ପୂର୍ବବର୍ତୀ ଲାଭ ୨୪୪ କୋଟି ଟଙ୍କା ରହିଛି ଯାହା ଗତ ଆର୍ôଥକ ବର୍ଷ ୨୦୨୩-୨୪ ଆର୍ôଥକ ବର୍ଷର ପ୍ରଥମ ତ୍ରୟମାସ ତୁଳନାରେ ୧୫୯% ଅଧିକ। ସଲଭେନ୍ସି ଅନୁପାତ ୨.୨୧ ରହିଛି ଯାହା ନିୟାମକ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ। ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଘରୋଇ ବୀମା କ୍ଷେତ୍ରରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ଘରୋଇ କମ୍ପାନୀମାନଙ୍କ ମଧ୍ୟରେ ଏହା ୫.୪୧% ବଜାର ଅଂଶ ହାସଲ କରିଛି ଯାହା ଗତ ବର୍ଷ ସମାନ ସମୟରେ ୪.୮୨% ଥିଲା। ଆଲୋଚ୍ୟ ସମୟରେ କମ୍ପାନୀର ଅଭିବୃଦ୍ଧି ମୁଖ୍ୟତଃ ଯାନ ବାହାନ, ଅଗ୍ନୀ ସୁରକ୍ଷା, ବ୍ୟକ୍ତିଗତ ବୀମା ପାଇଁ ହୋଇଛି।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମଡି ଏବଂ ସିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି ଯେ, “ଆମର ଦୃଢ଼ ବ୍ୟବସାୟିକ ରଣନୀତି ଏବଂ ଗ୍ରାହକ-କେନ୍ଦ୍ରିକ ଆଭିମୁଖ୍ୟ ପାଇଁ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ତ୍ରୟମାସରେ ୩୨% ଅଭିବୃଦ୍ଧି ହାସଲ କରିଥିବାରୁ ଆମେ ଆନନ୍ଦିତ। ଆମର ଫଳାଫଳ ଅଂଶୀଦାରମାନଙ୍କ ପାଇଁ ସ୍ଥାୟୀ ଏବଂ ଲାଭଜନକ ଅଭିବୃଦ୍ଧି ପାଇଁ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଅଭିନବ, ଗ୍ରାହକ-କେନ୍ଦ୍ରୀକ ବୀମା ସମାଧାନ ମାଧ୍ୟମରେ ଆମର ଅଭିବୃଦ୍ଧି ବଜାୟ ରଖିବା ଏବଂ ଆମର ଅଂଶୀଦାରମାନଙ୍କୁ ମୂଲ୍ୟ ପ୍ରଦାନ କରିବାକୁ ଆମେ ଉତ୍ସର୍ଗୀକୃତ ରହିଛୁ । ଅଭିନବତା ଏବଂ ଡିଜିଟାଲ ସମ୍ପ୍ରସାରଣ ପ୍ରତି ଆମର ପ୍ରତିବଦ୍ଧତା ଆମ ଗ୍ରାହକମାନଙ୍କ ବିକଶିତ ଆବଶ୍ୟକତାକୁ ପୂରଣ କରିବାକୁ ସୁନିଶ୍ଚିତ କରୁଛି। ପ୍ରଥମ ତ୍ରୟମାସରେ ଆମର ଦୃଢ଼ ପ୍ରଦର୍ଶନ ୨୦୨୪-୨୫ ଆର୍ôଥକ ବର୍ଷରେ ନିରନ୍ତର ଅଭିବୃଦ୍ଧିର ମୂଳଦୁଆ ପକାଇଛି। ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ଆଇଆରଡିଏଆଇର ବୀମା ସ୍ୱପ୍ନକୁ ସମର୍ଥନ କରି ବୀମା ପରିମାଣକୁ ବୃଦ୍ଧି କରିବା ପାଇଁ ଆମେ ଆମର ବ୍ୟାପକ ବିତରଣ ନେଟୱାର୍କ ଏବଂ ରଣନୈତିକ ସହଯୋଗିତାକୁ ଉପଯୋଗ କରିବୁ।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଏହାର ବିବିଧ ଉତ୍ପାଦ ପୋର୍ଟଫୋଲିଓ ଏବଂ ବ୍ୟାପକ ବିତରଣ ନେଟୱାର୍କକୁ ନେଇ ଆଗାମୀ ତ୍ରୟମାସରେ ନିରନ୍ତର ଅଭିବୃଦ୍ଧି ଏବଂ ବଜାର ଅଂଶ ବୃଦ୍ଧି ପାଇଁ ପ୍ରସ୍ତୁତ ରହିଛି।

Share

Leave a Reply

Your email address will not be published. Required fields are marked *

9 + 4 =